ରିୟଲ ଇଷ୍ଟେଟ କ୍ଷେତ୍ରରେ ଜିଏସ୍ଟି ୫ ଭାଗକୁ ହ୍ରାସ
ନୂଆଦିଲ୍ଲୀ : ରିୟଲ ଇଷ୍ଟେଟ ବା କୋଠାବାଡ଼ି ନିର୍ମାଣ କ୍ଷେତ୍ରରୁ ସାମଗ୍ରୀ ଓ ସେବାକର ହ୍ରାସ ପ୍ରସ୍ତାବ ଜିଏସ୍ଟି ପରିଷଦର ଅନୁମୋଦନ ଲାଭ କରିଛି। ଜିଏସ୍ଟି ପରିଷଦ ବୈଠକ ପରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଛନ୍ତି, ନିର୍ମାଣାଧୀନ ବାସଗୃହ ଗୁଡ଼ିକ ଉପରେ ଜିଏସ୍ଟି ଶତକଡ଼ା ୧୨ ଭାଗରୁ ୫ ଭାଗକୁ ହ୍ରାସ କରାଯାଇଛି ଏବଂ ଶସ୍ତା ଘରଗୁଡ଼ିକ ଉପରେ ଜିଏସ୍ଟି ୮ଭାଗରୁ ୭ଭାଗକୁ ହ୍ରାସ କରାଯାଇଛି। ଏହି ନିୟମ ଅପ୍ରେଲ ୧ ତାରିଖରୁ ଲାଗୁ ହେବ। ୪୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଘରକୁ ଶସ୍ତା ଘର ବର୍ଗରେ ରଖାଯାଇଛି।