ହରଭଙ୍ଗା: ହରଭଙ୍ଗା ବ୍ଲକ ବାମଣ୍ଡା ଗ୍ରାମର ଦିଲ୍ଲୀପ ବସ୍ତିଆଙ୍କ ଚିକିତ୍ସା ପାଇଁ ଏକ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି । ସୋମବାର ହରଭଙ୍ଗା ତହସିଲଦାର ଶମ୍ଭୁ ଭୂଷଣ ମିଶ୍ର ତାଙ୍କ ଘରେ ପହଞ୍ଚି ଏକ ଚେକ ପ୍ରଦାନ କରିଛନ୍ତି । ସୂଚନା ଥାଉ କି ଗତ କିଛି ମାସ ତଳେ ଏକ ଦୁର୍ଘଟଣାରେ ଦିଲୀପଙ୍କ ଜଙ୍ଘ ହାଡ଼ ଭାଙ୍ଗି ଯାଇଥିଲା । ଚିକିତ୍ସା ପାଇଁ ଅଧିକ ଟଙ୍କା ଦରକାର ପଡ଼ିଥିବାରୁ ସେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା ପାଇଁ ଦରଖାସ୍ତ କରିଥିଲେ ।
ଚିକିତ୍ସା ପାଇଁ ଦିଲ୍ଲୀପଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଏକ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ
Popular Categories



