ସମ୍ମାନଜନକ ଡକ୍ଟରେଟ ଉପାଧିରେ ଶିକ୍ଷକ ସମ୍ମାନିତ
ଡେସ୍କ: କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଅନ୍ତର୍ଗତ ଆତ୍ମାରାମ ସଂସ୍କୃତ ବିଦ୍ୟାପୀଠର ଶିକ୍ଷକ ଚିତ୍ତରଞ୍ଜନ ଷଡ଼ଙ୍ଗୀ ସମ୍ମାନଜନକ ଡକ୍ଟରେଟ ଉପାଧିରେ ସମ୍ମାନିତ ହୋଇଛନ୍ତି। ମ୍ୟାଜିକ ବୁକ ରେକର୍ଡସ ପକ୍ଷରୁ ଡଃ ଷଡ଼ଙ୍ଗୀ ଏହି ସମ୍ମାନ ଯାଇଥିବା ଜଣାପଡିଛି। ଶିକ୍ଷା କ୍ଷେତ୍ରରେ ଅବଦାନ ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶିକ୍ଷା ଗ୍ରହଣ ପ୍ରତି ଆଗ୍ରହ ସୃଷ୍ଟି କରିବା ଦିଗରେ ପ୍ରଚେଷ୍ଟା ଯୋଗୁ ଡଃ ଷଡ଼ଙ୍ଗୀ ଏହି ସମ୍ମାନରେ ଭୂଷିତ ହୋଇଛନ୍ତି। ଏହି ସମ୍ମାନ ଲାଭ କରିବା ପରେ ଆତ୍ମାରାମ ସଂସ୍କୃତ ବିଦ୍ୟାପୀଠ ଓ ମହାବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀମାନେ ଡଃ ଷଡ଼ଙ୍ଗୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସୂଚନାଯୋଗ୍ୟ, ଶିକ୍ଷକ ଡଃ ଚିତ୍ତରଞ୍ଜନ ଷଡ଼ଙ୍ଗୀ ଜଣେ ଛାତ୍ର ବତ୍ସଳ ଶିକ୍ଷକ ଭାବେ ପରିଚିତ।
Comments are closed.