ସର୍ବୋଚ୍ଚ ସ୍ତରରେ ହୀରାକୁଦ ଜଳଭଣ୍ଡାର : ୧୪ଟି ଗେଟ୍ ଦେଇ ଜଳ ନିଷ୍କାସନ

ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୩୦ ଫୁଟ୍ ବା ସର୍ବୋଚ୍ଚ ସ୍ତରରେ ରହିଛି । କିଛିଦିନ ହେବ ଜଳସ୍ତରରେ କୌଣସି ହ୍ରାସ ବୃଦ୍ଧି ନ ଘଟି ଜଳଭଣ୍ଡାର ସର୍ବୋଚ୍ଚ ଜଳ ଧାରଣ କ୍ଷମତାରେ ରହୁଛି । ଜଳଭଣ୍ଡାରର ଏହି ଜଳସ୍ତରକୁ ଦୃଷ୍ଟିରେ ରଖି ୧୪ଟି ଗେଟ୍ ଖୋଲା ଯାଇଛି । ଶନିବାର ସନ୍ଧ୍ୟା ୬ଟା ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ୬୩୦ ଫୁଟ ରହିଛି । ଏହି ସମୟ ମଧ୍ୟରେ ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ ୨,୪୫,୩୧୫ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ସମ ପରିମାଣର ଜଳ ନିଷ୍କାସିତ ହେଉଛି ।

ଗୁରବାର ହୀରାକୁଦ ଜଳଭଣ୍ଡାରର ୬ଟି ଗେଟ୍ ଖୋଲାଯାଇଥିବା ବେଳେ ଶୁକ୍ରବାର ୧୦ଟି ଗେଟ ଖୋଲା ଯାଇଥିଲା। ତେବେ ଆଜି ବାମ ପଟର ୧୦ଟି ଓ ଡାହାଣ ପଟର ୪ଟି ମୋଟ ୧୪ଟି ଗେଟ୍ ୧୪ଟି ଗେଟ୍ ଦେଇ ଜଳ ନିଷ୍କାସନ କରାଯାଉଛି।

Comments are closed.