www.samajalive.in
Tuesday, December 9, 2025
16.1 C
Bhubaneswar

ସିଏମସିକୁ ହାଇକୋର୍ଟଙ୍କ ତାଗିଦ, ବିକଳ୍ପ ବ୍ୟବସ୍ଥା କରି ଭତ୍ତା ଦିଅ

କଟକ: ବିକଳ୍ପ ବ୍ୟବସ୍ଥା କରି ଭତ୍ତା ପ୍ରଦାନ କରିବା ପାଇଁ ହାଇକୋର୍ଟ କଟକ ମହାନଗର ନିଗମକୁ ନିର୍ଦ୍ଦେଶ ଦେଇଛନ୍ତି। କୌଣସି ହିତାଧିକାରୀ ଯେପରି ବଞ୍ଚିତ ନ ହେବେ ସେଥିପ୍ରତି ଧ୍ୟାନ ଦେବାକୁ ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ ଓ ଜଷ୍ଟିସ କେ.ଆର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି।

ମାମଲାରୁ ଜଣାପଡିଛି ଯେ କଟକ ମହାନଗର ନିଗମ ଅନ୍ତର୍ଗତ ୫୯ଟି ୱାର୍ଡରେ ଥିବା ବୟସାଧିକ୍ୟ ଭତ୍ତାଧାରୀଙ୍କ ପାଇଁ ଆଧାର ସଂଯୋଗ ଚିନ୍ତାର କାରଣ ପାଲଟିଥିଲା। ନିଗମ କର୍ତ୍ତୃପକ୍ଷ ଭତ୍ତାଧାରୀଙ୍କ ନିମନ୍ତେ ଆଧାର କାର୍ଡ ଓ ବ୍ୟାଙ୍କ ପାସ ବୁକ ସଂଯୋଗ ବାଧ୍ୟତାମୂଳକ କରିବା ପରେ ପ୍ରାୟ ୧୨ ହଜାର ଭତ୍ତାଧାରୀ ଚଳିତ ମାସରେ ଭତ୍ତା ପାଇବାରୁ ବଞ୍ଚିତ ହେବା ଆଶଙ୍କା ପ୍ରକାଶ ପାଇଥିଲା। ତେବେ ପୂର୍ବତନ କର୍ପୋରେଟର ନିରୋଦ ପଣ୍ଡା ହାଇକୋର୍ଟରେ ଏକ ମାମଲା ଦାୟର କରିଥିଲେ। ସେ ଦର୍ଶାଇଥିଲେ ଯେ ମହାନଗର ନିଗମ ପକ୍ଷରୁ ଆଧାର ଏବଂ ବ୍ୟାଙ୍କ ପାସ ବୁକ ସଂଯୋଗ ହୋଇ ନ ଥିବା ବାର୍ଦ୍ଧକ୍ୟ, ବିଧବା, ଅକ୍ଷମ ଭତ୍ତାଧାରୀମାନଙ୍କୁ ଅଗଷ୍ଟ ମାସର ଭତ୍ତା ପ୍ରଦାନ ନିମନ୍ତେ ସେମାନେ ତାଙ୍କର ଆଧାର କାର୍ଡ ଓ ବ୍ୟାଙ୍କ ପାସ ବୁକର ଅବିକଳ ନକଲ ଏବଂ ମୋବାଇଲ ନମ୍ବର ବିକାଶ ଭବନ ପ୍ରକଳ୍ପ କାର୍ଯ୍ୟାଳୟଠାରେ ଦାଖଲ କରିବା ପାଇଁ ସୂଚନା ଦିଆଯାଇଥିଲା। ଯେଉଁମାନେ ଦାଖଲ ନ କରିବେ ସେମାନେ ଭତ୍ତାରୁ ବଞ୍ଚିତ ହେବେ ବୋଲି ଦର୍ଶାଯାଇଥିଲା।

- Advertisement -

ଏହି ପ୍ରରିପ୍ରେକ୍ଷୀରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୫ ହଜାର ଭତ୍ତାଧାରୀ ସେମାନଙ୍କ ଆଧାର ଓ ବ୍ୟାଙ୍କ ପାସ ବୁକ ନକଲ ଦାଖଲ କରିଛନ୍ତି। ନିଗମରେ ପ୍ରାୟ ୨୭ ହଜାର ଭତ୍ତାଧାରୀ ରହିଛନ୍ତି।  ତେବେ ମଧୁବାବୁ ଏବଂ ଇନ୍ଦିରା ଗାନ୍ଧୀ ଭତ୍ତା ଯୋଜନାରେ ଯଥାକ୍ରମେ ୨୦ ହଜାର ୮୪୮ ଏବଂ ୫ ହଜାର ୫୭୦ ହିତାଧିକାରୀଙ୍କୁ ପ୍ରତି ମାସରେ ଭତ୍ତା ପ୍ରଦାନ କରାଯାଇଥାଏ। ପ୍ରତିମାସ ୧୫ ତାରିଖରେ ୫୯ ୱାର୍ଡର ୭୬ଟି ଭତ୍ତା ବଣ୍ଟନ କେନ୍ଦ୍ରରେ ନିଗମ କର୍ମଚାରୀଙ୍କ ଦ୍ୱାରା ପ୍ରଦାନ କରାଯାଇଆସୁଛି। ଯେଉଁ ଭତ୍ତାଧାରୀ ବୟସାଧିକ୍ୟ କାରଣରୁ ଭତ୍ତା ନେବାକୁ ଆସିପାରୁ ନାହାନ୍ତି; ସେମାନଙ୍କୁ ଭତ୍ତା ସେମାନଙ୍କ ଘରେ ଦେବାର ବ୍ୟବସ୍ଥା ରହିଛି। ସିଏମସିରେ ମଧୁବାବୁ ପେନସନ ଯୋଜନା (ଏମବିପିୱାଇ), ଇନ୍ଦିରା ଗାନ୍ଧୀ ଜାତୀୟ ବାର୍ଦ୍ଧକ୍ୟ ଭତ୍ତା (ଆଇଜିଏନଓଏପି) ଏବଂ ଭିନ୍ନକ୍ଷମ ଭତ୍ତା ପ୍ରଦାନ କରାଯାଉଛି।

କରୋନା ସଂକ୍ରମଣ ଦୃଷ୍ଟିରୁ ରାଜ୍ୟ ସରକାର ଆଗୁଆ ୪ ମାସର ଭତ୍ତା ପ୍ରଦାନ କରିଥିଲେ। ନିଗମ ନିଗମ କର୍ତ୍ତୃପକ୍ଷ ଆଧାର ଓ ବ୍ୟାଙ୍କ ପାସବୁକ୍ ସଂଯୋଗ ବାଧ୍ୟତାମୂଳକ କରିବା ପରେ ବହୁ ହିତାଧିକାରୀ ଚଳିତ ମାସରେ ଭତ୍ତା ପାଇବାରୁ ବଞ୍ଚିତ ହେବାର ଆଶଙ୍କା ଦେଖାଦେଇଛି। ବୟସାଧିକ୍ୟ କାରଣରୁ ବହୁ ହିତାଧିକାରୀଙ୍କ ଆଧାର ହୋଇପାରୁ ନ ଥିବାରୁ ସେମାନେ ଆଧାର ଲିଙ୍କ୍ କରିବା ପାଇଁ ସମସ୍ୟା ସୃଷ୍ଟି ହୋଇଛି। ସେହିପରି ଯେଉଁମାନେ କୁଷ୍ଠରୋଗୀ ଓ ଭିନ୍ନକ୍ଷମ ସେମାନେ ଲକଡାଇନ ସମୟରେ ଆଧାର ଦାଖଲ କରିବା କଷ୍ଟକର ହୋଇପଡ଼ିଛି। ଲକଡାଉନ ସମୟରେ ଭତ୍ତା ଜରୁରୀ ଥିବାରୁ ଯେଉଁମାନଙ୍କ ଆଧାର ଲିଙ୍କ ଅସୁବିଧା ରହିଛି ବୋଲି ଆବେଦନକାରୀ ଦର୍ଶାଇଥିଲେ। ଏହି ମାମଲାରେ ରାଜ୍ୟ ସରକାର, ଜିଲାପାଳ, ସିଏମସି କମିସନର ଓ ଅନ୍ୟମାନଙ୍କୁ ପକ୍ଷଭୁକ୍ତ କରାଯାଇଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories