ରେଳ ଦୁର୍ଘଟଣା ପରବର୍ତ୍ତୀ ଚିକିତ୍ସା ବ୍ୟବସ୍ଥା, ଭୁବନେଶ୍ୱରରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ

ଡେସ୍କ: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡଃ ମନସୁଖ ମାଣ୍ଡବ୍ୟ ବାଲେଶ୍ୱର ବାହାନଗା ରେଳ ଦୁର୍ଘଟଣା ପରବର୍ତ୍ତୀ ଚିକିତ୍ସା ସହାୟତା ସମୀକ୍ଷା ଲାଗି ଆଜି ସକାଳେ ଭୁବନେଶ୍ୱରରେ ପହଂଚିଛନ୍ତି। ଏହି ଦୁର୍ଘଟଣାରେ ୨୯୪ ଜଣଙ୍କ ପ୍ରାଣହାନୀ ଘଟିଥିବା ବେଳେ ପ୍ରାୟ ୧ ହଜାରରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଡଃ ମାଣ୍ଡବ୍ୟଙ୍କ ସହ ଦିଲ୍ଲୀ ଏମ୍ସର ଏକ ଡାକ୍ତରୀ ଦଳ ମଧ୍ୟ ତାଙ୍କ ସହ ଆସିଛନ୍ତି। ଏହି ଦଳ ବିଭିନ୍ନ ପ୍ରକାର ମେଡିକାଲ ଉପକରଣ ଆଣିଥିବା ଜଣାପଡିଛି। ସେମାନେ ଉନ୍ନତ ଚିକିତ୍ସା ବ୍ୟବସ୍ଥା ଯୋଗାଇ ଦେବା କ୍ଷେତ୍ରରେ ଆବଶ୍ୟକ ହେଉଥିବା ସହାୟତା ସମ୍ପର୍କରେ ଅନୁଧ୍ୟାନ କରିବେ।

ଇତିମଧ୍ୟରେ, ଦକ୍ଷିଣ ପୂର୍ବ ରେଳବାଇର ମୁଖ୍ୟ ଜନସମ୍ପର୍କ ଅଧିକାରୀ ଆଦିତ୍ୟ କୁମାର କହିଛନ୍ତି, ଦୁର୍ଘଟଣାଗ୍ରସ୍ତ ବଗିଗୁଡିକୁ ଟ୍ରାକରୁ ହଟାଇ ଦିଆଯାଇଛି। ମାଲବାହୀ ଟ୍ରେନର ୨ଟି ବଗିକୁ ମଧ୍ୟ ହଟାଇ ଦିଆଯାଇଥିବା ସେ କହିଛନ୍ତି। ଏହି ଦୁର୍ଘଟଣାରେ ଆହତ କିଛି ଲୋକଙ୍କୁ ନେଇ ବାଲେଶ୍ୱରରୁ ଏକ ଟ୍ରେନ ଆଜି ସକାଳେ ଚେନ୍ନାଇରେ ପହଂଚିଛି।

Comments are closed.