www.samajalive.in
Tuesday, December 9, 2025
15.1 C
Bhubaneswar

ପୁରୀ-କୋଣାର୍କ ବେଳାଭୂମିରେ ପ୍ରସ୍ତାବିତ ମଦ ଦୋକାନ ଯୋଜନା ପ୍ରତ୍ୟାହାର

ଭୁବନେଶ୍ବର : ପ୍ରବଳ ବିରୋଧ ଯୋଗୁ ଶେଷରେ  ପୁରୀ-କୋଣାର୍କ ବେଳାଭୂମିରେ ପ୍ରସ୍ତାବିତ ମଦ ଦୋକାନ ଯୋଜନାକୁ ସରକାର ପ୍ରତ୍ୟାହାର କରି ନେଇଛନ୍ତି।  ଏନେଇ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇ କହିଛନ୍ତି  ଗୋଆ ଭଳି ପୁରୀରେ
ମଧ୍ୟ ମଦ କୁଡ଼ିଆ (ୱାଇନ କଟେଜ) ପାଇଁ ଯୋଜନା କରାଯାଇଥିବାବେଳେ ବିଭିନ୍ନ ସଙ୍ଗଠନ ପକ୍ଷରୁ ପ୍ରତିବାଦ କରାଯିବା ପରେ ଏହି ନିଷ୍ପତ୍ତିକୁ ପ୍ରତ୍ୟାହାର କରାଯାଇଛି ।
ସୂଚନାଯୋଗ୍ୟ, ପୂର୍ବରୁ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ପକ୍ଷରୁ ପୁରୀ-କୋଣାର୍କ ବେଳାଭୂମିରେ ମଦ୍ୟପାନର ବ୍ୟବସ୍ଥା କରାଯିବାକୁ ସ୍ଥିର ହୋଇଥିଲା । ଏଥିପାଇଁ ଅନ୍‍ଲାଇନ୍‍ ଆବେଦନ ମଧ୍ୟ ଆରମ୍ଭ ହୋଇଥିଲା । ତେବେ ଏହି ନିଷ୍ପତିକୁ ନେଇ ବିଭିନ୍ନ ସଙ୍ଗଠନ ଏପରିକି ଜଗତ୍‌ଗୁରୁ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ମଧ୍ୟ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ।

ସେ କହିଥିଲେ ତୀର୍ଥଭୂମିକୁ ଭୋଗଭୂମି କରାନଯାଉ। ସରକାର ମହୋଦଧି ତୀର୍ଥର ସୁରକ୍ଷା କରନ୍ତୁ। ବେଳାଭୂମିରେ ମଦ ଦୋକାନ ଖୋଲାଯିବା ନିଷ୍ପତ୍ତି ସମ୍ପୂର୍ଣ୍ଣ ଦିଶାହୀନ ବୋଲି  ଜଗତ୍‌ଗୁରୁ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ମତ ଦେଇଥିଲେ। ପୁରୀ-କୋଣାର୍କ ବେଳାଭୂମିରେ ୫ଟି ନୂଆ ମଦ ଦୋକାନ ଖୋଲାଯିବା ନିଷ୍ପତ୍ତିକୁ ବିରୋଧ କରି କେତେକ ସାମାଜିକ ସଂଗଠନ କର୍ମକର୍ତ୍ତା ଗୁରୁଜୀଙ୍କୁ ସାକ୍ଷାତ କରି ଏ ବିୟେରେ ଅବଗତ କରାଇଥିଲେ। ଗୁରୁଜୀ କହିଲେ ସରକାର ପଛେ ଭାଙ୍ଗିଯାଉ ବେଳାଭୂମିରେ ମଦ ଦୋକାନ ଖୋଲା ନଯାଉ। ଏଭଳି ନିଷ୍ପତ୍ତିରୁ ପର୍ଯ୍ୟଟନ ବିଭାଗ ନିବୃତ୍ତ ରହିବା ଉଚିତ। ରାଜ୍ୟ ସରକାର ଚିନ୍ତାଶୀଳ ଭାବେ କାର୍ଯ୍ୟକରି ଆସ୍ଥାର ପରିଚୟ ଦେବାକୁ ଗୁରୁଜୀ କହିଥିଲେ। ଶେଷରେ ଲୋକଙ୍କ ଆବେଗକୁ  ଦୃଷ୍ଟିରେ ରଖି ସରକାର ନିଜ ନିଷ୍ପତ୍ତିକୁ ପ୍ରତ୍ୟାହାର କରି ନେଇଛନ୍ତି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories