ସନ୍ଧ୍ୟା ୭ ଟା – ମୁଖ୍ୟ ସମ୍ବାଦ

ବଡ ଖବର
# ପଞ୍ଜାବ ଗୁରୁଦାସପୁର ଜିଲ୍ଲାରେ ଏକ ବାଣ କାରଖାନାରେ ବିସ୍ଫୋରଣ – ୧୧ ମୃତ, ୫୦ରୁ ଅଧିକ ଆହତ
# ରାଜ୍ୟ ମାନବାଧିକାର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କଲେ ଜଷ୍ଟିସ ବିମଳ ପ୍ରସାଦ ଦାସ
# ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଋଷ ସରକାର ସର୍ବୋଚ୍ଚ ନାଗରିକ ସମ୍ମାନ “ଅର୍ଡର ଅଫ ଷ୍ଟେଟ ଏଣ୍ଡ୍ର୍ୟୁ ଦ ଅପୋଷ୍ଟଲ” ଦେବା ନେଇ କଲେ ଘୋଷଣା

ଆଞ୍ଚଳିକ
# ଦୁଇ ଦିନ ଧରି ବାଦବିବାଦ ଲାଗି ରହିବା ପରେ ଆଜି ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ଆରମ୍ଭ ହୋଇଛି
# ଜଗତସିଂହପୁର ଜିଲ୍ଳା ରଘୁନାଥପୁର ବ୍ଲକ୍ ଅନ୍ତର୍ଗତ ଗୋପାଳପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ନାମରେ ମଧ୍ୟାହ୍ନ ଭୋଜନ ଅନିୟମିତତା ଅଭିଯୋଗ ଆଣିଥିବା ଅଭିଭାବକଙ୍କ ପିଲାକୁ ସ୍କୁଲରୁ ବାହାର କରିଦିଆଯାଇଥିବା ଅଭିଯୋଗ
# ନୟାଗଡ଼ ରଣପୁର ଥାନା ଗୋଡ଼ିପଡ଼ା ରଙ୍କଦେଉଳି ଗାଁରେ ବିଦ୍ୟୁତ୍ ତାର ଲାଗି ଦୁଇ ଜଣଙ୍କ ମୃତ୍ୟୁ
# ବଲାଙ୍ଗିର ଲୋଇସିଂହା ଅଞ୍ଚଳରେ ଲୁଗା ଶୁଖାଇବା ବେଳେ ବିଦ୍ୟୁତ ଆଘାତରେ ପ୍ରାଣ ହରାଇଲେ ସ୍ୱାମୀ ସ୍ତ୍ରୀ
# କଣ୍ଟାବାଞ୍ଜି ମୁରିବାହାଲ ଥାନା ଗୁରୁଣ୍ଡା ଗାଁରେ ସାନ ଭଉଣୀକୁ ବଞ୍ଚାଇବାକୁ ଯାଇ ବଡ଼ଭାଇର ମୃତ୍ୟୁ
# ରାଉରକେଲା ପ୍ଲାଣ୍ଟସାଇଟ ଥାନା ଅଞ୍ଚଳରେ ଅସଦାଚରଣ ଅଭିଯୋଗରେ ନାବାଳିକାଙ୍କ ମାଆର ମାଡ଼ରେ ଯୁବକ ଗୁରୁତର
# ଆଲୋଚନା ବିଫଳ – ୧୫ ଜଣିଆ ପ୍ରତିନିଧି ଦଳର ଦାବିକୁ ଅଗ୍ରାହ୍ୟ କଲେ ଜିଲ୍ଲାପାଳ, ବ୍ୟବସାୟିକ ପ୍ରତିଷ୍ଠାନ ଉଚ୍ଛେଦ ଚାଲୁ ରହିବ
# ଶ୍ରୀକ୍ଷେତ୍ରକୁ କୁରୁକ୍ଷେତ୍ରରେ ପରିଣତ କରିବାର କୌଣସି ସାମ୍ବିଧାନିକ କିମ୍ବା ମୌଳିକ ଅଧିକାର ସରକାରଙ୍କର ନାହିଁ – କହିଲେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର
# ଓଡ଼ିଆ ଆଇଏଫଏସ ଅଫିସର ସିଦ୍ଧାନ୍ତ ଦାସ କେନ୍ଦ୍ର ସରକାରଙ୍କ ଜାତୀୟ ସବୁଜ ଟ୍ରିବ୍ୟୁନାଲ (ଏନ୍‌ଜିଟି)ର ସଦସ୍ୟ ନିଯୁକ୍ତ, ୩ ବର୍ଷ ପାଇଁ ଏହି ପଦବୀରେ କାର୍ଯ୍ୟ କରିବେ ସିଦ୍ଧାନ୍ତ
# ରାଜ୍ୟ ମାନବାଧିକାର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କଲେ ଜଷ୍ଟିସ ବିମଳ ପ୍ରସାଦ ଦାସ
# ସୁବର୍ଣ୍ଣପୁର ଜିଲ୍ଲାରେ ବନ୍ୟା ପରିସ୍ଥିତି – ପାଇକବାହଲ ଗାଁ ନିକଟରେ ଥିବା ରାକ୍ଷସ ନାଳରେ ବନ୍ୟା ପାଣି ପ୍ରବାହିତ

ଜାତୀୟ
# ପଞ୍ଜାବ ଗୁରୁଦାସପୁର ଜିଲ୍ଲାରେ ଏକ ବାଣ କାରଖାନାରେ ବିସ୍ଫୋରଣ – ୧୧ ମୃତ, ୫୦ରୁ ଅଧିକ ଆହତ
# ରୁଷିଆ ଭାରତର ବିଶ୍ୱସ୍ତ ବନ୍ଧୁ ଅଟେ ଏବଂ ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କ ପୁରୁଣା – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
# ସେନାକୁ ସଫଳତା – କାଶ୍ମୀରରେ ଅନୁପ୍ରବେଶ କରିଥିବା ଲଶ୍କର-ଏ- ତୋଏବାର ଦୁଇ ଆତଙ୍କବାଦୀ ଗିରଫ
# ଜମ୍ମୁ କଶ୍ମୀରରେ ସବୁକିଛି ଠିକଠାକ୍ ନାହିଁ ବୋଲି ମନ୍ତବ୍ୟ ଦେବା ଶ୍ରୀନଗର ମେୟର ଜୁନେଦ୍ ଅଜିମ୍ ମଟ୍ଟୁ ଗୃହବନ୍ଦୀ
# ଜମ୍ମୁ କଶ୍ମୀର ବାସୀ ନିଜ ଅଞ୍ଚଳର ଖବର ଜାଣିବା ପାଇଁ ଏବେ ଅଧିକ ରେଡିଓ କିଣୁଛନ୍ତି
# ଆଜି ଭୋର ୩ଟା ୪୨ ମିନିଟ୍‌ ସମୟରେ ଲ୍ୟାଣ୍ଡରକୁ ଚନ୍ଦ୍ରର ନିକଟତର କକ୍ଷକୁ ସ୍ଥାନାନ୍ତରଣ କରାଯାଇଛି – ଏଥିପାଇଁ ଲାଗିଥିଲା ୯ ସେକେଣ୍ଡ

ଅନ୍ତର୍ଜାତୀୟ
# ରୁଷ ଓ ଭାରତ ମଧ୍ୟରେ ପ୍ରତିରକ୍ଷା ଠାରୁ ଆରମ୍ଭ କରି ଗଗନଯାନ ପର୍ଯ୍ୟନ୍ତ ୧୩ ବଡ଼ ଚୁକ୍ତିନାମା ସ୍ୱାକ୍ଷରିତ
# ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଋଷ ସରକାର ସର୍ବୋଚ୍ଚ ନାଗରିକ ସମ୍ମାନ “ଅର୍ଡର ଅଫ ଷ୍ଟେଟ ଏଣ୍ଡ୍ର୍ୟୁ ଦ ଅପୋଷ୍ଟଲ” ଦେବା ନେଇ କଲେ ଘୋଷଣା
# ଚିନ ନିଜର ବିବାଦପୂର୍ଣ୍ଣ ଆଇନକୁ ପ୍ରତ୍ୟାହାର କରିବା ପରେ ଉପରକୁ ଉଠିଲା ହଂଗକଂଗ ଶେୟାର ବଜାର

Comments are closed.