ଗୁଣ୍ଡିଚା ମଣ୍ଡପରେ ପୂଜା ପାଉଛନ୍ତି ଚତୁର୍ଦ୍ଧା ମୂର୍ତ୍ତି

ହରଭଙ୍ଗା: ହରଭଙ୍ଗା ବ୍ଳକ ଠିଡିକାଜୋର ସ୍ଥିତ ଶ୍ରୀ ପୁରୁଷୋତ୍ତମ ଦିବ୍ୟଧାମ ଜଗନ୍ନାଥ ମହାପ୍ରଭୁ ଏବେ ଚାରିଛକ ସ୍ଥିତ ଗୁଣ୍ଡିଚା ମଣ୍ଡପରେ ଅବସ୍ଥାନ ହୋଇଛନ୍ତି। ଏହି ନବଦିନାତ୍ମକ ଯାତ୍ରାରେ ମହାପ୍ରଭୁ ଭକ୍ତମାନଙ୍କୁ ଗୁଣ୍ଡିଚା ମନ୍ଦିରରେ ବିଭିନ୍ନ ବେଶରେ ଦର୍ଶନ ଦେବେ। ତେବେ ଏହି କ୍ରମରେ ଆଜି ମହାପ୍ରଭୁ ଭକ୍ତମାନଙ୍କୁ ମସ୍ୟ ଓ କଛପ ବେଶରେ ଦର୍ଶନ ଦେଇଛନ୍ତି। ଅନ୍ୟପଟେ ପ୍ରଭୁଙ୍କ ନିକଟରେ ଲାଗି ହେବା ନିମନ୍ତେ ଅଭଡ଼ା ମଧ୍ୟ ପ୍ରସ୍ତୁତ କରାଯାଇଛି। ପ୍ରତି ଦିନ ସନ୍ଧ୍ୟାରେ ସାସ୍କୃତିକ କାଯ୍ୟକ୍ରମ ଅନୁଷ୍ଠିତ ହେଉଛି।

ପ୍ରଥମ ଦିନ ଓଡିଶା ସଂସ୍କୃତି ବିଭାଗ ପକ୍ଷରୁ ସୁବର୍ଣ୍ଣପୁରରୁ ଆସିଥିବା ରୁମକୁ ଝୁମାନ ଟିମ ଭଜନ ପରିବେଷଣ କରିଥିବା ବେଳେ କନ୍ଧମାଳ ସାଂସଦଙ୍କ ପ୍ରତିନିଧି ବିଶ୍ୱଜିତ ପ୍ରଧାନ ଓ ସ୍ଥାନୀୟ ବାଣୀଭୂଷଣପୁର ସରପଞ୍ଚ ଶ୍ରୀବନ୍ତ ମେହେର ଟିମକୁ ପୁଷ୍ପଗୁଛ, ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରିଥିଲେ। ସେଇଭଳି ଦ୍ୱିତୀୟ ଦିବସରେ ସୋର୍ଣ୍ଣଶିଖା ଟିମ ଭଜନ ପରିବେଷଣ କରିଥିବା ବେଳେ ପୁରୁଣାକଟକ ଥାନ ଅଧିକାରୀ ଜ୍ୟୋସ୍ନା କାଉଁରି ଓ ପୁରୁଣାକଟକ ସରପଞ୍ଚ ଅଶୋକ ସେଠୀ, ଚାରିଛକ ବଜାର କମିଟି ସଭାପତି ଦିଲ୍ଲୀପ ସାହୁ ଓ ସଭ୍ୟ ସନ୍ତୋଷ କୁମାର ନାଗ ଟିମକୁ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରିଥିଲେ।ଆଜି ତୃତୀୟ ଦିନରେ ହରଭଙ୍ଗାରୁ ଆସିଥିବା ଶ୍ରୀ ଜଗନ୍ନାଥ ଭଜନ ସନ୍ଧ୍ୟା ଟିମ ପକ୍ଷରୁ ଭଜନ ପରିବେଷଣ କରାଯାଇଥିବା ବେଳେ ଆସନ୍ତାକାଲି ମହାପ୍ରଭୁଙ୍କ ସନ୍ଧ୍ୟା ଆଳତି ପରେ ସୁନାମଧନ୍ୟ କୁନି ପ୍ରବଚକ କେଶବ ଦାସ ଦ୍ୱିତୀକୃଷ୍ଣ ମହାରାଜ ପ୍ରବଚନ କାଯ୍ୟକ୍ରମ ରହିଛି।

Comments are closed.