ପଶ୍ଚିମବଙ୍ଗର ୭ ସହରରେ ଲକ୍ଡ଼ାଉନର ଖୋଲା ଉଲ୍ଲଙ୍ଘନ

ନୂଆଦିଲ୍ଲୀ: କରୋନା ସଙ୍କଟ ଯୋଗୁଁ ଦେଶବ୍ୟାପୀ ଲକ୍ଡ଼ାଉନ କରାଯାଇଛି । କେତେକ ଅନିବାର୍ଯ୍ୟ କ୍ଷେତ୍ର ପାଇଁ ଆଜିଠାରୁ କଟକଣା କିଛିଟା କୋହଳ ହୋଇଛି । ମାତ୍ର ଦେଶର ୧୧ଟି ସହରରେ ଲକ୍ଡ଼ାଉନର ଖୋଲାଖୋଲି ଉଲ୍ଲଂଘନ ହୋଇଛି ଏବଂ ଏହାମଧ୍ୟରୁ କେବଳ ପଶ୍ଚିମବଙ୍ଗରେ ଅଛି ୭ଟି ସହର । ଏଥିରେ ଚିନ୍ତା ପ୍ରକଟ କରିଛି କେନ୍ଦ୍ର । ରାଜ୍ୟ ସରକାରମାନେ ଏ କ୍ଷେତ୍ରରେ ପଦକ୍ଷେପ ନ କଲେ ଯେଉଁ ଲକ୍ଷ୍ୟ ରଖି ଲକ୍ଡ଼ାଉନ କରାଯାଇଛି ତାହା ସଫଳ ହେବ ନାହିଁ ଓ କରୋନା ନିୟନ୍ତ୍ରଣ ସୁଦୂର ପରାହତ ହୋଇଯିବ ।

ଦେଶର ୧୧ ସହର ଉପରେ କେନ୍ଦ୍ର ସରକାରଙ୍କ ନଜର

prayash

୪ ରାଜ୍ୟ ପାଇଁ ୬ ଜଣିଆ ମନ୍ତ୍ରିସ୍ତରୀୟ କମିଟି ଗଠନ

ଏକ ରିପୋର୍ଟ ଅନୁସାରେ ପଶ୍ଚିମବଙ୍ଗରେ କୋଲକାତା, ହାୱାଡା, ପୂର୍ବ ମେଦିନପୁର, ଉତ୍ତର ୨୪ ପ୍ରଙ୍ଗଣା, ଦାର୍ଜିଲିଂ, କାଲିମପୋଙ୍ଗ ଓ ଜଲପାଇଗୁଡ଼ିର ଲକଡାଉନ୍ ଉଲ୍ଲଂଘନ ହୋଇଛି । ସେହିପରି ମଧ୍ୟପ୍ରଦେଶର ଇନ୍ଦୋର, ମହାରାଷ୍ଟ୍ରର ମୁମ୍ୱାଇ ଏବଂ ପୁଣେ, ରାଜସ୍ଥାନର ଜୟପୁରରେ ଲକ୍ଡ଼ାଉନ ମାର୍ଗଦର୍ଶିକା ପାଳନ ହେଉନାହିଁ । ଏହି ସବୁ ସହର ମଧ୍ୟରୁ କିଛି ସ୍ଥାନରେ କରୋନା ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ତେଣୁ ଲକ୍ଡ଼ାଉନକୁ କଡ଼ାକଡ଼ି କରିବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସମ୍ପୃକ୍ତ ରାଜ୍ୟଗୁଡ଼ିକୁ ନିର୍ଦେଶ ଦେଇଛି ।

କେବଳ ସେତିକି ନୁହେଁ ଏଥି ଲାଗି ଏକ ଆନ୍ତଃମନ୍ତ୍ରୀସ୍ତରୀୟ କମିଟି ମଧ୍ୟ ଗଠନ ହୋଇଛି । ଏହି କମିଟିର ୨ ଜଣ ପଶ୍ଚିମବଙ୍ଗ ଓ ୨ ଜଣ ମହାରାଷ୍ଟ୍ର ସ୍ଥିତି ଅନୁଧ୍ୟାନ କରିବେ ଓ ପ୍ରତିଦିନ ଗୃହ ମନ୍ତ୍ରଣାଳୟକୁ ରିପୋର୍ଟ ଦେବେ । ଅନ୍ୟ ଦୁଇଜଣ ମନ୍ତ୍ରୀଙ୍କ ମଧ୍ୟରୁ ଜଣେ ମଧ୍ୟପ୍ରଦେଶ ଓ ଅନ୍ୟଜଣେ ରାଜସ୍ଥାନ ଦାୟିତ୍ବରେ ରହିଛନ୍ତି । ବିପର୍ଯ୍ୟୟ ପରିଚାଳନା ଆଇନ ୨୦୦୫ ଅନୁସାରେ ଏହି ମନ୍ତ୍ରୀସ୍ତରୀୟ କମିଟି ଗଠନ ହୋଇଥିବା ସୂଚନା ମିଳିଛି ।

kalyan agarbati

Comments are closed.