www.samajalive.in
Sunday, December 7, 2025
26.1 C
Bhubaneswar

ଗୁଜରାଟ ମନ୍ତ୍ରିମଣ୍ଡଳ ସଂପ୍ରସାରିତ: ହର୍ଷ ସାଙ୍ଗ୍‌ଭି ଉପମୁଖ୍ୟମନ୍ତ୍ରୀ, ରିଭାଭାଙ୍କୁ ମନ୍ତ୍ରିପଦ

ଗାନ୍ଧୀନଗର: ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଶୁକ୍ରବାର ତାଙ୍କ ମନ୍ତ୍ରିମଣ୍ଡଳର ସଂପ୍ରସାରଣ କରିଛନ୍ତି। ସ୍ଥାନୀୟ ମହାତ୍ମା ମନ୍ଦିର ପରିସରରେ ଆୟୋଜିତ ଉତ୍ସବରେ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ସବୁ ମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। କ୍ୟାବିନେଟରେ ନୂଆ ୧୯ ମନ୍ତ୍ରୀଙ୍କୁ ସାମିଲ କରାଯାଇଥିବାବେଳେ ମନ୍ତ୍ରୀଙ୍କ ସଂଖ୍ୟା ୨୬କୁ ବୃଦ୍ଧି ପାଇଛି। ଚାରିବର୍ଷର ବ୍ୟବଧାନ ପରେ ପୁଣି ଉପ ମୁଖ୍ୟମନ୍ତ୍ରୀ ପଦ ସୃଷ୍ଟି କରାଯାଇଥିବାବେଳେ ହର୍ଷ ସାଙ୍ଗ୍‌ଭିଙ୍କୁ ଏହି ପଦରେ ଅବସ୍ଥାପିତ କରାଯାଇଛି। ସାଙ୍ଗ୍‌ଭୀ ସୁରଟର ମାଜୁରା ଆସନରୁ ଦୁଇ ଥର ବିଧାୟକ ନିର୍ବାଚିତ ହୋଇସାରିଥିବାବେଳେ ଇତିପୂର୍ବରୁ ଭୂପେନ୍ଦ୍ରଙ୍କ କ୍ୟାବିନେଟରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦାୟିତ୍ବ ତୁଲାଉଥିଲେ।

ଅପରପକ୍ଷରେ କ୍ରିକେଟର ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ ରିଭାଭା ଜାଡେଜାଙ୍କୁ ପ୍ରଥମ ଥର ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇଛି। ରିଭାଭା ଜାମନଗର (ନର୍ଥ) ଆସନରୁ ବିଜେପି ପ୍ରାର୍ଥୀଭାବେ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ରିଭାଭାଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ମିଳିବ ବୋଲି ଜଣାପଡିଛି। ପୂର୍ବ କ୍ୟାବିନେଟରେ ମନ୍ତ୍ରୀ ଥିବା କାନୁଭାଇ ପଟେଲ, ଋଷିକେଶ ପଟେଲ, କୁମ୍ଭାରଜୀ ବାଭାଲିଆ, ହର୍ଷ ସାଙ୍ଗ୍‌ଭି, ପ୍ରଫୁଲ୍ଲ ପାନସେରିୟା ଏବଂ ପୁରୁଷୋତ୍ତମ ସୋଲାଙ୍କିଙ୍କୁ ପୁଣି ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇଛି। ଅପରପକ୍ଷରେ ନୂଆ ମନ୍ତ୍ରୀଙ୍କ ମଧ୍ୟରେ ଜିତୁ ଭଗ୍‌ନାନି, ଅର୍ଜୁନ ମୋଧୱାଡିଆ ଓ ମନୀଷା ଭକିଲ ଅନ୍ୟତମ। ୨୦୨୭ରେ ଗୁଜରାଟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories