www.samajalive.in
Sunday, December 7, 2025
14.1 C
Bhubaneswar

ଗୁଜର ଆନ୍ଦୋଳନ ପ୍ରତ୍ୟାହୃତ

ଜୟପୁର : ରାଜସ୍ଥାନରେ ଗୁଜର ସମ୍ପ୍ରଦାୟ ସରକାରୀ ଚାକିରିରେ ଶତକଡ଼ା ୫ ଭାଗ ସଂରକ୍ଷଣ ଦାବିରେ ଚଳାଇଥିବା ଧର୍ମଘଟକୁ ଶନିବାର ପ୍ରତ୍ୟାହାର କରି ନେଇଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ପର୍ଯ୍ୟଟନ ମନ୍ତ୍ରୀ ବିଶ୍ୱେନ୍ଦ୍ର ସିଂହ, ଗୁଜର ନେତା କିରୋଡି ସିଂହ ବୈସଂଲଙ୍କୁ ସାକ୍ଷାତ କରି ଆଲୋଚନା କରିଥିଲେ ଏବଂ ସରକାରଙ୍କର ସଂରକ୍ଷଣ ଚିଠା ପ୍ରସ୍ତାବ ଦେଖାଇଥିଲେ। ଏହା ପରେ ସେମାନେ ଧର୍ମଘଟ ପ୍ରତ୍ୟାହାର କରିନେଇଛନ୍ତି।

ସୂଚନାଯୋଗ୍ୟ ସରକାରୀ ଚାକିରିରେ ଶତକଡ଼ା ୫ ଭାଗ ସଂରକ୍ଷଣ ଦାବିରେ ଦୀର୍ଘ ୧୦ ଦିନ ଧରି ରାଜସ୍ଥାନରେ ଗୁଜର ସମ୍ପ୍ରଦାୟ ପକ୍ଷରୁ ଏହି ଆନ୍ଦୋଳନ ଚାଲିଥିଲା।

- Advertisement -

ଗତ ରବିବାର ଏହି ଆନ୍ଦୋଳନ ହିଂସାତ୍ମକ ରୂପ ନେଇଥିଲା । ଆଗ୍ରା-ମୁରୈନା ରାଜମାର୍ଗରେ ଆନ୍ଦୋଳନ କାରୀମାନେ ଯାନବାହାନ ଚଳାଚଳ ବନ୍ଦ କରି ଦେଇଥିଲେ । ତେବେ କିଛି ଲୋକ ଶୂନ୍ୟରେ ଗୁଳି ଚଳାଇବା ସହ ପୁଲିସର ଗୋଟିଏ ବସ୍ ସହିତ ତିନୋଟି ଗାଡିରେ ନିଆଁ ଲଗାଇ ଦେଇଥିଲେ। ଏହି ସମୟରେ ହୋଇଥିବା ପଥର ମାଡ଼ରେ ଚାରି ଜଣ ପୁଲିସ କର୍ମଚାରୀ ମଧ୍ୟ ଆହତ ହୋଇଥିଲେ।  ଆନ୍ଦୋଳନକାରୀଙ୍କୁ ଘଉଡାଇବା ପାଇଁ ପୋଲିସକୁ ଫାଙ୍କା ଗୁଳି ଚାଳନା କରିବାକୁ ପଡ଼ିଥିଲା।  ପଶ୍ଚିମ ରେଲଓ୍ଵେର ଅନେକ ରୁଟରେ  ଟ୍ରେନ ବାତିଲ କରିବାକୁ ପଡ଼ିଥିଲା ଏବଂ କେତେକ ଟ୍ରେନର ରୁଟ୍  ପରିବର୍ତ୍ତନ କରିବାକୁ ପଡ଼ିଥିଲା। ସେହିପରି ପଶ୍ଚିମ ମଧ୍ୟମ ରେଲଓ୍ଵ ଉପ​​‌ରେ ଏହାର ପ୍ରଭାବ ପଡ଼ିଥିଲା।

 

Hot this week

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

Related Articles

Popular Categories