
କର୍କଟ ରୋଗୀଙ୍କୁ ମାଗଣା ଔଷଧ ପ୍ରଦାନ

ଗୁରୁଡିଝାଟିଆ: କଣ୍ଡରେଇ ପଞ୍ଚାୟତ ସତ୍ୟନାରାୟଣପୁର ଗ୍ରାମର ସୁଲୋଚନା ପଟ୍ଟନାୟକ କର୍କଟ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ହେଲେ ଆବଶ୍ୟକ ଔଷଧ ଖାଇବା ପାଇଁ ତାଙ୍କ ନିକଟରେ ସାମର୍ଥ୍ୟ ନାହିଁ। ତେଣୁ ବହୁ ଅସୁବିଧାରେ ଜୀବନ ବିତାଉଛନ୍ତି। ଏ ସଂପର୍କରେ ଖବର ପାଇଁ ଆଠଗଡ ବିକାଶ ମଞ୍ଚ ସଭାପତି ସମାଜସେବୀ ମାନସ ବସ୍ତିଆ ସତ୍ୟନାରାୟଣପୁର ସ୍ଥିତ ସୁଲୋଚନାଙ୍କ ଘରେ ପହଞ୍ଚିଥିଲେ। ସୁଲୋଚନାର ଏକମାସ ପାଇଁ ଔଷଧ ମଧ୍ୟ ସାଥିରେ ନେଇଥିଲେ। ପରିବାର ସଦସ୍ୟଙ୍କ ଉପସ୍ଥିତିରେ ଶ୍ରୀ ବସ୍ତିଆ ଡାକ୍ତରଙ୍କ ପରାମର୍ଶ କ୍ରମେ ଲିଖିତ ଔଷଧ ମାସକ ପାଇଁ ସୁଲୋଚନାଙ୍କୁ ପ୍ରଦାନ କରିଥିଲେ। ଏପରିକି ଆଗାମୀ ଦିନରେ ବିକାଶମଞ୍ଚ ପକ୍ଷରୁ ସୁଲୋଚନାଙ୍କୁ ଔଷଧ ଓ ଅନ୍ୟାନ୍ୟ ସହଯୋଗ ପ୍ରଦାନ କରାଯିବ ବୋଲି ଶ୍ରୀ ବସ୍ତିଆ କହିଥିଲେ।
Comments are closed.