www.samajalive.in
Sunday, December 7, 2025
14.1 C
Bhubaneswar

ଅଧୁରା ରହିଗଲା ପାଠପଢା ସ୍ୱପ୍ନ, ଶଯ୍ୟାରେ କଟୁଛି ପଦ୍ମିନୀଙ୍କ ଜୀବନ

ହରଭଙ୍ଗା: ଅଭାଗିନୀ ପଦ୍ମିନୀ  । କୁନିକୁନି ଆଖିରେ ତାଙ୍କର ଅସୁମାରୀ ସ୍ବପ୍ନ । ଅଭାବୀ ପରିବାରରେ ଜନ୍ମ ନେଇ ମଧ୍ୟ ପଠପଢ଼ିବାରେ ଥିଲା ତାଙ୍କର ଅହେତୁକ ଆଗ୍ରହ । ଗରିବ ଘରେ ପାଠପଢାରେ ବାଧା ହେବାରୁ ମାଆ,ବାପା ତାଙ୍କୁ କେନ୍ଦୁଝରରେ ଜଣେ ବ୍ୟକ୍ତିଙ୍କ ଘରେ ରଖିଥିଲେ । ତାଙ୍କ ଘରେ ଛୋଟଛୁଆର ଦେଖାଶୁଣା ସାଙ୍ଗକୁ ସ୍କୁଲ ଯାଇ ଦଶମ ଶ୍ରେଣୀରେ ପାଠପଢୁଥିଲେ । ପାଠପଢି ଗରିବ ମାଆ ବାପାଙ୍କ ଦୁଃଖ ଦୂର କରିବାକୁ ମଧ୍ୟ ସ୍ୱପ୍ନ ଦେଖିଥିଲେ । ସବୁ  ଠିକ୍‌ ଠାକ୍‌  ଚାଲିଥିଲା । ଜୁନ ମାସରେ ଫୋନରେ କଥା ହେଉହେଉ ତିନି ମହଲା ଛାତ ଉପରୁ ଖସିପଡିଲେ ପଦ୍ମିନୀ । ଏତେ ଉପରୁ ପଡିବା ଫଳରେ ତାଙ୍କର ଅଂଟା ଭାଙ୍ଗିଗଲା । ବୌଦ୍ଧଜିଲ୍ଲା ହରଭଙ୍ଗା ଗ୍ରାମ ବଜାରସାହି ବାସିନ୍ଦା ଗରିବ ପବିତ୍ର ବେହେରାଙ୍କ ଝିଅ ପ୍‌ଦ୍ମିନୀ ବେହେରାଙ୍କ  କ୍ଷେତ୍ରରେ ଏପରି ଘଟଣା ଘଟିଥିଲା । ଘର ମାଲ୍ଲିକ ପଦ୍ମିନୀକୁ  କଟକ ବଡମେଡିକାଲ ପରେ ଓଲଟରପୁର ହାଡଭଙ୍ଗା ଚିକିତ୍ସା କେନ୍ଦ୍ରକୁ ନେଇ  ତାର ସମସ୍ତ  ଚିକିତ୍ସା କରାଇଥିଲେ ।

ଏତେ ଉପରୁ ପଡିବା ଫଳରେ ତାଙ୍କର ଅଂଟା ଭାଙ୍ଗିଗଲା । ଘର ମାଲ୍ଲିକ ପଦ୍ମିନୀକୁ  କଟକ ବଡ ଡାକ୍ତରଖାନା ପରେ ଓଲଟରପୁର ହାଡଭଙ୍ଗା ଚିକିତ୍ସା କେନ୍ଦ୍ରକୁ ନେଇ  ତାର ସମସ୍ତ  ଚିକିତ୍ସା କରାଇଥିଲେ । ମାତ୍ର ଅଂଟା ଭାଙ୍ଗିଯାଇଥିବାରୁ ପଦ୍ମିନୀ ଦୀର୍ଘ ୧୦ମାସହେଲା ଚାଲିବୁଲି ନପାରି ଖଟରେ ପଡିରହିଛନ୍ତି । ଏପରିକି ନିତ୍ୟକର୍ମ ମଧ୍ୟ ନିଜପକ୍ଷେ ସମ୍ଭବ ହେଉନାହିଁ ।ଏଭଳି ସ୍ଥିତିରେ ଗରିବ ଖଟିଖିଆ ବାପା, ମାଆ ପଦ୍ମିନୀକୁ ଚିକିତ୍ସା କରାଇବାକୁ ଚାହୁଁଥିଲେ ମଧ୍ୟ ହାତରେ ଟଙ୍କା ନଥିବାରୁ ତାଙ୍କର ଚିକିତ୍ସା ସମ୍ଭବ ହେଉନାହିଁ । ଅନ୍ୟପଟେ ଅଂଟା ଘା ଶୁଖିବା ପାଇଁ  ଡାକ୍ତର ଲେଖିଥିବା ଔଷଧ ମଧ୍ୟ କିଣିପାରୁନାହାନ୍ତି । ଦାରିଦ୍ର୍ୟ ସୀମାରେଖା ତଳେ ବସବାସକରୁଥିବା ପବିତ୍ରଙ୍କ ପରିବାରରେ ତାଙ୍କ ପନ୍ତ୍ରୀ ସସ୍ମିତା,ଦୁଇ ପୁଅ,ଦୁଇ ଝିଅକୁ ନେଇ ୬ ପ୍ରାଣୀ କୁଟୁମ୍ବ ରହିଛନ୍ତି । ମାତ୍ର ଏମାନେ ସରକାରୀ ଯୋଜନାରୁ ବଞ୍ଚିତ ଥିବାବେଳେ ଘର ଖଣ୍ଡିଏ ମଧ୍ୟ ଏମାନେ ପାଇନାହାନ୍ତି । ଯଦି ସରକାର ଏଥିପ୍ରତି ଦୃଷ୍ଟି ଦିଅନ୍ତି କିମ୍ବା ପଦ୍ମିନୀଙ୍କ ଚିକିତ୍ସା ପାଇଁ ପ୍ରଶାସନ କିଛି ସାହାଯ୍ୟ କରନ୍ତା ତେବେ ଏହି ଗରିବ ପରିବାରକୁ ସାହାରା ମିଳିପାରନ୍ତା । ହରଭଙ୍ଗାରୁ ପ୍ରୀତିରଞ୍ଜନ ଦାସଙ୍କ ରିପୋର୍ଟ ସମାଜ ଲାଇଭ୍‌ ।

- Advertisement -

 

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories