www.samajalive.in
Friday, December 5, 2025
20.1 C
Bhubaneswar

ଜନ୍ମମାଟିରେ ଅବସରପ୍ରାପ୍ତ ଯବାନଙ୍କୁ ଭବ୍ୟ ସମ୍ବର୍ଦ୍ଧନ, ମାତୃଭୂମିର କୋଡିଏ ବର୍ଷ ସେବାପରେ ଏବେ ସମାଜସେବା କରିବେ ବୀର ଯବାନ

ହରଭଙ୍ଗା: ଧୁଙ୍ଗିଆମୁଣ୍ଡା ଭଳି ପଲ୍ଲୀ ଗାଁର ଏକ ଆଦିବାସୀ ପରିବାରରେ ତାଙ୍କର ଜନ୍ମ।ମାତା ଉଲ୍ଲାସ ମଲ୍ଲିକ ପିତା ଚିତ୍ରସେନ ମଲ୍ଲିକଙ୍କ ସୁପୁତ୍ର ପ୍ରଦୀପ ମଲ୍ଲିକ ଗତ ୨୦୦୦ମସିହାରେ କ୍ରେନ୍ଦୀୟ ରିଜର୍ଭ ପୋଲିସ ବାହିନୀ(ସିଆରପିଏଫ) ଚାକିରୀରେ ଯୋଗଦାନ କରିଥିଲେ।ଦୀର୍ଘ ୨୦ବର୍ଷଧରି ଜଣେ ସୈନିକଭାବେ ଭାରତମାତାର ସେବାପରେ ଗତ ୩୧ ଅଗଷ୍ଟ ୨୦୨୧ରେ ଚାକିରୀରୁ ଅବସର ନେଇଥିଲେ।ଅବସରପରେ ବୌଦ୍ଧ ମାଟିର ହରଭଙ୍ଗା ବ୍ଲକ ଧୁଙ୍ଗିଆମୁଣ୍ଡା ଗ୍ରାମର ଲଢୁଆ ପୁଅ ପ୍ରଦୀପ ମଲ୍ଲିକ ଶୁକ୍ରବାର ନିଜ ଜନ୍ମ ମାଟିକୁ ଫେରିବା ସମୟରେ ତାଙ୍କୁ ଗ୍ରାମବାସୀ, ସାଙ୍ଗସାଥୀ , ଆତ୍ମିୟସ୍ୱଜନଙ୍କ ତରଫରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ।

 

- Advertisement -

ଏହି ଅବସରରେ ଧୁଙ୍ଗିଆମୁଣ୍ଡା ଗ୍ରାମରେ ସମ୍ବର୍ଦ୍ଧନା ଉତ୍ସବର ଆୟୋଜନ ହୋଇଥିଲା।ଏଥିରେ ମୁଖ୍ୟ ଅତିଥିଭାବେ କ୍ରିପଟନ କଲେଜର ପ୍ରତିଷ୍ଠାତା ଡ.ରାଜିବ ଲୋଚନ ପଣ୍ଡା,ଅନ୍ୟତମ ଅତିଥିଭାବେ ଜନକଲ୍ୟାଣ ପରିଷଦର ଉପଦେଷ୍ଟା ପ୍ରଦୀପ କୁମାର ସାହୁ, ପୁରୁଣାକଟକ ସରପଂଚ ଭବାନୀବାଳା କହଁର, ଛତ୍ରଙ୍ଗ ପଂଚାୟତର ପୂର୍ବତନ ସରପଂଚ ଆନନ୍ଦ ବେହେରା, ନାଏବ ସରପଂଚ ଜାନକୀ ବେହେରା ପ୍ରମୁଖ ଯୋଗଦାନ କରିଥିଲେ।ଯବାନ ପ୍ରଦୀପ ଏବଂ ତାଙ୍କ ଧର୍ମପନ୍ତ୍ରୀ ସୁଷମା ସହିତ କ୍ରିପଟନ କଲେଜର ପ୍ରତିଷ୍ଠାତା ଡ,ପର୍ଣ୍ଡା୍କୁ ସମ୍ମାନୀତ କରାଯାଇଥିଲା। ଜଣେ ସୈନିକ ଭାବେ ଭାରତମାତାର କୋଡିଏବର୍ଷ ସେବା କରିବାର ସୁଯୋଗ ପାଇଥିବାରୁ ନିଜକୁ ଧନ୍ୟମନେକରିଥିଲେ। ଅବସର ପରେ ବାକି ସମୟ ସମାଜସେବା କରିବା ପାଇଁ ଇଛାଥିବା ପ୍ରକାଶ କରିଥିଲେ। ସୁଧିର ଦୀପ ସଭାକାର୍ଯ୍ୟ ପରିଚାଳନା କରିଥିବା ଅମିତାଭ ବଚନ ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories