କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଉଦଘାଟିତ ହେଲା ଅଂଶୁଘାତ କକ୍ଷ

କଲମପୁର :  ଗ୍ରୀଷ୍ମର ପ୍ରଭାବ ବୃଦ୍ଧି ପାଉଛି । ଅଂଶୁଘାତ ବଢିବାର ଆଶଙ୍କା କରାଯାଉଛି । ପ୍ରଶାସନିକସ୍ତରରେ ଏହାର ନିୟନ୍ତ୍ରଣ ପାଇଁ ପ୍ରୟାସ ଚାଲିଛି। ପ୍ରଶାସନ ତରଫରୁ ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଂଶୁଘାତର ମୁକାବିଲା ଓ ପରିଚାଳନା ପାଇଁ ନିର୍ଦ୍ଦେଶ ରହିଛି । ରବିବାର କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅଂଶୁଘାତ ପରିଚାଳନା ପାଇଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ଶିବାଶିଷ ସ୍ୱାଇଁଙ୍କ ଦ୍ୱାରା ଏକ ଅଂଶୁଘାତ ନିୟନ୍ତ୍ରଣ କକ୍ଷର ଉଦଘାଟନ କରାଯାଇଛି । ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ କର୍ମଚାରୀଙ୍କ ଉପସ୍ଥିତିରେ ଏହି ଅଂଶୁଘାତ ନିୟନ୍ତ୍ରଣ କକ୍ଷର ଉଦଘାଟନ କରାଯାଇଥିଲା। ଏହି କକ୍ଷ ମଧ୍ୟରେ ଅଂଶୁଘାତର ମୁକାବିଲା ପାଇଁ ତଥା ଅଂଶୁଘାତ ପୀଡିତଙ୍କ ଚିକିତ୍ସା ପାଇଁ ଆବଶ୍ୟକ ସମସ୍ତ ସରଞ୍ଜାମ ସହିତ ଶୀତ ତାପ ନିୟନ୍ତ୍ରୀତ କୋଠରୀଯୁକ୍ତ  ଶଯ୍ୟାର ବ୍ୟବସ୍ଥା ରହିଛି ।

prayash

ଲୋକଙ୍କୁ କିଭଳି ଅଂଶୁଘାତରୁ ସୁରକ୍ଷା ଦିଆଯାଇ ପାରିବ ଏବଂ ଓଆରଏସ ପାଣିର ବ୍ୟବହାର ସମ୍ବନ୍ଧରେ ଡାକ୍ତର ସ୍ୱାଇଁ ବୁଝାଇଥିଲେ । ଏହା ସହ ପ୍ରତି ଗାଁରେ ଗାଁ କଲ୍ୟାଣ ସମିତି ମଧ୍ୟ ଅଂଶୁଘାତର ମୁକାବିଲା ପ୍ରତି ସଜାଗ ରହିବା ସହ ଜଳ ଛତ୍ର ଖୋଲିବା ନେଇ ବ୍ୟବସ୍ଥା କରାଯାଇଥିବା ସୁଚନା ମିଳିଛି । ଏହି କାର୍ଯ୍ୟକ୍ରମକୁ ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରର ଜନ ସ୍ୱାସ୍ଥ୍ୟ ଅଧିକାରୀ ହେମନ୍ତ କୁମାର ଶଗଡିଆ ପରିଚାଳନା କରିଥିଲେ।

kalyan agarbati

Comments are closed.