ଜନଜାତି ଅଧ୍ୟୁଷିତ ଗାଁ ଖାକ୍ସାରେ କରୋନା ଟୀକାକରଣ
ଗୁରୁଡିଝାଟିଆ: ଜନଜାତି ଅଧ୍ୟୁଷିତ ଗୋବାରା ପଞ୍ଚାୟତର ଖାକ୍ସା ଗାଁରେ ଆଜି କରୋନା ଟୀକାକରଣ କରାଯାଇଛି। ଆଜି ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଅଧିକ୍ଷକ ଡାକ୍ତର ଦିଲ୍ଲିପ ଦାସଙ୍କ ପ୍ରତ୍ୟେକ୍ଷ ଉପସ୍ଥିତିରେ ୧୫୬ ଜଣଙ୍କୁ ୧ମ ପାନ ଟୀକାକରଣ କରାଯାଇଛି। ଟୀକାକରଣ ପରବର୍ତ୍ତି ସ୍ୱାସ୍ଥ୍ୟ ସଚେତନତା, ସତର୍କତା ସହିତ କରୋନା ମୁକାବିଲା ନିମନ୍ତେ ସରକାର ଙ୍କ ପ୍ରଦତ୍ତ ନୀତିନିୟମ ସଂପର୍କରେ ମଧ୍ୟ ବୁଝାଯାଇଥିଲା। ବ୍ଲକ ସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ କବିତାରାଣୀ ଦାସ ,ପ୍ରିୟଙ୍କା ରାଉତ, ସୁନିତା ମାରାଣ୍ଡି, ମୁକୁନ୍ଦ ସାହୁ ପ୍ରମୁଖ ଜନଜାତିମାନଙ୍କୁ ଟୀକା ପ୍ରଦାନ କରିଥିଲେ। ସ୍ଥାନୀୟ ସରପଞ୍ଚ ପ୍ରଭାତ ଥାଟୋଇ ଉପସ୍ଥିତ ରହି ସହଯୋଗ କରିଥିଲେ।
ବ୍ରହ୍ମପୁର ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ କଣ୍ଡରେଇ ପଞ୍ଚାୟର କଅଁସର ଗାଁରେ ୧୭୬ଜଣଙ୍କୁ କରୋନା ଟୀକାର ୧ମପାନ ପ୍ରଦାନ କରାଯାଇଥିବା ବେଳେ ଆଜି ଖାକ୍ସାରେ ୧୫୬ଜଣଙ୍କୁ କରୋନା ୧ମପାନ ଟୀକା ଦିଆଯାଇଛି। ପର୍ଯ୍ୟାୟକ୍ରମେ ମହୁରିଆ,ଦଣ୍ଡାପଡିଆ, ଓର୍ଦା, ଭଗୁଆ, ଡେରା, ମୁସୁଳିଆ, ପାଦପଥର ଓ ଡବାଗାଡିଆ ଆଦି ଜନଜାତି ଅଧ୍ୟୁଷିତ ଗାଁମାନଙ୍କରେ କରୋନା ଟୀକାକରଣ କରାଯିବ ବୋଲି ଗୋଷ୍ଠୀସ୍ୱାସ୍ଥ୍ୟଅଧିକ୍ଷକ ଡାକ୍ତର ଦାସ କହିବା ସହିତ ଯେପରି କୌଣସି ଜଣେ ଜନଜାତି ଜନସାଧାରଣ କରୋନା ଟୀକାକରଣରୁ ବଞ୍ଚିତ ନହେବେ ସେଥିପାଇଁ ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଉଛି ବୋଲି କହିଥିଲେ।
Comments are closed.