ସନ୍ଧ୍ୟା ୬ଟା – ମୁଖ୍ୟ ଖବର

– ଆସନ୍ତାକାଲି ପୁରୀ-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସକୁ ଆଭାସୀ ଜରିଆରେ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ
– ପୁରୀ ରେଳଷ୍ଟେସନରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଯୋଗ ଦେବେ
– କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ସାଂସଦ ପିନାକୀ ମିଶ୍ର ଓ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି
– ଏହି ଟ୍ରେନ୍ ପ୍ରାୟ ୬ ଘଣ୍ଟା ୨୫ ମିନିଟ ମଧ୍ୟରେ ପୁରୀ ଏବଂ ହାୱଡ଼ା ମଧ୍ୟରେ ୫୦୦ କିଲୋମିଟର ଦୂରତା ଅତିକ୍ରମ କରିବ
– ଏହି ୨୨୮୯୬ ପୁରୀ-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ ନିୟମିତ ଭାବେ ମେ’ ୨୦ରୁ ଆରମ୍ଭ ହେବ
– ଗୁରୁବାର ବ୍ୟତୀତ ଏହି ଟ୍ରେନ୍ ସପ୍ତାହରେ ୬ ଦିନ ଚାଲିବ
– ଏହି ଟ୍ରେନ୍ ଅପରାହ୍ନ ୧.୫୦ ମିନିଟରେ ପୁରୀ ଛାଡିବ ଓ ରାତି ୮.୩୦ ମିନିଟରେ ହାୱଡ଼ାରେ ପହଂଚିବ
– ସେହିପରି ସକାଳ ୬.୧୦ ମିନିଟରେ ହାୱଡ଼ା ଛାଡି ପୁରୀରେ ଦିନ ୧୨.୩୫ ମିନିଟରେ ପହଂଚିବ
– ୧୬ କୋଚ୍ ବିଶିଷ୍ଟ ଏହି ଟ୍ରେନ୍ ଖୋର୍ଦ୍ଧା ରୋଡ଼, ଭୁବନେଶ୍ୱର, କଟକ, ଯାଜପୁର-କେନ୍ଦୁଝର ରୋଡ଼, ଭଦ୍ରକ, ବାଲେଶ୍ୱର ଓ ଖଡଗପୁର ଷ୍ଟେସନରେ ରହଣି କରିବ
– ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁରୀ ଓ କଟକ ରେଳଷ୍ଟେସନର ନବୀକରଣ କାର୍ଯ୍ୟର ଶିଳାନ୍ୟାସ କରିବେ
– ପ୍ରଧାନମନ୍ତ୍ରୀ ବିଛୁପାଲି – ଝରତରଭା ନୂଆ ରେଳ ଲାଇନର ଉଦଘାଟନ, ସମ୍ବଲପୁର-ଟିଟିଲାଗଡ଼ ଲାଇନ ଦୋହରୀକରଣ, ଅନୁଗୁଳ-ସୁକିନ୍ଦା ନୂଆ ରେଳ ଲାଇନ, ରାଉରକେଲା-ଝାରସୁଗୁଡା ଓ ମନୋହରପୁର-ବୋନ୍ଦାମୁଣ୍ଡା ୩ୟ ରେଳ ଲାଇନ ଏବଂ ଓଡ଼ିଶାରେ ଶତପ୍ରତିଶତ ରେଳ ଲାଇନ ଇଲେକ୍ଟ୍ରିକରଣ କାର୍ଯ୍ୟର ଉଦଘାଟନ କରିବେ
– ଯାଜପୁର ଆନନ୍ଦପୁର ବିର୍ସା ମୁଣ୍ଡା ଛକରେ ବସ୍- ଟ୍ରକ ମୁହାଁମୁହିଁ ଧକ୍କା, ୧୫ ଆହତ ଓ ୫ ଗୁରୁତର
– ପାଣିପାଗ ବିଭାଗର ସତର୍କତା ଜାରି – ଆଉ ୫ ଦିନ ଯାଏଁ ରାଜ୍ୟରେ ଲାଗି ରହିବ ଗ୍ରୀଷ୍ମ ପ୍ରବାହ

Comments are closed.