www.samajalive.in
Sunday, December 7, 2025
23.1 C
Bhubaneswar

ସରକାରୀ ମାଲ୍‌ ଦରିଆ ମେ ଡାଲ୍‌ ; ୮ ଲକ୍ଷ ଟଙ୍କା କାମ , ଆଠମାସ ଗଲାନି

ହରଭଙ୍ଗା: ବୌଦ୍ଧ ଜିଲ୍ଲାରେ ପୂର୍ତ୍ତବିଭାଗ ପକ୍ଷରୁ ଏକ ନୂଆ କାମ ଦେଖିବାକୁ ମିଳିଥିଲା। ପିଚୁ ରାସ୍ତା ଉପରେ ପଥରଗୁଣ୍ଡ (ଡଷ୍ଟ) ବିଛା ଭଳି ମରାମତି କାମ ଦେଖି ଲୋକେ ତାଜୁବ୍ ହୋଇ ଯାଇଥିଲେ। ପିଚୁ ରାସ୍ତାରେ ସୃଷ୍ଟି ହୋଇଥିବା ଖାଲ ଖମାଗୁଡିକରେ ପଥରଗୁଣ୍ଡ ପକାଇ ମରାମତି କରାଯାଇଥିଲା। ମାତ୍ର ମରାମତି କିଛି ମାସ ନ ପୂରୁଣୁ ରାସ୍ତାର ପୂର୍ବ ଅବସ୍ଥାକୁ ଲକ୍ଷ୍ୟ କଲେ ସରକାରୀ ମାଲ ଦରିଆ ମେ ଡାଲ ଘଟଣାକୁ ପ୍ରମାଣିତ କରିଛି। ପୂର୍ତ୍ତବିଭାଗ ପକ୍ଷରୁ ଚାଲିଥିବା ଏଭଳି କାମ ଉପରେ ସାଧାରଣରେ ଜନଅସନ୍ତୋଷ ପ୍ରକାଶ ପାଇଛି।
ଏଭଳି ଘଟଣା ହରଭଙ୍ଗା – ଧଳପୁର ଜଗନ୍ନାଥ ସଡକର ମରାମତି  କାର୍ଯ୍ୟରେ ଦେଖିବାକୁ ମିଳିଛି। ରାସ୍ତାଟି ଖାଲ ଖମାରେ ପୂର୍ଣ୍ଣ ହୋଇଥିବାରୁ ଲୋକଙ୍କ ଯାତାୟତ ପାଇଁ ଗତ ଜୁଲାଇ ମାସରେ ପଥର ଗୁଣ୍ଡ ପକାଇ ଆଠ ଲକ୍ଷ ଟଙ୍କାରେ ମରାମତି କାମ କରାଯାଇଥିଲା। ମାତ୍ର ବର୍ତମାନ ରାସ୍ତାର ପୂର୍ବ ଭଳି ଖାଲଖମା ଅବସ୍ଥା ଯୋଗୁଁ ସରକାରୀ ଅର୍ଥ ଅପଚୟ ବୋଲି ସାଧାରଣରେ ଚର୍ଚ୍ଚା ଜୋରଧରିଛି। ଜଗନ୍ନାଥ ସଡକର ସ୍ଥାୟୀ ରାସ୍ତା ନିର୍ମାଣ ଦିଗରେ ପୂର୍ତ୍ତବିଭାଗ ପକ୍ଷରୁ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ବୁଦ୍ଧିଜୀବି ମହଲରେ ଦାବୀ ଉଠୁଛି ।

ଜୁନ୍‌ ମାସରେ ଏହି ରାଶିଙ୍କୁ ଧନୀ କରିବାକୁ ଆସୁଛନ୍ତି ଶୁକ୍ର: ଏମାନେ ହେବେ ମାଲାମାଲ୍‌, ହେବ ବିବାହ..

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories