www.samajalive.in
Sunday, December 7, 2025
18.1 C
Bhubaneswar

ଗୁଜରାଟ ମୁହାଁ ‘ଗୁଲାବ’

ଆରବ ସାଗରରୁ କରିବ ଶକ୍ତି ସଂଗ୍ରହ, ବଂଶଧାରା ଜଳସ୍ତର ବୃଦ୍ଧି, ପଟ୍ଟାଙ୍ଗିରେ ୧୪୮ମିମି ବର୍ଷା

ଭୁବନେଶ୍ୱର : ବାତ୍ୟା ‘ଗୁଲାବ’ ଦକ୍ଷିଣ ଓଡ଼ିଶାରେ କେବଳ ବର୍ଷା ଢାଳି ଚାଲିଯାଇଛି। ଏହା ବିଶେଷ କ୍ଷୟକ୍ଷତି ଘଟାଇ ନଥିବାରୁ ପ୍ରଭାବିତ ହେବାକୁ ଥିବା ଲୋକେ ଆଶ୍ବସ୍ତ ହୋଇଛନ୍ତି। ତେବେ ବାତ୍ୟା ‘ଗୁଲାବ’ ପ୍ରଭାବରେ ସର୍ବନିମ୍ନ କ’ଣ କ୍ଷୟକ୍ଷତି ହୋଇଛି, ସେନେଇ ୫ ଦିନ ମଧ୍ୟରେ ବିବରଣୀ ଦେବାକୁ ଜିଲାପାଳମାନଙ୍କୁ ସ୍ୱତନ୍ତ୍ର ରିଲିଫ ଆୟୁକ୍ତ(ଏସ୍‌ଆରସି) ପ୍ରଦୀପ ଜେନା ନିର୍ଦେଶ ଦେଇଛନ୍ତି। ତେବେ ଏହି ବାତ୍ୟା ଦ୍ବାରା ସେମିତି କିଛି କ୍ଷୟକ୍ଷତି ହୋଇନି ବୋଲି ସେ ସ୍ପଷ୍ଟ କରିିଛନ୍ତି।
ବାତ୍ୟା ‘ଗୁଲାବ’ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ନିକଟରେ ଭୂମିସ୍ପର୍ଶ କରିବା ପରେ ଦକ୍ଷିଣ ଓଡିଶା ଓ ଦକ୍ଷିଣ ଛତିଶଗଡରେ ପ୍ରଭାବ ପକାଇଛି। ଏପରିକି ତେଲେଙ୍ଗାନାରେ ବି ବର୍ଷା କରାଇ ଏବେ ଆରବ ସାଗର ଆଡକୁ ମୁହାଁଇଛି। ଏହି ବାତ୍ୟାକୁ ଏବେ ଦୁର୍ବଳ ହୋଇଥିଲେ ମଧ୍ୟ ଆରବ ସାଗରରୁ ପୁଣି ଥରେ ଶକ୍ତି ସଂଗ୍ରହ କରିବା ସମ୍ଭାବନା ରହିଛି। ପରବର୍ତ୍ତୀ ସମୟରେ ପୁନର୍ବାର ବାତ୍ୟା ରୂପ ଧରି ୩ ଦିନ ଭିତରେ ଗୁଜରାଟ ଉପକୂଳରେ ତାଣ୍ଡବ ରଚିପାରେ ବୋଲି ପୂର୍ବାନୁମାନ କରାଯାଉଛି। ଯଦି ଭାରତୀୟ ପାଣିପାଗ ବିଭାଗର ଏହି ଆକଳନ ସଠିକ୍ ହୁଏ, ତେବେ ଏକ ବାତ୍ୟା ଦୁର୍ବଳ ହୋଇ ପୁଣି ଶକ୍ତି ସଂଗ୍ରହ କରି ପୁଣି ବାତ୍ୟାର ରୂପ ନେବା ଭଳି ୧୯୯୬ ପରେ ଏହା ତୃତୀୟ ଘଟଣା ହେବ। ସୋମବାର ପୂର୍ବାହ୍ନରେ ଶ୍ରୀ ଜେନା କହିଛନ୍ତି ଯେ ବାତ୍ୟା
‘ଗୁଲାବ’ ସନ୍ଧ୍ୟା ପୂର୍ବରୁ ଦୁର୍ବଳ ହୋଇ ଅବପାତରେ ପରିଣତ ହୋଇଛି। ଫଳରେ ଓଡ଼ିଶା ଉପରେ ଏହାର ପ୍ରଭାବ କମିଛି। ବାତ୍ୟା ସ୍ଥଳଭାଗ ଛୁଇଁବା ପରେ କେବଳ ମାଲକାନଗିରିରେ କିଛିଟା ପ୍ରଭାବୀ ରହିଥିଲା। ତେବେ ବାତ୍ୟା ପ୍ରଭାବରେ କେଉଁଠି ଅଧିକ ପବନ ହୋଇଥିବାର ସୂଚନା ନାହିଁ। ବାତ୍ୟା ଯୋଗୁଁ ଗଛପତ୍ର, ଘରଦ୍ବାରା ଓ ଅନ୍ୟାନ୍ୟ ଭିତ୍ତିଭୂମି ଭାଙ୍ଗିବା ନେଇ ଯେଉଁ ଆଶଙ୍କା ଥିଲା ତାହା ଟଳିଛି।
ସେହିପରି ବାତ୍ୟା ପ୍ରଭାବରେ କନ୍ଧମାଳ, ଗଜପତି, ରାୟଗଡ଼ା ଓ କୋରାପୁଟ ଜିଲାରେ ଅଧିକ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବରୁ ଆକଳନ କରିଥିଲା। ମାତ୍ର ଏହି ସବୁ ଜିଲାରେ ସ୍ବଳ୍ପରୁ ମଧ୍ୟମ ବର୍ଷା ହେବା ସହିତ କମ୍‌ ବେଗରେ ପବନ ବହିଛି। ଗଜପତି ଜିଲାର ଗୋଷାଣି ବ୍ଲକରେ ୮୩ ମିମି ବର୍ଷା ରେକର୍ଡ କରାଯାଇଥିବାବେଳେ ମୋହନାରେ ୭୦, ଆର. ଉଦୟ ଗିରିରେ ୬୯, ଗୁମ୍ମାରେ ୬୮, ରାୟଗଡ଼ାରେ ୬୬ ଓ ପାରଳାଖେମୁଣ୍ଡିରେ ୬୦ ମିମି ବର୍ଷା ହୋଇଛି। ମାଲକାନଗିରିର ଗୋଟିଏ ବ୍ଲକରେ ୧୦୭ ମିଲି ମିଟର ବର୍ଷା ହେବା ସହିତ ୫୦ରୁ ୬୦ ଗଛ ଭାଙ୍ଗିଛି। କୋରାପୁଟ ଜିଲାର ପଟ୍ଟାଙ୍ଗୀ ବ୍ଲକରେ ସବୁଠୁ ଅଧିକ ୧୪୮ ମିମି ବର୍ଷା ରେକର୍ଡ ହୋଇଛି ବୋଲି ଶ୍ରୀ ଜେନା କହିଛନ୍ତି।
ସେ କହିଛନ୍ତି ଯେ, ବର୍ଷା ଓ ପବନ ଯୋଗୁ କିଛି ପାହାଡ଼ି ଝରଣାରୁ ପାଣି ଆସି ରାସ୍ତାରେ ଜମି ଥିଲା। ପରବର୍ତ୍ତୀ ସମୟରେ ତାହା କମି ଯାଇଛି। ମାଲକାନଗିରି ଜିଲାରେ କିଛି ସ୍ଥାନରେ ରାସ୍ତା ଉପରେ ଗଛ ପଡ଼ିଥିଲା। ତାହାମଧ୍ୟ କଟାଯାଇ ସଫା କରି ଦିଆଯାଇଛି। ବିଜୟନଗରମରୁ କୋରାପୁଟ ରାସ୍ତାର ସୁଙ୍କି ଘାଟିରେ ଭୂସ୍ଖଳନ ହୋଇଛି। ଫଳରେ ରାସ୍ତା ବନ୍ଦ ହୋଇଯାଇଛି। ସେଠାରେ ଏବେ ବର୍ଷା ହେଉଛି। ବର୍ଷା ଛାଡ଼ିବା ପରେ ରାସ୍ତା ସଫା କରାଯିବ। ସବୁଠାରୁ ବଡ଼କଥା ହେଲା ବାତ୍ୟା ପ୍ରଭାବରେ କିଛି ଅଘଟଣ ଘଟିନାହିଁ। ବାତ୍ୟା ପୂର୍ବରୁ ୪୬ ହଜାର ୭୫ ଜଣ ଲୋକଙ୍କୁ ୧୧୮୯ଟି ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଥିଲା। ୫୩୩ ଜଣ ଗର୍ଭବତୀଙ୍କୁ ଆଶ୍ରୟସ୍ଥଳ, ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ବାତ୍ୟା ପରେ ଏବେ ଅଧିକାଂଶ ଘରକୁ ଫେରିଛନ୍ତି।
ଅନ୍ୟପକ୍ଷରେ ଉପରମୁଣ୍ଡରେ ବଂଶଧାରା ନଦୀର ଜଳସ୍ତର ବଢିବାରେ ଲାଗିଛି। ଏହି ନଦୀର ଗୋଟିଏ ପାଶ୍ୱର୍ରେ ଆନ୍ଧ୍ରର ଗାଁ ରହିଥିବା ବେଳେ ଅନ୍ୟପଟେ ଗଜପତି ଜିଲାର ୧୨ଟି ପଞ୍ଚାୟତ ଥିବାରୁ ବିପଦ ବଢିଛି। ଯଦି ଆନ୍ଧ୍ର ସରକାର ଆନିକଟ ଫାଟକ ବନ୍ଦ କରିଦିଏ ଓ ଉପରମୁଣ୍ଡରେ ବର୍ଷା ବଢେ ତେବେ ଗଜପତି ଜିଲାରେ ବନ୍ୟା ସୃଷ୍ଟି ହେବା ଆଶଙ୍କା କରାଯାଉଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories