ବେଙ୍ଗାଲୁରୁ : କର୍ଣ୍ଣାଟକର କଂଗ୍ରେସ-ଜେଡିଏସ୍ ମେଣ୍ଟ ସରକାରକୁ ନେଇ ସର୍ବସାଧାରଣରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଜେଡିଏସ୍ ମୁଖ୍ୟ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେଗୌଡା। ଗୁରୁବାର ଦେବେଗୌଡା କହିଛନ୍ତି ‘ ମୁଁ ଏବେ ଯନ୍ତ୍ରଣାରେ ସମୟ ଅତିବାହିତ କରୁଛି। ଆଉ ଏହି ଯନ୍ତ୍ରଣାକୁ ନେଇ ବେଶୀ ଦିନ ନିରବ ରହିପାରିବି ନାହିଁ।’ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ବାମୀଙ୍କ ପିତା ଦେବେଗୌଡା ମେଣ୍ଟ ସରକାରକୁ ନେଇ ନିରବ ରହିଛନ୍ତି। ୬ ମାସ ମେଣ୍ଟ ସରକାରରେ ଅନେକ ପ୍ରକାର ବିବାଦ ଦେଖାଯାଇଛି। କୁମାରସ୍ବାମୀଙ୍କ ପରିବର୍ତ୍ତେ କଂଗ୍ରେସ ନେତା ସିଦ୍ଧରମୈୟାଙ୍କୁ ମୁଖ୍ୟମନ୍ତ୍ରୀ କରିବା ନେଇ କଂଗ୍ରେସର ଅନେକ ବିଧାୟକ ଦାବି କରିବାର କିଛି ଦିନ ପରେ ଦେବେଗୌଡା ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
Popular Categories



