www.samajalive.in
Monday, December 8, 2025
14.1 C
Bhubaneswar

ପୀଡ଼ିତାଙ୍କ ‘ଟୁ ଫିଙ୍ଗର ଟେଷ୍ଟ’ ନ କରିବାକୁ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶ

କଟକ: ବଳାତ୍କାର ଅଭିଯୋଗରେ ରୁଜୁ ମାମଲାକୁ ରଦ୍ଦ କରିବା ସଂକ୍ରାନ୍ତ ମାମଲାର ଶୁଣାଣି ମଙ୍ଗଳବାର ଉଚ୍ଚ ନ୍ୟାୟାଳୟରେ ହୋଇଥିଲା। ଆବେଦନକାରୀ ଅଭିଯୁକ୍ତ ଯୁବକ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ। ବିଚାରପତି ସଙ୍ଗମ କୁମାର ସାହୁ ଏହି ମାମଲାର ଶୁଣାଣି ଅବସରରେ, ଯୌନ ନିର୍ଯାତନାର ପୀଡ଼ିତାଙ୍କ କୁମାରୀତ୍ୱ ପରୀକ୍ଷା ପାଇଁ କରାଯାଉଥିବା ‘ଟୁ ଫିଙ୍ଗର ଟେଷ୍ଟ’ ପରୀକ୍ଷାରୁ ନିବୃତ୍ତ ରହିବାକୁ ଉଚ୍ଚ ନ୍ୟାୟାଳୟ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କୁ ନିର୍ଦେଶ ଦେଇଛନ୍ତି।

http://ଲିବ୍ୟାରେ ବନ୍ୟା: ୨ ହଜାର ମୃତ, ୧୦ ହଜାର ନିଖୋଜ

- Advertisement -

ଜଣେ ଯୁବତୀଙ୍କୁ ଅପହରଣ କରିନେଇ ବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ଆବେଦନକାରୀଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ହେବା ସହ ଭାରତୀୟ ପିଙ୍ଗଳ ଧାରା ୩୬୬ (ବିବାହ ଉଦ୍ଦେଶ୍ୟରେ ଅପହରଣ କରିବା) ଏବଂ ୩୭୬(ବଳାତ୍କାର)ରେ ଚାର୍ଜସିଟ୍‌‌ ହୋଇଥିଲା। ମାମଲାକୁ ରଦ୍ଦ କରିବା ଲାଗି ଆବେଦନକାରୀ ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିଲା। ଅଦାଲତ ଏହି ମାମଲାର ଶୁଣାଣି ଅବସରରେ ଜାଣିବାକୁ ପାଇଥିଲେ ଯେ, ଯୁବତୀ ଜଣଙ୍କୁ ପୁଲିସ୍‌‌ ଉଦ୍ଧାର କରିବା ପରେ ତାଙ୍କର ମେଡିକାଲ ପରୀକ୍ଷା କରାଯାଇଥିଲା। ସେ ବିବାହିତ କି’ ନୁହେଁ ସେ ସମ୍ପର୍କରେ ଉକ୍ତ ଯୁବତୀଙ୍କୁ ପଚରା ଯିବା ସହ ପରୀକ୍ଷା ମଧ୍ୟ ହୋଇଥିଲା। ଯୁବତୀ ଆବେଦନକାରୀଙ୍କୁ ବିବାହ କରିଥିବା ସ୍ୱୀକାର କରିଥିଲେ। ଯୁବତୀ ଜଣକ ଆବେଦନକାରୀଙ୍କ ସହ ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିବା ଜଣାପଡ଼ିଥିଲା। ଫଳରେ ଉଚ୍ଚ ନ୍ୟାୟାଳୟ ଆବେଦନକାରୀଙ୍କ ବିରୋଧରେ ରୁଜୁ ମାମଲାକୁ ରଦ୍ଦ ପାଇଁ ନିର୍ଦେଶଦେଇଛନ୍ତି; କିନ୍ତୁ ଏହି ମାମଲାର ଶୁଣାଣି ଅବସରରେ ପୀଡ଼ିତାଙ୍କୁ ପରୀକ୍ଷା କରିଥିବା ଡାକ୍ତରଙ୍କ ମତ ଲୋଡ଼ିଥିଲେ।

ଅଦାଲତ ତାଙ୍କ ରାୟରେ କହିଛନ୍ତି, ଜଣେ ଶାରୀରିକ ସମ୍ପର୍କ ରଖିଥିବା ମହିଳା ମଧ୍ୟ ବଳାତ୍କାର ଶିକାର ହୋଇପାରିବେ। ତେଣୁ ଜଣେ ଯୁବତୀଙ୍କର କୁମାରୀତ୍ୱ ଅଛି କି’ ନାହିଁ ତାହା ଜାଣିବା ଲାଗି ଏଭଳି ପରୀକ୍ଷାର କୌଣସି ଆଇନଗତ ଆବଶ୍ୟକତା ନାହିଁ। ଏପରି ପରୀକ୍ଷାରୁ ବିରତ ରହିବାକୁ ଉଚ୍ଚ ନ୍ୟାୟାଳୟ ଏହି ଅବସରରେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କୁ ନିର୍ଦେଶ ଦେଇଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories