ଗୁଡଭେଲା: ବଲାଙ୍ଗୀର ଜିଲ୍ଲା ତୁଷୁରା ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ଅଜୟ ଜୟଶ୍ୱାଳ ସିଧାସଳଖ ଜନସାଧାରଣଙ୍କ ଦ୍ୱାରା ନିର୍ବାଚିତ ହେଲା ପରେ ଉପାଧ୍ୟକ୍ଷା ଭାବେ ମାମି ଦାସ ବିଜୟୀ ହୋଇଛନ୍ତି। ଏଥିରେ ମାମି ଦାଶଙ୍କୁ ସର୍ବାଧିକ ୭ଟି ଭୋଟ ମିଳିଥିବାବେଳେ ବବିତା ସାହୁଙ୍କୁ ୪ଟି ଭୋଟ ମିଳିଛିl ନିର୍ବାଚନ ଅଧିକାରୀ ତଥା ତୁଷୁରା ତହସିଲଦାର ରବୀନ୍ଦ୍ର ପଟେଲ, ମାମି ଦାସଙ୍କୁ ବିଜ୍ଞାପିତ ଅଞ୍ଚଳ ପରିଷଦ ଉପାଧ୍ୟକ୍ଷା ଭାବେ ନିର୍ବାଚିତ ଘୋଷଣା କରିଛନ୍ତି। ନିର୍ବାଚନରେ ତୁଷୁରା ତୁଷୁରା ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଲକ୍ଷ୍ମଣ ମୁର୍ମୁ, କର୍ମଚାରୀ ଅରବିନ୍ଦ ଦାଶ, ପ୍ରେମାନନ୍ଦ ବଗର୍ତ୍ତୀ ନିର୍ବାଚନ କାର୍ଯ୍ୟରେ ସହଯୋଗ କରିଥିଲେ। କଡା ସୁରକ୍ଷା ବଳୟ ମଧ୍ୟରେ ନିର୍ବାଚନ ହୋଇଥିବା ବେଳେ ଭୋଟ ଗଣତି ସମୟରେ ତୁଷୁରା ଥାନା ଅଧିକାରୀ ସଂଜୀବ ପଧାନ ଉପସ୍ଥିତ ଥିଲେ।
Popular Categories



