www.samajalive.in
Sunday, December 7, 2025
23.1 C
Bhubaneswar

ବାମ୍ଫିରେ ବୁଡି ୨ଶିଶୁଙ୍କ ମୃତ୍ୟୁ

ହରଭଙ୍ଗା: ବୌଦ୍ଧ ଜିଲା ହରଭଙ୍ଗା ଥାନା ଅର୍ନ୍ତଗତ ସୁରୁଣ୍ଡି ଗ୍ରାମରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ବାମ୍ଫିରେ ବୁଡି ଦୁଇ ଜଣ ଶିଶୁଙ୍କ ଅକାଳ ମୃତ୍ୟୁ ଘଟିଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁସାରେ ଆଜି ସକାଳେ ସୁରୁଣ୍ଡି ଗ୍ରାମର ପ୍ରଫୁଲ ବିଶିଙ୍କ ଏକ ମାତ୍ର ପୁଅ ସ୍ୱାଗତ ବିଶି(୮) ଏବଂ ସୁଦାମ ଦେହୁରୀଙ୍କ ସାନ ପୁଅ ପାର୍ଥ ଦେହୁରୀ(୮) ଦୁଇ ସାଙ୍ଗ ଗାଁ ପଛପାଖ ଦେଇ ଯାଇଥିବା କ୍ଷୁଦ୍ର ଜଳସେଚନ କେନାଲ ପାଖକୁ ଶୌଚ ହେବାକୁ ଯାଇଥିଲେ। କେନାଲକୁ ଲାଗି ରହିଥିବା ଏକ ଫାର୍ମପଣ୍ଡ ବନ୍ଧ ମଧ୍ୟରେ ଏକ ବାମ୍ଫି ଖୋଳାଯାଇଛି। ଏହି ବାମ୍ଫିରେ ଦୁହେଁ ଅସାବଧାନତାବଶତଃ ଖସିପଡି ଥିବା ଅନୁମାନ କରାଯାଉଛି। ଫଳରେ ବାମ୍ଫିରେ ବୁଡି ଉଭୟ ଶିଶୁଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।

ପରିବାର ଲୋକେ ବହୁ ଖୋଜାଖୋଜି ପରେ ମଧ୍ୟାହ୍ନ ୧୨ଟା ବେଳେ ବାମ୍ଫି ଉପରେ ଦୁଇ ଶିଶୁଙ୍କ ପ୍ୟାଣ୍ଟ ଏବଂ ପାଣିରେ ଚପଲ ଭାସୁଥିବା ଦେଖିବାକୁ ମିଳିଥିଲା। ଏଥିରୁ ଦୁହେଁ ବାମ୍ଫିରେ ବୁଡିଯାଇଥିବା ସନ୍ଦେହ ହୋଇଥିଲା। ଗ୍ରାମର ଦୁଇ ଜଣ ସାହାସୀ ଯୁବକ ପାଣିରେ ବୁଡି ଦୁଇ ଶିଶୁଙ୍କୁ ମୂର୍ମୁଷୂ ଅବସ୍ଥାରେ ବାମ୍ଫିରୁ ଉଦ୍ଧାର କରିଥିଲେ। ସେମାନଙ୍କୁ ସଙ୍ଗେ ସଙ୍ଗେ ହରଭଙ୍ଗା ମେଡିକାଲ ଚିକିତ୍ସା ପାଇଁ ନିଆଯାଇଥିଲା। ମାତ୍ର ସେଠାରେ ଦୁଇ ଶିଶୁଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ। ଏଭଳି ଏକ ଦୁଃଖଦ ଖବରକୁ ନେଇ ସୁରୁଣ୍ଡି ଗାଁ କାନ୍ଦବୋବାଳିରେ ଫାଟିପଡୁଛି। ପୁଅ ସ୍ୱାଗତର ମୃତ୍ୟୁ ଖବରପାଇ ପ୍ରଫୁଲ ବିଶି କଟକରୁ ଆସି ଗାଁରେ ପହଞ୍ଚିବା ପରେ ତା’ର ଶବ ସତ୍କାର କରାଯାଇଛି। ସ୍ୱାଗତ ହରଭଙ୍ଗା ସରସ୍ୱତୀ ଶିଶୁ ମନ୍ଦିରର ଦ୍ୱିତୀୟ ଶ୍ରେଣୀ ଛାତ୍ର ଥିବାବେଳେ ପାର୍ଥ ସ୍ଥାନୀୟ ପ୍ରାଥମିକ ବିଦ୍ୟାଲୟର ତୃତୀୟ ଶ୍ରେଣୀ ଛାତ୍ର ଥିଲେ। ଏଭଳି ଦୁଃଖଦ ଖବର ସାରା ଅଞ୍ଚଳରେ ଶୋକର ଛାୟା ଖେଳାଇଦେଇଛି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories