ଗୁରୁଡିଝାଟିଆ: ଗୁରୁଡିଝାଟିଆ ପଞ୍ଚାୟତର ଗୋବରା ଗ୍ରାମର ବୟୋଜ୍ୟେଷ୍ଠ ମୁରବୀ କୃଷ୍ଣଚନ୍ଦ୍ର ପଟ୍ଟନାୟକ (୮୧)ଙ୍କ ନିଜ ବାସବଭନରେ ପରଲୋକ ହୋଇଛି।ସ୍ୱର୍ଗତ ପଟ୍ଟନାୟକ ଭାରତୀୟ ଡାକସେବାରେ କାର୍ଯ୍ୟକରି ଅବସର ନେଇଥିଲେ। ଜଣେ ପରୋପକାରୀ, ଧର୍ମପରାୟଣ ସଂସ୍କୃତି ସଂପନ୍ନ ସୁମଣିଷ ଭାବରେ ସମଗ୍ର ନବେଢାରେ ପରିଚିତ ଥିଲେ। ଶିକ୍ଷାନୁଷ୍ଠାନ ପରିଚାଳନା ସମିତିର ସଭାପତି ସହିତ ଅନେକ ଅନୁଷ୍ଠାନର ସୃଷ୍ଟିକର୍ତ୍ତା ଭାବରେ ନିଜର ସ୍ୱତନ୍ତ୍ର ଛବି ଛାଡିଯାଇଛନ୍ତି। ସମାଜସେବୀ ଶରତ କୁମାର ଖୁଣ୍ଟିଆ, ପୂର୍ବତନ ସରପଞ୍ଚ ରାଜକିଶୋର ରାଉତ, ସର୍ବେଶ୍ୱର ରାଉତ, ଶିକ୍ଷାବିତ୍ ତୁଷାର କୁମାର ବେଉରା ସହିତ ଗ୍ରାମର ବହୁ ମୁରବୀ ଶ୍ରେଣୀୟ ବ୍ୟକ୍ତି ଶେଷଦର୍ଶନ କରି ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି।
Popular Categories



