ରାଇକିଆ ନିଳମାଧବ ଲଜରୁ ମୃତଦେହ ଉଦ୍ଧାର

ଜି.ଉଦୟଗିରି: କନ୍ଧମାଳ ଜିଲ୍ଲା ରାଇକିଆର ନିଳମାଧବ ଲଜରୁ ଜଣେ ବ୍ୟକ୍ତିଙ୍କ ମୃତଦେହକୁ ଉଦ୍ଧାର କରିଛି ରାଇକିଆ ପୋଲିସ। ମିଳିଥିବା ସୂଚନା ଅନୁଯାୟୀ ଖୋର୍ଦ୍ଧା ଅଞ୍ଚଳର ସୁବ୍ରତ ସାହୁ (୪୮) ନାମକ ଏକ କୋବି ବ୍ୟବସାୟ ସ୍ଥାନୀୟ ନିଳବାଧବ ଲର୍ଜର ଏକ ରୁମରେ ରହୁଥିଲେ। ମଙ୍ଗଳବାର ରାତିରେ ଲଜରେ ମୃତ୍ୟୁବରଣ କରିଥିବା ଅନୁମାନ କରାଯାଉଛି। ଖବର ପାଇ ଘଟଣାସ୍ଥଳରେ ରାଇକିଆ ପୋଲିସ ପହଞ୍ଚି ଶବକୁ ଜବତ କରି ରାଇକିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇ ତଦନ୍ତ ଜାରୀ ରଖିଛନ୍ତି। ପ୍ରାଥମିକ ତଦନ୍ତରୁ ସୂବ୍ରତଙ୍କ ହୃଦଘାତ ଯୋଗୁଁ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ଏନେଇ ରାଇକିଆ ଥାନାରେ ୬/୨୧ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ଥାନାଧିକାରୀ ଶ୍ରୀକାନ୍ତ ଖମାରୀ ସୂଚନା ପ୍ରଦାନ କରିଛନ୍ତି।

kalyan agarbati

Comments are closed.