www.samajalive.in
Sunday, December 7, 2025
26.1 C
Bhubaneswar

ପଞ୍ଚାୟତ ନିର୍ବଚନରେ ଉଚ୍ଚଶିକ୍ଷିତା ପ୍ରାର୍ଥୀ

ହରଭଙ୍ଗା: ପଞ୍ଚାୟତ ନିର୍ବଚନରେ ଉଚ୍ଚଶିକ୍ଷିତା ପ୍ରାର୍ଥୀ । ସରପଞ୍ଚ ପାଇଁ ଲଢ଼ୁଛନ୍ତି ପ୍ରଜ୍ଞାପରମିତା । ବୈଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଗୁଣ୍ଡୁରିସାହି ଭଳି ଏକ ଛୋଟ ଗାଁରେ ପ୍ରଜ୍ଞା ଜନ୍ମ ନେଇଥିବା ବେଳେ, ପାଠ ଓ ଲୋକଙ୍କ ସେବାପ୍ରତି ରହିଛି ତାଙ୍କର ଅହେତୁକ ଦର୍ବଳତା । ମାଆ ମୋହିନି ବେହେରା ଓ ବାପା ଶିକ୍ଷକ ଯାମିନୀକାନ୍ତ ବେହେରାଙ୍କ ଏକମାତ୍ର ଝିଅ ହେଉଛନ୍ତି ପ୍ରଜ୍ଞାପରମିତା ବେହେରା । ସେ ବର୍ତମାନ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ଆନ୍ଥ୍ରୋପୋଲଜିରେ ପୋଷ୍ଟ ଗ୍ରାଜୁଏଟ କରୁଥିବା ଶେଷବର୍ଷର ଛାତ୍ରୀ । ପାଠ ପଢ଼ିବା ସହ ଲୋକଙ୍କ ସେବାକରିବାକୁ ରାଜନୀତି ମୈଦାନକୁ ଓହ୍ଲାଇଛନ୍ତି ପ୍ରଜ୍ଞା ।

ଗାଁର ମାଟି ,ପାଣି,ପବନରେ ବଢିଛନ୍ତି ପ୍ରଜ୍ଞାପରମିତା ।ପିଲାଟିବେଳୁ ଗାଁରେଥିବା ପିଇବା ପାଣି ସମସ୍ୟା ଠାରୁ ଆରମ୍ଭ କରି ରାସ୍ତା ଘାଟ,ଶିକ୍ଷା,ସ୍ୱାସ୍ଥ୍ୟ ଭଳି ଅନେକ ମୌଳିକ ସମସ୍ୟା ସହିତ ସେ ବେଶ ଜଡିତ । ପ୍ରଜ୍ଞାଙ୍କ କହିବା ଅନୁସାରେ, ପାଠପଢି ଚାକିରି କଲେ କେବଳ ନିଜ ପାଇଁ କିଛି କରିପାରିବି ।ମାତ୍ର ରାଜନୀତିରେ ଲୋକଙ୍କ ସେବା ସହିତ ସମାଜର ଉନ୍ନତି କରିହେବ । ପ୍ରାର୍ଥୀ ହୋଇ ସମାଜସେବା କରିବା ସହିତ ଗାଁ ଗାଁରେ ରହିଥିବା ମୌଳିକ ସମସ୍ୟା ଦୂର କରିବା ପାଇଁ ସେ ସ୍ୱପ୍ନ ଦେଖିଛନ୍ତି ।

- Advertisement -

ସରପଂଚ ପ୍ରାର୍ଥିନୀ ଭାବେ ନିର୍ବାଚନ ରଣାଙ୍ଗନକୁ ଓହ୍ଲେଇଛନ୍ତି ପ୍ରଜ୍ଞାପରମିତା ।ଘର ଘର ବୁଲି ପ୍ରଚାର କରୁଥିବା ବେଳେ ଭୋଟରଙ୍କୁ ଗାଁରେଥିବା ସମସ୍ୟା ଓ ସରକାରୀ ସୁବିଧା ବିଷୟରେ ଜଣାଉଛନ୍ତି । ତାହା ସହ ଲୋକଙ୍କୁ ନିଜ ପାଇଁ ଭୋଟ୍‍ ମାଗିବା ପରିବର୍ତ୍ତେ ଜଣେ ଯୋଗ୍ୟ ପ୍ରାର୍ଥୀକୁ ଭୋଟ ଦେବା ପାଇଁ ପ୍ରଜ୍ଞାପରମିତା କହୁଛନ୍ତି । ଚଳିତ ନିର୍ବାଚନରେ ଛତ୍ରଙ୍ଗ ପଂଚାୟତରୁ ୮ଜଣ ସରପଂଚ ପାଇଁ ନିର୍ବାଚନ ଲଢୁଥିବାବେଳେ ସବୁଠୁ ଉଚ୍ଚଶିକ୍ଷିତା ଯୁବତୀ ହେଉଛନ୍ତି ପ୍ରଜ୍ଞାପରମିତା । ହେଲେ ଏଭଳି ଜଣେ ଉଚ୍ଚ ଶିକ୍ଷିତ ଯୁବତୀକୁ ପଂଚାୟତବାସୀ କିଭଳି ଗ୍ରହଣ କରୁଛନ୍ତି ତାହା ନିର୍ବାଚନ ମତଦାନ ପରେ ସ୍ପଷ୍ଟ ହେବ ।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories