www.samajalive.in
Tuesday, December 9, 2025
26.1 C
Bhubaneswar

କାର୍ଯ୍ୟକାରୀ ହେଉନି ହାଇକୋର୍ଟଙ୍କ ନିର୍ଦ୍ଦେଶ, ୩ ବିଭାଗରେ ସଢୁଛି ଗାଡି

ବଲାଙ୍ଗିର: ଅପରାଧିକ ମାମଲାରେ ଜବତ ଗାଡିଗୁଡିକୁ ଦୀର୍ଘ ଦିନ ଧରି ଖରା, ବର୍ଷାରେ ପକାଇ ରଖିବା ଓ ତାର କୌଣସି ରକ୍ଷଣାବେକ୍ଷଣ ନକରିବା ଘଟଣାକୁ ଓଡିଶା ହାଇକୋର୍ଟ ନାପସନ୍ଦ କରିଛନ୍ତି। ଅବଶ୍ୟକ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପରେ ଗାଡି ମାଲିକଙ୍କୁ ଏହି ଗାଡି ଜିମା ଦେବାରେ କୌଣସି ସମସ୍ୟା ନାହିଁ ବୋଲି ହାଇକୋର୍ଟର ଜଷ୍ଟିସ୍‍ ସଂଜୀବ କୁମାର ପାଣିଗ୍ରାହୀ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି। ଆଇନଗତ ଲଢେଇ ଭିତରେ ଗାଡି ନଷ୍ଟ ହୋଇ ଯାଉଥିବା ବେଳେ ମାଲିକମାନେ ଗାଡି ଆଉ ଫେରି ପାଇବାର ଆଶା ନଥିଲା। ହାଇକୋର୍ଟଙ୍କ ଏଭଳି ଯୁଗାନ୍ତକାରୀ ନିର୍ଦ୍ଦେଶନାମା ଫଳରେ ଅନେକ ଲୋକଙ୍କୁ ଆଶ୍ୱସ୍ତ କରିଛି। ତେବେ ଏଭଳି ଘଟଣା କ୍ରମରେ ବଲାଙ୍ଗିର ସହରର ବିଭିନ୍ନ କାର୍ଯ୍ୟଳୟରେ କିଭଳି ଗାଡିଗୁଡିକ ବର୍ଷ ବର୍ଷ ଧରି ପଡି ରହୁଥିବା ବେଳେ ତାହା ନଷ୍ଟ ହୋଇଗଲାଣି।

ବଲାଙ୍ଗିର ଟାଉନ ଥାନାରେ ସାଇକେଲ, ୨ ଚକିଆ, ୪ ଚକିଆ ଭ୍ୟାନ, ଟ୍ରକ ତଥା ଅନ୍ୟାନ୍ୟ ଗାଡିଗୁଡିକ ଦୀର୍ଘ ବର୍ଷ ହେଲା ପଡି ରହିଛି। ଥାନା ପଛପଟେ ଜାଗା ଥିଲେ ହେଁ ଏହାକୁ ଖୋଲା ଆକାଶରେ ପକେଇ ରଖାଯାଇଛି। ନୂଆ ନୂଆ ବାଇକ ମଧ୍ୟ କଳଙ୍କି ଖାଇ ସଢି ଗଲାଣି। ଗାଡିର ମୂଳ ଟଙ୍କା ତ ଦୂରରେ ଥାଉ କବାଡି ଖାନାରେ ବିକ୍ରି କଲେ ବାଇକ ପିଛା ୪/୫ ଶହ ଟଙ୍କାରୁ ଅଧିକ ହେବ ନାହିଁ ବୋଲି ଲୋକେ ମତ ଦେଇଛନ୍ତି। କେବଳ ଟାଉନ ଥାନା ନୁହେଁ ସଦର ଥାନାରେ ମଧ୍ୟ ସମାନ ଅବସ୍ଥା। ଏଠି ମଧ୍ୟ ସେଭଳି ରକ୍ଷଣାବେକ୍ଷଣ ବ୍ୟବସ୍ଥା କରାଯାଇ ନାହିଁ। ଟ୍ରାକ୍ଟର ଠାରୁ ଆରମ୍ଭ କରି ମୂଳ୍ୟବାନ ସ୍କୋରପିଓ ତଥା ଅନ୍ୟନ୍ୟ ଦାମି ଗାଡିଗୁଡିକ ପଡି ରହିଥିବା ପରିଲକ୍ଷିତ ହୋଇଛି। ବିଭାଗୀୟ ପୁଲିସ ଅଧିକାରୀଙ୍କ ସୂଚନା ଅନୁସାରେ, ପଡି ରହିଥିବା ଗାଡିମାନଙ୍କରେ ଗଞ୍ଜେଇ ଚାଲାଣ, କାଠ ପଟା ଚାଲାଣ ସମେତ ଅନ୍ୟାନ୍ୟ ଅପରାଧିକ ମାମଲରେ ସଂପୃକ୍ତ ଥିବା ଗାଡିଗୁଡିକ ରହିଛି। ଜଙ୍ଗଲ ବିଭାଗର ରେଞ୍ଜ କାର୍ଯ୍ୟାଳୟରେ ମଧ୍ୟ ବେଆଇନ କାଠ ଚାଲାଣ ମାମଲାରେ ଅନେକ ଗୁଡିକଏ ଚାରି ଚକିଆ ଓ ସାଇକେଲ ପଡି ରହିଛି। ଅବକାରୀ ବିଭାଗ ମଧ୍ୟ ପଛରେ ନାହିଁ। ଜିଲାର ବିଭିନ୍ନ ଥାନା, ରେଞ୍ଜ ଅଧିକାରୀଙ୍କ କାର୍ଯ୍ୟାଳୟ, ଅବକାରୀ କାର୍ଯ୍ୟାଳୟମାନଙ୍କରେ ଶହ ଶହ ସଂଖ୍ୟାରେ ଗାଡି ଗୁଡିକ ସଢୁଛି।

- Advertisement -

ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଏହା କାର୍ଯ୍ୟକାରୀ ହେଲେ ଅନେକ ଲୋକ ନିଜ ନିଜ ଗାଡି ନିର୍ଦ୍ଦିଷ୍ଟ କେତେକ ସର୍ତ୍ତରେ ଫେରି ପାଇପାରିବେ। ତେବେ ଉକ୍ତ ବିଭାଗୀୟ ସ୍ତରରେ କେବେ କାର୍ଯ୍ୟକାରୀ ହେଉଛି ତାହା କେବଳ ଦେଖିବାକୁ ରହିଲା।

Hot this week

ଭାରତର ଦ୍ୱିତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ଦ୍ୱିତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories