www.samajalive.in
Sunday, December 7, 2025
26.1 C
Bhubaneswar

ରେଳ ନିରାପତ୍ତା ଯାଞ୍ଚକୁ ପୂରିଲା ୫୩ ଦିନ, ବୌଦ୍ଧ ପୁରୁଣାକଟକକୁ ଗଡିଲାନି ରେଳ

ହରଭଙ୍ଗା: ବହୁ ପ୍ରତିକ୍ଷୀତ ଖୋର୍ଦ୍ଧା- ବଲାଙ୍ଗୀର ନୂତନ ରେଳପଥର ବୌଦ୍ଧ ଏବଂ ପୁରୁଣାକଟକ ଷ୍ଟେସନ ପର୍ଯ୍ୟନ୍ତ ରେଳପଥ ନିର୍ମାଣ କାର୍ଯ୍ୟ ସରିଛି। ଗତ ଜାନୁଆରୀ ମାସରେ ବୌଦ୍ଧ ଷ୍ଟେସନ ପର୍ଯ୍ୟନ୍ତ ରେଳ ନିରାପତ୍ତା ଯାଞ୍ଚ (ସିଆରଏସ) କାର୍ଯ୍ୟ ସମ୍ପାଦନ ହୋଇଥିଲା। ଏହାର ଦୁଇମାସ ପରେ ଅର୍ଥାତ୍ ଗତ ୨୫ ଏବଂ ୨୬ ମାର୍ଚ୍ଚରେ ବୌଦ୍ଧରୁ ପୁରୁଣାକଟକ ଷ୍ଟେସନ ପର୍ଯ୍ୟନ୍ତ ଦୀର୍ଘ ୨୭ କି.ମି ଦୂରତା ସମ୍ପନ୍ନ ରେଳପଥର ଦୁଇଦିନିଆ ନିରାପତ୍ତା ଯାଞ୍ଚ (ସିଆରଏସ) କାର୍ଯ୍ୟ ସମ୍ପାଦନ ସରିଛି। ସିଆରଏସ କାର୍ଯ୍ୟ ସମ୍ପାଦନା ପରେ ୪୫ ଦିନ ମଧ୍ୟରେ ବଲାଙ୍ଗୀର ପାଶ୍ୱର୍ରୁ ସୋନପୁର-ବୌଦ୍ଧ ଦେଇ ପୁରୁଣାକଟକକୁ ରେଳ ଚଳାଚଳ ସ୍ୱାଭାବିକ ହେବ ବୋଲି ମୁଖ୍ୟ ଯନ୍ତ୍ରୀ ଅଜୟ କୁମାର ସାମଲ ସୂଚନା ଦେଇଥିଲେ।

ରାହୁଙ୍କ କୃପାରୁ ନିଶ୍ଚୟ ଧନୀ ହୁଅନ୍ତି ଏହି ୨ଟି ରାଶି : ହଠାତ୍‌ ମିଳେ ଧନ, ସୁଖମୟ, ରାଜା ଭଳି ଜୀବନ

- Advertisement -

ମାତ୍ର ୫୩ ଦିନ ପରେ ମଧ୍ୟ ବୌଦ୍ଧ ଏବଂ ପୁରୁଣାକଟକ ଷ୍ଟେସନକୁ ରେଳଗଡିବାର କୌଣସି ପୂର୍ବାଭାସ ନାହିଁ । ଯାହାଫଳରେ ରେଳ ଗଡିବା ବିଳମ୍ବ ଯୋଗୁଁ ଅଂଚଳବାସୀଙ୍କ ବହୁଦିନର ଆଶା ଆଶାରେ ହିଁ ରହିଯାଇଛି । ଅନ୍ୟପଟେ ଉକ୍ତ ରେଳପଥ ଅର୍ନ୍ତଗତ ପ୍ୟାକେଜ-୩ରେ ସମସ୍ତ ହାଏ ଲେବୁଲ ବ୍ରିଜ ନିର୍ମାଣ କାର୍ଯ୍ୟରେ ଅହେତୁକ ବିଳମ୍ବ ଯୋଗୁଁ ଜିଲ୍ଲାରେ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ନିର୍ମାଣ କାର୍ଯ୍ୟକୁ ସମ୍ପୁର୍ଣ୍ଣ ପାଇଁ ଆହୁରି ଦୁଇବର୍ଷ ବିତିଯିବ ବୋଲି କୁହାଯାଉଛି । ସେହିପରି ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ପ୍ରକଳ୍ପରେ ସମୁଦାୟ ୭ ଗୋଟି ସୁଡଙ୍ଗ ନିର୍ମାଣଧିନ ରହିଛି। ବୌଦ୍ଧଜିଲ୍ଲାର ହରଭଙ୍ଗା ବ୍ଲକ ଅର୍ନ୍ତଗତ ଆଡେଣିଗଡ, ତେଇସିମାଇଲ ଏବଂ ମାର୍ଦ୍ଦିଙ୍ଗ ଭଳି ୪ ଗୋଟି ସ୍ଥାନରେ ୪,୫,୬,୭ ଭଳି ସୁଡଙ୍ଗ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି। ଯଦିଓ ସମସ୍ତ ସୁଡଙ୍ଗର ବାଟ ଖୋଲିସାରିଛି । ମାତ୍ର ସୁଡଙ୍ଗ ମଧ୍ୟରେ ରେଳଧାରଣା ବିଛା କାର୍ଯ୍ୟଠାରୁ ଆରମ୍ଭ କରି ଇଲେକ୍ଟ୍ରି ସଂଯୋଗ ଭଳି ଅନେକ ଗୁଡିଏ ଆନୁସାଙ୍ଗିକ କାର୍ଯ୍ୟ ବାକି ରହିଛି। ଅନ୍ୟପଟେ ନୟାଗଡ ଜିଲ୍ଲା ଦଶପଲ୍ଲା ପାଶ୍ୱର୍ରେ ଚାଲିଥିବା ଅନ୍ୟ ତିନୋଟି ସୁଡଙ୍ଗ ନିର୍ମାଣ କାର୍ଯ୍ୟରେ ମନ୍ଥରତା ସାଙ୍ଗକୁ ହାଏ ଲେବୁଲ ବ୍ରିଜ ନିର୍ମାଣରେ ବିଳମ୍ବ ଯୋଗୁଁ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ନିର୍ମାଣ ସମୟସୀମା ମଧ୍ୟରେ ସରିବା ନେଇ ଆଶଙ୍କା ଦେଖାଦେଇଛି ।ଅନ୍ୟପଟେ ରେଳପଥ ନିର୍ମାଣ ସର୍ମ୍ପକରେ ଜିଲ୍ଲାପ୍ରଶାସନ ପକ୍ଷରୁ କୌଣସି ତଦାରଖ ଏବଂ ହସ୍ତକ୍ଷେପ କରାଯାଉନଥିବାରୁ ରେଳପଥ ନିର୍ମାଣ କାର୍ଯ୍ୟ କିଭଳି ଢଙ୍ଗରେ ଚାଲିଛି ଏବଂ ସମସ୍ତ ଏସଓପି ଅନୁପାଳନ ହେଉଛି କି ନାହିଁ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏ ଦିଗରେ ପୂର୍ବତଟ ରେଳପଥ ଜି.ଏମ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବୀ ହେଉଛି ।

ମେ’ ୧୮କୁ କାହିଁକି ଭୟ କରୁଛି ପାକିସ୍ତାନ; ଟ୍ରେଲର ପରେ ବାକି ଅଛି ଫିଲ୍ମ, ଭାଙ୍ଗିବ କି ଅସ୍ତ୍ରବିରତି?

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories