ଶିକାରୀ ଗୁଳିରେ ସାଥି ଶିକାରୀ ମୃତ୍ୟୁ ଘଟଣା, ଅଭିଯୁକ୍ତ କୋର୍ଟ ଚାଲାଣ

ହରଭଙ୍ଗା: ବୌଦ୍ଧ ଜିଲା ପୁରୁଣାକଟକ ଥାନା ଅର୍ନ୍ତଗତ କାନପୁରରେ ଗତ ମଙ୍ଗଳବାର ସନ୍ଧ୍ୟାରେ ଶୀକାରୀ ଗୁଳିରେ ସାଥି ଶିକାରୀର ମୃତ୍ୟୁ ଘଟଣାରେ ଶନିବାର ପୁଲିସ ଅଭିଯୁକ୍ତ ଶୀକାରୀ ଶମ୍ଭୁ ଭୋଇ (୨୮)ଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ କାନପୁର ଗ୍ରାମର ସଜିତ୍ ଭୋଇ ଏବଂ ଶମ୍ଭୂ ଭୋଇ ଦୁଇଜଣ ନିକଟସ୍ଥ ଜଙ୍ଗଲକୁ ଶିକାର ପାଇଁ ଯାଇଥିଲେ। ଜଙ୍ଗଲରେ ଶିକାର ସମୟରେ କୌଣସି କଥାକୁ ନେଇ ସଜିତ ଏବଂ ଶମ୍ଭୁଙ୍କ ମଧ୍ୟରେ ଉଚ୍ଚବାଚ ହୋଇଥିଲା। ଏଥିରେ ଶମ୍ଭୁ ଉତ୍ୟକ୍ତ ହୋଇ ହାତରେ ଧରିଥିବା ବନ୍ଧୁକରେ ସଜିତକୁ ମାରିଦେବା ପାଇଁ ଭୟ ଦେଖାଇଥିଲା। ମାତ୍ର ଦୁର୍ଭାଗ୍ୟବଶତଃ ସୁଇଚରେ ହାତବାଜିଯିବାରୁ ଗୁଳିଫୁଟି ସଜିତ ଦେହରେ ବାଜିଥିଲା। ଏଥିରେ ସଜିତର ମୃତ୍ୟୁ ଘଟିଥିବା ପୁଲିସ ସୂଚନା ଦେଇଛି। ଏ ନେଇ ପୁରୁଣାକଟକ ପୁଲିସ ୮୮/୨୨ରେ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ ପରେ ଆଜି କୋର୍ଟଚାଲାଣ କରିବା ସହ ଏକ ଚୋରା ବନ୍ଧୁକ ମଧ୍ୟ ପୁଲିସ ଜବତ କରିଥିବା ତଦନ୍ତକାରୀ ପୁଲିସ ଅଫିସର ତୁଳାରାମ ମହାନନ୍ଦିଆ ସୂଚନା ଦେଇଛନ୍ତି।

kalyan agarbati

Comments are closed.