ହରଭଙ୍ଗା ବ୍ଲକରେ ୯ହଜାର ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବଟଂନ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ୧୮ଟି କେନ୍ଦ୍ରରେ ଶୁକ୍ରବାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ୯ହଜାର ସ୍ମାର୍ଟକାର୍ଡ ବଟଂନ କରାଯାଇଥିବା ସୂଚନା ମିଳିଛି।ସ୍ମାର୍ଟ କାର୍ଡ ପାଇଁ ସବୁ କେନ୍ଦ୍ରରେ ଲୋକଙ୍କ ପ୍ରବଳ ଭିଡ ଯୋଗୁଁ ସବୁଠି ଠେଲାପେଲା ପରିସ୍ଥିତି ସୃଷ୍ଟି ହୋଇଛି। କରୋନା ସମୟରେ ଅଧିକ ଲୋକଙ୍କ ଏକାଠି ଗହଳି ଯୋଗୁଁ ସବୁଠି କୋଭିଡ ନିୟମର ଖୋଲାଖୋଲି ଉଲ୍ଲଂଘନ ହୋଇଥିବା ମଧ୍ୟ ଦେଖିବାକୁ ମିଳିଛି। ଏଭଳି ପରିସ୍ଥିତି ଆଗକୁ କରୋନାକୁ ଆମନ୍ତ୍ରଣ କରିବା ପାଇଁ ଯଥେଷ୍ଟ ସମ୍ଭାବନା ରହିଥିବା ସବୁ ମହଲରୁ ମତପ୍ରକାଶ ପାଉଛି।
ସୂଚନା ଥାଉ କି ଆଜି ହରଭଙ୍ଗା ବ୍ଲକରେ ସମସ୍ତ ପୁରୁଣା ପଂଚାୟତ ହେର୍ଡ କ୍ୱାର୍ଟରରେ ସ୍ମାର୍ଟ ସ୍ୱାସ୍ଥ୍ୟକାର୍ଡ ବଂଟନ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଏଥିପାଇଁ ବ୍ଲକ ପକ୍ଷରୁ ସବୁ କେନ୍ଦ୍ରରେ ଜଣେ ଜଣେ ନୋଡାଲ ଅଫିସର ସହିତ ଶିକ୍ଷକ, ଅଙ୍ଗନଓାର୍ଡୀକର୍ମୀ,ଆଶା,ଜି.ଆର.ଏସ.ଯନ୍ତ୍ରୀ ଭଳି ୧୦ ଜଣ ସରକାରୀ କର୍ମଚାରୀ ନିୟୋଜିତ ହୋଇଥିଲେ। ଦୁଇ ଦିନିଆ କାର୍ଡ ବଟଂନ କାର୍ଯ୍ୟକ୍ରମ ସତ୍ୱେ ସବୁଠି କାର୍ଡପାଇଁ ଅସମ୍ଭବ ଭିଡ ପରିଲିକ୍ଷିତ ହୋଇଥିଲା। ଶେଷରେ କାର୍ଡପାଇଁ ଲୋକେ ଭୋକ ଉପାସରେ କାର୍ଡ ପାଇଁ ଚାହିଁ ରହିଥିବା ଦେଖିବାକୁ ମିଳିଥିଲା। ପ୍ରବଳ ଭିଡ ଯୋଗୁଁ ବହୁସ୍ଥାନରେ ଲୋକଙ୍କ ମଧ୍ୟରେ ଠେଲାପେଲା ସହିତ କୋଭିଡ ନିୟମକୁ ସମସ୍ତେ ଭୁଲିଯାଇ କାର୍ଡ ବଟଂନରେ ଲାଗିଥିବା ଦେଖିବାକୁ ମିଳିଥିଲା। ବ୍ଲକରେ ୩୩ ହଜାର ୬୨୮ ସ୍ମାର୍ଟ ସ୍ୱାସ୍ଥ୍ୟକାର୍ଡ ବଟଂନ ହେବାକୁ ଥିବାବେଳେ ଆଜି ପ୍ରଥମ ଦିନରେ ୯ ହଜାର କାର୍ଡ ବଟଂନ ହୋଇଥିବା ସୂଚନା ମିଳିଛି।ପଂଚାୟତ ଅନୁସାରେ କାର୍ଡ ଆସିଥିବାରୁ କାର୍ଡ ବଂଟନରେ ବିଳମ୍ବ ହେଉଥିବା ଜଣେ କର୍ମଚାରୀ ସୂଚନା ଦେଇଛନ୍ତି। ଏଥିପ୍ରତି ଜିଲ୍ଲାପାଳ ସ୍ୱତନ୍ତ ଦୃଷ୍ଟି ଦେବାକୁ ଦାବୀ ହେଉଛି।
Comments are closed.