www.samajalive.in
Tuesday, December 9, 2025
26.1 C
Bhubaneswar

ବୃହସ୍ପତିଙ୍କ କୃପାରୁ ମିଳିଥାଏ ରାଜଯୋଗ

ଜ୍ୟୋତିଷଶାସ୍ତ୍ର ଅନୁସାରେ ନବ ଗ୍ରହ ମଧ୍ୟରେ ବୃହସ୍ପତିଙ୍କୁ ସବୁଠାରୁ ଅଧିକ ଶୁଭ ବୋଲି କୁହାଯାଇଥାଏ। ବୃହସ୍ପତି ସମସ୍ତ ଦେବାଦେବୀଙ୍କ ଗୁରୁ ଅଟନ୍ତି। ତେଣୁ ତାଙ୍କୁ ଦେବଗୁରୁ କୁହାଯାଏ। ମନୁଷ୍ୟ ଜୀବନରେ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇବା ପାଇଁ ଜାତକରେ ବୃହସ୍ପତିଙ୍କ ସ୍ଥିତି ମଜଭୂତ ରହିବା ଉଚିତ। ବୃହସ୍ପତିଙ୍କ କୃପାରୁ ରାଜଯୋଗ ପ୍ରାପ୍ତିର ଅନେକ କଥା ବିଷୟ ବର୍ଣ୍ଣନା କରାଯାଇଛି। ଆସନ୍ତୁ ଜାଣିବା ଏହି ସମ୍ବନ୍ଧରେ ..

ଜ୍ୟୋତିଷଶାସ୍ତ୍ର ଅନୁସାରେ, ଜାତକରେ ବୃହସ୍ପତିଙ୍କ ଦ୍ବାରା ସବୁଠାରୁ ବଡ ରାଜଯୋଗ ଗଜକେସରୀ ଯୋଗ ଅଟେ। ରାଜଯୋଗରେ ଗଜକେସରୀ ଯୋଗ ସବୁଠାରୁ ବଡ ଯୋଗ ଅଟେ। ଏହା ଅତ୍ୟନ୍ତ ଶୁଭ ଅଟେ। ରାଜଯୋଗ ସେତେବେଳେ ହୋଇଥାଏ ଯେତେବେଳେ ଜାତକରେ ଚନ୍ଦ୍ରମା ଓ ବୃହସ୍ପତି ପରସ୍ପରର କେନ୍ଦ୍ରରେ ରହିଥାଆନ୍ତି। ଏପରି ଯୋଗରେ ବୃହସ୍ପତି କର୍କଟରେ ରହିଥାଆନ୍ତି କିମ୍ବା ଚନ୍ଦ୍ରମା ବୃଷ ରାଶିରେ ରହିଥାଆନ୍ତି ତେବେ ସେହି ବ୍ୟକ୍ତିମାନେ ସମସ୍ତ କ୍ଷେତ୍ରରେ ସଫଳତା ପାଇ ଥାଆନ୍ତି। ସେମାନଙ୍କୁ ଅଧିକ ମାନ-ସମ୍ମାନ ମଧ୍ୟ ମିଳିଥାଏ।

- Advertisement -

ବ୍ୟକ୍ତି ଜୀବନରେ ଘଟୁଥିବା ସମସ୍ତ ଛୋଟବଡ ଘଟଣାର ସମ୍ବନ୍ଧ ବୃହସ୍ପତିଙ୍କ ସହ ରହିଛି। ଜାତକରେ ରାଜଯୋଗ ରହିଥିଲେ ଗୁରୁଜନ ଓ ପିତାମାତାଙ୍କ ସମ୍ମାନ କରିବା ଉଚିତ। ଏହାସହ ନିଜ ଖାଦ୍ୟପେୟରେ ମଧ୍ୟ ବିଶେଷ ଧ୍ୟାନ ଦେବା ଉଚିତ। ବୃହସ୍ପତି ମିଥ୍ୟା କହୁଥିବା ବ୍ୟକ୍ତି ଆମିଷ ଓ ନିଶା କରୁଥିବା ବ୍ୟକ୍ତିଙ୍କ ଉପରେ କଦାପି କୃପା କରିନଥାଆନ୍ତି। ତେଣୁ ନିଜ ବ୍ୟବହାରରେ ସଂଯମତା ଆଣନ୍ତୁ। ଏହାସହ ସକାଳେ ଓ ସନ୍ଧ୍ୟାରେ ଈଶ୍ବରଙ୍କ ନାମ ଜପ କରନ୍ତୁ।

Hot this week

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

Related Articles

Popular Categories