www.samajalive.in
Sunday, December 7, 2025
18.1 C
Bhubaneswar

ରାସ୍ତା ନିର୍ମାଣ ପାଇଁ ଜଙ୍ଗଲଜମି ସାଜିଛି ବାଧକ

ଗୁରୁଡିଝାଟିଆ: ରାଧାକୃଷ୍ଣପୁର ପଞ୍ଚାୟତର ରାଧିକାପାଟିକା ସାହିର ରାସ୍ତା ଓ ପୋଲ ନିର୍ମାଣ ପାଇଁ ବ୍ୟୟ ବରାଦ ହୋଇଛି ୩୦ଲକ୍ଷରୁ ଊର୍ଦ୍ଧ୍ଵ ଟଙ୍କା । ହେଲେ ଜଙ୍ଗଲଜମି ଓ ବ୍ୟକ୍ତିଗତ ଜମି ରାସ୍ତା ନିର୍ମାଣରେ ବାଧକ ସାଜିଛି । ଏଥିପାଇଁ ଉଚ୍ଚ ସ୍ତରରେ ଆଲୋଚନା କରାଯାଇ ଖୁବଶୀଘ୍ର ସମାଧାନର ସୂତ୍ର ବାହାରିବା ସହ ରାସ୍ତାକାର୍ଯ୍ୟ ଆରମ୍ଭ ହେବ । ହେଲେ କିଛି ଖଳ ପ୍ରକୃତିର ବ୍ୟକ୍ତି ବିଶେଷ ଜନଜାତିଙ୍କୁ ପ୍ରବର୍ତ୍ତାଇ ସେମାନଙ୍କ ମନଭିତରେ ବିଷମଞ୍ଜି ବୁଣୁଛନ୍ତି ବୋଲି ମୁଶୁଳିଆ ଠାରେ ରାଧାକୃଷ୍ଣପୁର ପଞ୍ଚାୟତର ଜନସାଧାରଣ ଉପସ୍ଥିତ ରହି ଏକ ସାମ୍ବାଦିକ ସମ୍ମିଳନୀରେ ଏହା କହିବା ସହ କୁଚକ୍ରୀମାନଙ୍କ ଚକ୍ରାନ୍ତ କେବେ ସଫଳ ହେବ ନାହିଁ ବୋଲି କହିଥିଲେ ।

ରାଧିକାପାଟିକା ସାହିରେ ୪୦ରୁ ୫୦ଜଣ ଜନଜାତି ଜନସାଧାରଣ ରହୁଥିବା ବେଳେ ସେମାନଙ୍କୁ ସରକାରୀ ଗୃହ, ବିଦ୍ୟୁତ୍‌ ସଂଯୋଗ, ପଡିକାର୍ଡ ଆଦି ଯୋଗାଇ ଦିଆଯାଇଅଛି । ଗାଁକୁ ସବୁଦିନିଆ ରାସ୍ତା ନିର୍ମାଣ ପାଇଁ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଜରିଆରେ ୨୦୨୧ ମସିହାରେ ୧୦ଲକ୍ଷ ୪୭ହଜାର ୩୦୭ଟଙ୍କା ମଞ୍ଜୁର କରାଯାଇଥିବା ବେଳେ ୨୦୨୨-୨୩ ଆର୍ଥିକ ବର୍ଷରେ ପଞ୍ଚଦଶ ରାଜ୍ୟ ଅର୍ଥକମିସନଙ୍କ ଅନୁଦାନରେ ୭ଲକ୍ଷ ଟଙ୍କା ମଞ୍ଜୁର ହୋଇଛି । ସେହିଭଳି ପଞ୍ଚାୟତ ପକ୍ଷରୁ ମଧ୍ୟ ଦୁଇଥରରେ ୫ଲକ୍ଷ ଲେଖାଏଁ ୧୦ଲକ୍ଷ ଟଙ୍କା ମଧ୍ୟ ମଞ୍ଜୁର କରାଯାଇଛି । ବେସରକାରୀ ଜମି ମାଲିକଙ୍କ ଠାରୁ ଜମି ଅଧିଗ୍ରହଣ କରାଯିବ ଏବଂ ଜଙ୍ଗଲଜମି ସଂପର୍କରେ ଆଲୋଚନା କରାଯାଇ ରାସ୍ତା ନର୍ମାଣ କରାଯିବ ବୋଲି ପୂର୍ବତନ ସରପଞ୍ଚ ତଥା ବର୍ତ୍ତମାନ ଜିଲ୍ଲା ପରିଷଦ ସଭ୍ୟା ମିନତି ଗାଗରାଇ, ସୋମା ସଏ ଓ ଶିବରାମ ହେମ୍ବ୍ରମ ଆଦି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ରହି ଉପରୋକ୍ତ ମତପ୍ରକାଶ କରିବା ସହ ଜନଜାତିମାନଙ୍କୁ ଭ୍ରମିତ କରି ସେମାନଙ୍କୁ କେତେକ ଖଳ ପ୍ରକୃତିର ଲୋକ ଯେଉଁ ମନ୍ତ୍ରଣା ଦେଉଛନ୍ତି ତାହାକୁ ନିନ୍ଦା କରିଥିଲେ ।

- Advertisement -

 

Hot this week

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

Related Articles

Popular Categories