www.samajalive.in
Monday, December 8, 2025
14.1 C
Bhubaneswar

ବୁର୍ଲା ମୁଖ୍ୟବନ୍ଧ ବିଭାଗରେ ୧୫ଜଣ ଯନ୍ତ୍ରୀଙ୍କ ଅଦଳବଦଳ

ବୁର୍ଲା : ବୁର୍ଲା ମୁଖ୍ୟବନ୍ଧ ବିଭାଗର ବିଶାଳ ପରିସୀମାକୁ ନେଇ ବିସ୍ତାର ଲାଭ କରିଥିବା ବେଳେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ବେପରୁଆ ନୀତିରେ ମୁଖ୍ୟବନ୍ଧ ଅଧିନରେ ରହିଥିବା ହୀରାକୁଦ ବନ୍ଧର ସ୍ଥିତି ଅନେକ ମାତ୍ରାରେ ପ୍ରଭାବିତ ହୋଇଛି। ଅନେକ କାମରେ ଦୁର୍ନୀତି ଖୋଲାଖୋଲି ଭାବରେ ଠିକାଦାରଙ୍କ ମାଧ୍ୟମରେ ଚାଲିଥିବା ଅଭିଯୋଗ ହେଉଛି। ପୁର୍ବରୁ ରହିଥିବା ୧୨ ଶହ ସ୍ଥାୟୀ କର୍ମଚାରୀଙ୍କ ମାତ୍ରା ବର୍ତ୍ତମାନ ୨୦୦ରେ ସିମୀତ। ଏହି କରୋନା କଟକଣା ମଧ୍ୟରେ ମୁଖ୍ୟବନ୍ଧ ବିଭାଗ ଅଧିନରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ/ସହକାରୀ ଯନ୍ତ୍ରୀଙ୍କ ସମେତ ପ୍ରାୟ ୧୫ ଜଣଙ୍କ ବଦଳି ତଥା ବିଭାଗ ଅଦଳବଦଳ କରାଯାଇଛି। ଏହି ଅଦଳବଦଳ ମଧ୍ୟରେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ପଦକ୍ଷେପକୁ ନେଇ ବିଭିନ୍ନ ଚର୍ଚ୍ଚା ଲାଗିରହିଛି। କାରଣ ହୀରାକୁଦ ବନ୍ଧର ଫାଟକ ରକ୍ଷଣବେକ୍ଷଣ ପାଇଁ ସଦାସର୍ବଦା ସିଭିଲ ବିଭାଗୀୟ ଯନ୍ତ୍ରୀଙ୍କୁ ଦାୟିତ୍ୱ ଦିଆଯିବା ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଅନ୍ୟପଟେ ମୁଖ୍ୟବନ୍ଧ ବିଭାଗର ବୁର୍ଲା ଏବଂ ହୀରାକୁଦ ପଟେ ଦୁଇ ଦୁଇଟି ମେକାନିକାଲ ଡ଼ିଭିଜନ ରହିବା ସହିତ ମେକାନିକାଲ ଯନ୍ତ୍ରୀ ରହିଛନ୍ତି। ଫଳରେ କୌଣସି ବୃହତ୍ତର ସ୍ୱାର୍ଥକୁ ହାସଲ କରିବା ପାଇଁ ଏଭଳି ଭାବରେ ପଦକ୍ଷେପ ନିଆଯିବା ନେଇ ଚର୍ଚ୍ଚା ଯୋର ଧରିଛି।
ବୁର୍ଲା ମୁଖ୍ୟବନ୍ଧ ବିଭାଗର ଅନେକ ଗୁରୁତ୍ୱପୁର୍ଣ୍ଣ ସ୍ଥାନ ମାନଙ୍କରେ କେତେକ ଯନ୍ତ୍ରୀଙ୍କୁ ବର୍ଷ ବର୍ଷ ଧରି ନିୟୋଜିତ କରାଯିବା ଦୃଷ୍ଟାନ୍ତ ରହିଛି। ଏପରିକି ଅନେକ କାମରେ ଖୋଲିଖୋଲି ଭାବରେ ଠିକାଦାରଙ୍କ ପ୍ରୋତ୍ସାହିତ କରାଯିବା ସଦୃଶ ଠିକାସଂସ୍ଥାକୁ ସୁହାଇଲା ଭଳି ଠିକାକାମରେ ଅନିୟମିତତା କରାଯାଉଥିବା ନେଇ ଅନେକ ଅଭିଯୋଗ ହୋଇ ଆସୁଛି। ଏଭଳିକି ପଥର ପ୍ୟାଚିଙ୍ଗ କାମ ସହିତ ଠିକାଦାରଙ୍କ ମାଧ୍ୟରେ ଠିକା କର୍ମଚାରୀଙ୍କୁ ନିୟୋଜିତ କରାଯିବା ନେଇ ଅନେକ ଅଭିଯୋଗ ରହିଛି। ଏହା ସହିତ ଅନେକ ସିଭିଲ କାମରେ ମଧ୍ୟରେ ଦୁର୍ନିତୀ ଅଭିଯୋଗ ଆସିଛି। ସେପଟେ ନିଦରୁ ଉଠିବା ପରି କେତେକ ସ୍ତାନରେ ପ୍ରାୟ ୧୨ ରୁ ଊର୍ଦ୍ଧ୍ବ ବର୍ଷ ଧରି ନିୟୋଜିତ କନିଷ୍ଠ ଯନ୍ତ୍ରୀ ଏବଂ ସହକାରୀ ଯନ୍ତ୍ରୀ ମାନଙ୍କୁ ଅଦଳ ବଦଳ କରାଯିବା ପାଇଁ ତଥା କେତେକଙ୍କୁ ଅନ୍ୟ  ସ୍ଥା​‌ନକୁ ବଦଳି କରାଯାଇଛି। ଏହି ତାଲିକାରେ ୧୫ ଜଣ ରହିଛନ୍ତି। କେତେକ ଗୁରୁତ୍ୱପୁର୍ଣ୍ଣ ସ୍ଥା​‌ନ ଯେପରି ହୀରାକୁଦ ବନ୍ଧ ତଥା ଫାଟକ ରକ୍ଷଣବେକ୍ଷଣ ଦାୟିତ୍ୱରେ ଜଣେ ସିଭିଲ ବିଭାଗର ଯନ୍ତ୍ରୀ ରହିଥିଲେ ତାଙ୍କୁ ସିଭିଲ ବିଭାଗକୁ ପ୍ରତ୍ୟାବର୍ତ୍ତନ କରାଯାଇଛି।

ପୁଣି ହୀରାକୁଦ ବନ୍ଧର ଫାଟକ ରକ୍ଷଣବେକ୍ଷଣ ସ୍ଥା​‌ନକୁ ବରଗଡ଼ ବରପାଲି ଡ଼ିଭିଜନରୁ ଜଣେ ସିଭିଲ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କୁ ନିୟୋଜିତ କରାଯିବା ପାଇଁ ଅର୍ଡ଼ର ବାହାରିଛି। ଏଥିରୁ ପ୍ରଶ୍ନ ଉଠୁଛି ମେକାନିକାଲ ଯନ୍ତ୍ରୀଙ୍କ ସ୍ଥା​‌ନରେ ଏଭଳି ଗୁରୁତ୍ୱପୁର୍ଣ୍ଣ ସ୍ଥା​‌ନରେ ବାରମ୍ବାର ସିଭିଲ ବିଭାଗୀୟ ଯନ୍ତ୍ରୀଙ୍କୁ କିପରି ଭାବରେ ନିୟୋଜିତ କରାଯାଉଛି ତାକୁ ନେଇ ବିଭିନ୍ନ ପ୍ରଶ୍ନ ଉଙ୍କି ମାରୁଛି। ବିଡ଼ମ୍ବନାର ବିଷୟ ହେଲା ମୁଖ୍ୟବନ୍ଧ ବିଭାଗ ଅଧିନରେ ଉଭୟ ବୁର୍ଲା ଏବଂ ହୀରାକୁଦ ପଟରେ ଦୁଇ ଦୁଇଟି ମେକାନିକାଲ ଡ଼ିଭିଜନ ରହିଥିବା ବେଳେ ପ୍ରାୟ ଅନେକ ମେକାନିକାଲ ଯନ୍ତ୍ରୀ ପାଖାପାଖି ୮ ଜଣ ଏସଡ଼ିଓ ଏବଂ ୧୦ରୁ ଊର୍ଦ୍ଧ୍ବ ମେକାନିକାଲ ବିଭାଗୀୟ ଯନ୍ତ୍ରୀ ରହିଛନ୍ତି ମାତ୍ର ତାଙ୍କୁ ହୀରାକୁଦ ବନ୍ଧ ଫାଟକ ରକ୍ଷଣବେକ୍ଷଣ କାମରେ ନିୟୋଜିତ କରାଯିବା ପଛରେ କଣ ରହସ୍ୟ ରହିଛି ତାକୁ ନେଇ ଚର୍ଚ୍ଚା ହେଉଛି। ଏପରିକି କୋଟି କୋଟି ଟଙ୍କାର ଠିକାକାମ ରକ୍ଷଣବେକ୍ଷଣ ନାମରେ କରାଚାଲିଥିବା ଏବଂ ଏହାର ଉଚ୍ଚସ୍ତରିୟ ଯାଞ୍ଚ କରାଗଲେ ଅନେକ ଅନିୟମିତତା ସାମନାକୁ ଆସିବ କେତେକ ବିଭାଗର କର୍ମଚାରୀ ଠିକାଦାର ସାଜି ହୀରାକୁଦ ବନ୍ଧ ତଥା ମୁଖ୍ୟବନ୍ଧ ବନ୍ଧ ବିଭାଗର ବ୍ୟବସ୍ତାକୁ ସମ୍ଭାଳୁଛନ୍ତି। ସେପଟେ ଅନ୍ୟ କେତେକ ସ୍ଥା​‌ନ ଯେପରି ଅଶୋକ ନିବାସର କନିଷ୍ଠ ଯନ୍ତ୍ରୀଙ୍କୁ ପଥର ପ୍ୟାଚିଙ୍ଗ ସ୍ଥା​‌ନକୁ ଏବଂ ଅନିୟମିତତାର ଗନ୍ତାଘର ପାଲଟିଥିବା ପଥର ପ୍ୟାଚିଙ୍ଗ କାମ ତଦାରଖ କରୁଥିବା କନିଷ୍ଠ ଯନ୍ତ୍ରୀଙ୍କୁ ଅଶୋକ ନିବାସକୁ ଅଦବଦଳ କରାଯାଇଛି। ଏଭଳି ଭାବରେ ବିବାଦିୟ ବ୍ୟବସ୍ତା ମଧ୍ୟରେ ଅଦଳବଦଳ ଯନ୍ତ୍ରୀ ବ୍ୟବସ୍ତାକୁ ନେଇ ସ୍ତାନିୟ ସଚେତନ ବର୍ଗରେ ବିଭିନ୍ନ ଚର୍ଚ୍ଚା ଯୋର ଧରିଛି। ବର୍ତ୍ତମାନ ମୁଖ୍ୟବନ୍ଧ ବିଭାଗ ବ୍ୟବସ୍ତାରେ ଅନିୟମିତତା ପ୍ରଦର୍ଶନ କରାଯିବା ଫଳାଫଳ ସ୍ୱରୁପ ବନ୍ଧରେ ଫାଟ ସୃଷ୍ଟି ହେବା ଏବଂ ଏହାର ମରାମତି ନାମରେ ୭ କୋଟି ଟଙ୍କାର ଖର୍ଚ୍ଚ ହେବାକୁ ଯାଉଛି। ବର୍ତ୍ତମାନ ସେହି ଡ଼ାଇନୋସର ଠିକା ସଂସ୍ଥା ପ୍ରାୟ ୩୦ ପ୍ରତିଶତ କାମ କରି ଯାଇଥିବା ବେଳେ ଆହୁରି ୭୦ ପ୍ରତିଶତ କାମ ବା ଫାଟ ମରାମତି କାମ କରାଯିବାର ବାକି ରହିଛି। ଏପରି ଭାବରେ ମୁଖ୍ୟବନ୍ଧ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଉଦାସୀନତା ଭାବ ଯୋଗୁଁ ପୁର୍ବରୁ ୧୨୦୦ ସ୍ଥାୟୀ କର୍ମଚାରୀ ରହିଥିବା ବେଳେ ଏହା ଖସିଆସି ୨୦୦ରୁ ତଳକୁ ଚାଲିଆସିଛି। ଫଳାଫଳ ସ୍ୱରୁପ ହୀରାକୁଦ ବନ୍ଧ ଉପର ଠାଉରିଆ ଠିକ ରହିଥିବା ବେଳେ ଏହାର ଆଭ୍ୟନ୍ତରୀଣ  ବ୍ୟବ ୍ତା ସମ୍ପୁର୍ଣ୍ଣ ଭାବରେ ଉଦବେଗଜନକ ରହିଥିବା ନେଇ ମତପ୍ରକାଶ ପାଉଛି। ତେବେ ଏହି ସମସ୍ତ ପ୍ରକାର ଅନିୟମିତାର ଉଚିତ ଭାବରେ ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ପାରିଲେ ଅନେକ ରହସ୍ୟ ଉପରୁ ପରଦା ଉଠିପାରିବ ବୋଲି ମତପ୍ରକାଶ ପାଉଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories