www.samajalive.in
Sunday, December 7, 2025
23.1 C
Bhubaneswar

ଜନ୍ମମାଟିରେ ଅବସରପ୍ରାପ୍ତ ଯବାନଙ୍କୁ ଭବ୍ୟ ସମ୍ବର୍ଦ୍ଧନ, ମାତୃଭୂମିର କୋଡିଏ ବର୍ଷ ସେବାପରେ ଏବେ ସମାଜସେବା କରିବେ ବୀର ଯବାନ

ହରଭଙ୍ଗା: ଧୁଙ୍ଗିଆମୁଣ୍ଡା ଭଳି ପଲ୍ଲୀ ଗାଁର ଏକ ଆଦିବାସୀ ପରିବାରରେ ତାଙ୍କର ଜନ୍ମ।ମାତା ଉଲ୍ଲାସ ମଲ୍ଲିକ ପିତା ଚିତ୍ରସେନ ମଲ୍ଲିକଙ୍କ ସୁପୁତ୍ର ପ୍ରଦୀପ ମଲ୍ଲିକ ଗତ ୨୦୦୦ମସିହାରେ କ୍ରେନ୍ଦୀୟ ରିଜର୍ଭ ପୋଲିସ ବାହିନୀ(ସିଆରପିଏଫ) ଚାକିରୀରେ ଯୋଗଦାନ କରିଥିଲେ।ଦୀର୍ଘ ୨୦ବର୍ଷଧରି ଜଣେ ସୈନିକଭାବେ ଭାରତମାତାର ସେବାପରେ ଗତ ୩୧ ଅଗଷ୍ଟ ୨୦୨୧ରେ ଚାକିରୀରୁ ଅବସର ନେଇଥିଲେ।ଅବସରପରେ ବୌଦ୍ଧ ମାଟିର ହରଭଙ୍ଗା ବ୍ଲକ ଧୁଙ୍ଗିଆମୁଣ୍ଡା ଗ୍ରାମର ଲଢୁଆ ପୁଅ ପ୍ରଦୀପ ମଲ୍ଲିକ ଶୁକ୍ରବାର ନିଜ ଜନ୍ମ ମାଟିକୁ ଫେରିବା ସମୟରେ ତାଙ୍କୁ ଗ୍ରାମବାସୀ, ସାଙ୍ଗସାଥୀ , ଆତ୍ମିୟସ୍ୱଜନଙ୍କ ତରଫରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ।

 

- Advertisement -

ଏହି ଅବସରରେ ଧୁଙ୍ଗିଆମୁଣ୍ଡା ଗ୍ରାମରେ ସମ୍ବର୍ଦ୍ଧନା ଉତ୍ସବର ଆୟୋଜନ ହୋଇଥିଲା।ଏଥିରେ ମୁଖ୍ୟ ଅତିଥିଭାବେ କ୍ରିପଟନ କଲେଜର ପ୍ରତିଷ୍ଠାତା ଡ.ରାଜିବ ଲୋଚନ ପଣ୍ଡା,ଅନ୍ୟତମ ଅତିଥିଭାବେ ଜନକଲ୍ୟାଣ ପରିଷଦର ଉପଦେଷ୍ଟା ପ୍ରଦୀପ କୁମାର ସାହୁ, ପୁରୁଣାକଟକ ସରପଂଚ ଭବାନୀବାଳା କହଁର, ଛତ୍ରଙ୍ଗ ପଂଚାୟତର ପୂର୍ବତନ ସରପଂଚ ଆନନ୍ଦ ବେହେରା, ନାଏବ ସରପଂଚ ଜାନକୀ ବେହେରା ପ୍ରମୁଖ ଯୋଗଦାନ କରିଥିଲେ।ଯବାନ ପ୍ରଦୀପ ଏବଂ ତାଙ୍କ ଧର୍ମପନ୍ତ୍ରୀ ସୁଷମା ସହିତ କ୍ରିପଟନ କଲେଜର ପ୍ରତିଷ୍ଠାତା ଡ,ପର୍ଣ୍ଡା୍କୁ ସମ୍ମାନୀତ କରାଯାଇଥିଲା। ଜଣେ ସୈନିକ ଭାବେ ଭାରତମାତାର କୋଡିଏବର୍ଷ ସେବା କରିବାର ସୁଯୋଗ ପାଇଥିବାରୁ ନିଜକୁ ଧନ୍ୟମନେକରିଥିଲେ। ଅବସର ପରେ ବାକି ସମୟ ସମାଜସେବା କରିବା ପାଇଁ ଇଛାଥିବା ପ୍ରକାଶ କରିଥିଲେ। ସୁଧିର ଦୀପ ସଭାକାର୍ଯ୍ୟ ପରିଚାଳନା କରିଥିବା ଅମିତାଭ ବଚନ ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories