ଭୁବନେଶ୍ବର: କରୋନା ବିରୋଧରେ ସଚେତନତା ସୃଷ୍ଟି ପାଇଁ ‘ମାସ୍କ ନହିଁ ତୋ ଟୋକେଙ୍ଗେ, କରୋନା କୋ ଫିର ରୋକେଙ୍ଗେ’ ପରି ସ୍ଲୋଗାନକୁ କେନ୍ଦ୍ର ସରକାର ଅସ୍ତ୍ର କରିଛନ୍ତି। ସରକାରଙ୍କ ଶତ ଚେଷ୍ଟା ସତ୍ତ୍ବେ ସାମାଜିକ ଦୂରତା, ହାତ ବିଶୋଧନ ଓ ତୁଣ୍ଡି ପରିଧାନକୁ ଲୋକମାନେ ଗୁରୁତ୍ବ ଦେଉନାହାନ୍ତି। ଯେଉଁଥି ପାଇଁ ସଂକ୍ରମଣ ଦେଶରେ କମୁ ନାହିଁ। ବିଶେଷକରି ଓମିକ୍ରନ ପରି ଭୂତାଣୁ ଦେଶରେ ଶୀଘ୍ର ବ୍ୟାପୀ ପାରିଥିଲା। ଏହାର ମୁକାବିଲା ପାଇଁ ଯୋଗାଯୋଗ ମାଧ୍ୟମର ବିକାଶ ଉପରେ କେନ୍ଦ୍ର ସରକାର ଗୁରୁତ୍ବ ଦେଉଛନ୍ତି। ନୀତି ଆୟୋଗ ଏହାର ବିଭିନ୍ନ ସହଯୋଗୀଙ୍କ ସହ ମିଳିତ ଭାବରେ ଏ ଦିଗରେ କାମ କରୁଛନ୍ତି।
ବିଲ ଓ ମେଲିନ୍ଦା ଗେଟ୍ସ ଫାଉଣ୍ଡେସନ, ଡିଜିଟାଲ ଇଣ୍ଡିଆ ଫାଉଣ୍ଡେସନ, ସେଣ୍ଟର ଫର ସୋସିଆଲ ଆଣ୍ଡ ବିହେଭିଅର ଚେଞ୍ଜ ଓ ମ୍ୟାକକାନଙ୍କ ସହ ମିଶି ଲୋକମାନେ ଭିତରେ ତୁଣ୍ଡି ପରିଧାନ ନେଇ ସଚେତନତା ଦିଗରେ କାର୍ଯ୍ୟ କରାଯାଉଛି। ଏଥିପାଇଁ ଦୁଇ ପ୍ରକାରର ଯୋଗାଯୋଗ ସାମଗ୍ରୀ ବିକଶିତ କରାଯାଇଛି। ଯଦ୍ବାରା ଲୋକମାନେ ତୁଣ୍ଡି ପରିଧାନ ନେଇ ସଚେତନ ହୋଇପାରିବେ। ତେଣୁ ଏ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ସଚିବ ଡ. ଉଷାରାଣୀ ସାହୁ ଜାତୀୟ ସ୍ବାସ୍ଥ ମିଶନ ପରିଚାଳନା ନିର୍ଦେଶକ, ଜନସ୍ବାସ୍ଥ୍ୟ ନିର୍ଦେଶକ, ସ୍ବାସ୍ଥ୍ୟସେବା ନିର୍ଦେଶକ, ପରିବାର କଲ୍ୟାଣ ନିର୍ଦେଶକ, ସମସ୍ତ ଜିଲାପାଳ, ସିଡିଏମ ଏବଂ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି।
ସଂକ୍ରମଣ ରୋକିବାକୁ ସଚେତନତା ଦିଗରେ ପଦକ୍ଷେପ ନିଅ : ସ୍ବାସ୍ଥ୍ୟ ବିଭାଗ
Popular Categories



