www.samajalive.in
Sunday, December 7, 2025
18.1 C
Bhubaneswar

ଜାନୁଆରୀ ୩ରେ ଗୁରୁ ପ୍ରଦୋଷ ବ୍ରତ, ପୂଜାର ବିଧି ଓ ମହତ୍ତ୍ବ

ପ୍ରତିମାସ ତୃତୀୟ ପକ୍ଷର ତ୍ରୟୋଦଶୀ ତିଥିକୁ ପ୍ରଦୋଷ ବ୍ରତ ରଖାଯାଏ । ଏହି ଦିନ ଭଗବାନ ଶିବଙ୍କ ପୂଜା କରାଯାଏ । ଭୋଳାନାଥଙ୍କ କୃପାରୁ ସମସ୍ତ ମନୋସ୍କାମନା ପୂରଣ ହୋଇଥାଏ । ଅଲଗା ଅଲଗା ଦିନରେ ପଡୁଥିବା ପ୍ରଦୋଷ ବ୍ରତର ମହିମା ଭିନ୍ନ ହୋଇଥାଏ । ବୃହସ୍ପତି ବାର ଅର୍ଥାତ୍ ଗୁରୁବାର ବାର ଦିନ ପଡୁଥିବା ପ୍ରଦୋଷ କୁ ‘ଗୁରୁ ପ୍ରଦୋଷ’ କୁହାଯାଏ । ନବବର୍ଷ ବା ଚଳିତ ବର୍ଷର ପ୍ରଥମ ପ୍ରଦୋଷ ବ୍ରତ ଜାନୁଆରୀ ୩ ଗୁରୁବାର ଦିନ ପଡୁଛି । ଏହା ପୌଷ ମାସର ‘ଗୁରୁ ପ୍ରଦୋଷ’ ବ୍ରତ ଅଟେ । ଏହି ବ୍ରତର ମହତ୍ତ୍ବ ସର୍ବାଧିକ ବୋଲି ବିଶ୍ବାସ ରହିଛି ।

ପ୍ରଦୋଷ ବ୍ରତର ମହିମା

- Advertisement -

ଗୁରୁ ପ୍ରଦୋଷ ବ୍ରତ ରଖିବା ଦ୍ବାରା ମନର ସମସ୍ତ ଇଚ୍ଛା ପୂର୍ଣ୍ଣ ହୋଇଥାଏ ।
ଏତତ୍ ବ୍ୟତୀତ ଏହି ଦିନ ସନ୍ତାନ ସମ୍ବନ୍ଧୀୟ ମନୋସ୍କାମନା ପୂରଣ ହୋଇଥାଏ ।
ଗୁରୁ ପ୍ରଦୋଷ ବ୍ରତ ରଖିବା ଦ୍ବାରା ଶତ୍ରୁ ଏବଂ ବିରୋଧୀ ଶାନ୍ତ ହୋଇଥାଏ ।
ମକଦ୍ଦମା ଏବଂ ବିବାଦରେ ବିଜୟୀ ଲାଭ ହୋଇଥାଏ ।

ଗୁରୁ ପ୍ରଦୋଷର ବ୍ରତ ଓ ପୂଜା ବିଧି

ଏହି ଦିନ ସ୍ନାନ ସାରି ଧଳା ବସ୍ତ୍ର ପରିଧାନ କରନ୍ତୁ ।
ଏହା ପରେ ଶିବ ଭଗବାନଙ୍କୁ ଜଳ ଓ ବେଲ ପତ୍ର ଅର୍ପିତ କରନ୍ତୁ ।
ଧଳା ରଙ୍ଗର ଭୋଗ ଲଗାନ୍ତୁ ।
‘ଓଁ ନମଃ ଶିବାୟ’ ମନ୍ତ୍ର ଜପ କରନ୍ତୁ ।
ରାତ୍ରି ସମୟରେ ଭଗବାନ ଶିବଙ୍କ ନିକଟରେ ଘିଅର ଦୀପ ଜଳାଇ ଶିବ ମନ୍ତ୍ର ଜପ କରନ୍ତୁ ।
ରାତ୍ରି ସମୟରେ ୮ ଦିଗରେ ୮ଟି ଦୀପ ଜଳାନ୍ତୁ ।
ଏହି ଦିନ ଜଳଖିଆ ବା ଫଳ ଆହର ରୂପେ ଗ୍ରହଣ କରିବା ଉତ୍ତମ ଅଟେ ।
ଲୁଣ ଏବଂ ଡାଲି ଜାତୀୟ ଖାଦ୍ୟ ସେବନ କରନ୍ତୁ ନାହିଁ ।

ଶତ୍ରୁ ଓ ବିରୋଧୀଙ୍କୁ ଶାନ୍ତ କରିବା ପାଇଁ ଏହି ଉପାୟ କରନ୍ତୁ ।

ପ୍ରଦୋଷ କାଳ (ସୂର୍ଯ୍ୟାସ୍ତ ପରେ ରାତ୍ରି ହେବା ପୂର୍ବରୁ ଅର୍ଥାତ୍ ସଂଧ୍ୟା ସମୟ)ରେ ଭଗବାନ ଶିବଙ୍କ ଉପାସନ କରନ୍ତୁ ।
ଭଗବାନ ଶିବଙ୍କୁ ହଳଦିଆ ରଙ୍ଗର ଫୁଲ ଅର୍ପଣ କରନ୍ତୁ ।
‘‘ଓଁ ନମୋ ଭଗବତେ ଚନ୍ଦ୍ରାୟ’’ ଏହି ମନ୍ତ୍ରକୁ ୧୧ ଥର ଜପ କରନ୍ତୁ ।
ଶତ୍ରୁ ଓ ବିରୋଧୀ ଶାନ୍ତ ହେବା ପାଇ ପ୍ରାର୍ଥନା କରନ୍ତୁ ।

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories