www.samajalive.in
Sunday, December 7, 2025
26.1 C
Bhubaneswar

କର ବା ମର ସ୍ଥିତିରେ ପାକିସ୍ତାନ

ଭୁବନେଶ୍ୱର : ଚଳିତ ପୁରୁଷ ହକି ବିଶ୍ୱକପ ପ୍ରତିଯୋଗିତାର ପୁଲ୍‍ ‘ଡି’ର ଅନ୍ତିମ ଲିଗ୍‍ ମ୍ୟାଚ ରବିବାର ଖେଳାଯିବ। ପ୍ରଥମ ମ୍ୟାଚରେ ଜର୍ମାନୀ – ମାଲେସିଆକୁ ଓ ୨ୟ ମ୍ୟାଚରେ ପାକିସ୍ତାନକୁ ନେଦରଲାଣ୍ଡ୍‍ସକୁ ଭେଟିବ। ଜର୍ମାନୀ କ୍ୱାର୍ଟରଫାଇନାଲର ନିକଟତର ହୋଇଥିବା ବେଳେ ଅନ୍ୟ ୩ ଦଳ ନେଦରଲାଣ୍ଡ୍‍ସ, ମାଲେସିଆ ଓ ପାକିସ୍ତାନ ପାଇଁ ଗୁରୁତ୍ୱପୂର୍ଣ୍ଣ। ବିଶେଷକରି ପଏଣ୍ଟ ତାଲିକାର ୩ୟ ସ୍ଥାନରେ ଥିବା ପାକିସ୍ତାନ ଓ ଅନ୍ତିମ ସ୍ଥାନରେ ଥିବା ମାଲେସିଆ ଲାଗି ଉକ୍ତ ମ୍ୟାଚ ଅଧିକ ଗୁରୁତ୍ୱପୂର୍ଣ୍ଣ। ଦୁଇ ଦଳକୁ ପ୍ରତିଯୋଗିତାରେ ତିଷ୍ଠି ରହିବାକୁ ହେଲେ ଅନ୍ତିମ ମ୍ୟାଚରେ ବିଜୟ ନିଶ୍ଚିତ ଆବଶ୍ୟକତା ରହିଛି। ପାକିସ୍ତାନ ପ୍ରଥମ ମ୍ୟାଚରେ ଜର୍ମାନୀ ନିକଟରୁ ୧-୦ ଗୋଲରେ ପରାଜିତ ହୋଇଥିବାବେଳେ ଦ୍ୱିତୀୟ ମ୍ୟାଚରେ ମାଲେସିଆ ସହିତ ୧-୧ ଗୋଲ ବରାବର ରଖିଥିଲା। ଅନ୍ତିମ ଲିଗ୍‍ ମ୍ୟାଚ ଦଳ ନେଦରଲାଣ୍ଡ୍‍ସ ବିପକ୍ଷରେ ଖେଳିବ। ଅଧିନାୟକ ମହମ୍ମଦ ରିଜ୍‍ୱାନ ସିନିୟର ଆହତ ହୋଇ ବିଶ୍ୱକପରୁ ବାଦ୍‍ ପଡ଼ିଛନ୍ତି। ବର୍ତ୍ତମାନର ପ୍ରଦର୍ଶନକୁ ଦେଖିଲେ ନେଦରଲାଣ୍ଡ୍‍ସ ବିପକ୍ଷରେ ପାକିସ୍ତାନ ବିଜୟୀ ହେବା କଷ୍ଟକର ମନେହେଉଛି। ଦଳ ପ୍ରଥମ ଦୁଇ ମ୍ୟାଚରେ ସେଭଳି ଉନ୍ନତ ଖେଳ ପ୍ରଦର୍ଶନ କରିବାରେ ବିଫଳ ହୋଇଛନ୍ତି। ପାକିସ୍ତାନ ପ୍ରଶିକ୍ଷକ ରେହାନ୍‍ ବଟ୍ଟ୍‍ କହନ୍ତି, ଆମକୁ ଅନ୍ତିମ ଲିଗ୍‍ ମ୍ୟାଚ୍‍ ଜିତିବା ଆବଶ୍ୟକତା ରହିଛି। ଏଥିପାଇଁ ଦଳକୁ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପଡ଼ିବ। ରିଜ୍‍ୱାନ୍‍ ଖେଳିବା ନେଇ ଆଶଙ୍କା ରହିଛି। ଆମେ ଶ୍ରେଷ୍ଠ ପ୍ରଦର୍ଶନ ଉପରେ ଗୁରୁତ୍ୱ ଦେବୁ।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories