ମୁମ୍ବଇରେ ଲଗାଣ ବର୍ଷା, ପୁଣି ଅରେଞ୍ଜ ଆଲର୍ଟ ଜାରି, ସ୍କୁଲ ବନ୍ଦ

ମୁମ୍ବଇ: ଲଗାତର ଭାବେ ବୁଧବାର ମଧ୍ୟ ମୁମ୍ବଇରେ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ପ୍ରବଳ ବର୍ଷା ଆଜି ସ୍ଥାନୀୟ ଅଞ୍ଚଳର ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି । ଏହି ଘୋଷଣା ହେବା ପୂର୍ବରୁ ଯେଉଁ ସ୍କୁଲଗୁଡିକରେ ଛାତ୍ରଛାତ୍ରୀ ପହଞ୍ଚି ସାରିଥିଲେ, ସେମାନେ କିଭଳି ସୁରକ୍ଷିତ ଭାବେ ଘରେ ପହଞ୍ଚିବେ ସେନେଇ ସ୍କୁଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ମଙ୍ଗଳବାର ଦିନ ପ୍ରବଳ ବର୍ଷା ଯୋଗୁଁ ସହରର ତଳିଆ ଅଞ୍ଚଳରେ ପାଣି ଜମି ରହିବା ସହ ଲୋକଙ୍କ ଘରେ ମଧ୍ୟ ପାଣି ପଶିଯାଇଛି । ରାସ୍ତାଘାଟରେ ମଧ୍ୟ ପାଣି ଜମି ରହିଥିବାରୁ ବିଭିନ୍ନ ସ୍ଥାନରେ ଗାଡି ମଟର ଫସି ରହିଛି । ଟ୍ରେନ୍‌ ଚଳାଚଳରେ ବାଧାପ୍ରାପ୍ତ ହୋଇଛି ।

Comments are closed.