www.samajalive.in
Sunday, December 7, 2025
14.1 C
Bhubaneswar

ବିବାହ ପରେ ନବଦମ୍ପତିଙ୍କୁ ପାଇଖାନା ସହ ନେବାକୁ ପଡ଼ିବ ସେଲ୍‌ଫି, ସରକାର ଦେବେ ୫୧ ହଜାର

ଭୋପାଳ: ଶୀର୍ଷକଟି ପଢ଼ି ଆଶ୍ଚର୍ଯ୍ୟ ଲାଗୁଥାଇପାରେ। କିନ୍ତୁ ମଧ୍ୟପ୍ରଦେଶ ସରକାର ଏଭଳି ନିୟମ କରିଛନ୍ତି। ନିୟମ ଅନୁସାରେ ବିବାହ ପରେ କନ୍ୟା ଶାଶୁଘରକୁ ଯାଇ ସ୍ବାମୀଙ୍କ ସାଥୀରେ ପାଇଖାନା ସହିତ ସେଲ୍‌ଫି ଉଠାଇବେ। ପରେ ସେହି ଫଟୋକୁ ସରକାରଙ୍କ ନିକଟରେ ଦାଖଲ କଲେ କନ୍ୟାକୁ ସରକାର ୫୧ ହଜାର ଟଙ୍କା ଦେବେ।

ପ୍ରକୃତରେ କଥା ହେଉଛି ରାଜ୍ୟରେ କନ୍ୟା ବିବାହ ଯୋଜନା କାର୍ଯ୍ୟକାରୀ ହେଉଛି। ଯୋଜନା ଅନୁସାରେ ବିବାହ ପରେ କନ୍ୟାକୁ ରାଜ୍ୟ ସରକାରଙ୍କ ତରଫରୁ ୫୧ ହଜାର ଟଙ୍କା ଦିଆଯାଉଛି। ତେବେ ଯୋଜନାରେ ଯେଉଁ ମାନଦଣ୍ଡ ରଖାଯାଇଛି, ସେଥିରେ ଆଉ ଏକ ନିୟମ ଯୋଡ଼ିଛନ୍ତି ରାଜ୍ୟ ସରକାର। ଦେଶରେ ସ୍ବଚ୍ଛତା ଅଭିଯାନ ଅଧୀନରେ ଲୋକମାନେ ନିଜର ଘରେ ପାଇଖାନା ନିର୍ମାଣ କରୁଛନ୍ତି। ଏଥିପାଇଁ ସରକାର ବିଭିନ୍ନ ପ୍ରକାର ଯୋଜନା କରିଛନ୍ତି। ଏପରି ସ୍ଥିତିରେ ମଧ୍ୟପ୍ରଦେଶ ସରକାର ମଧ୍ୟ ଲୋକମାନେ କିପରି ଘରେ ପାଇଖାନା ତିଆରି କରିବେ ସେଥିପାଇଁ କନ୍ୟ ବିବାହ ଯୋଜନା ସହିତ ଏହି ନୂଆ ନିୟମକୁ ଯୋଡ଼ିଛନ୍ତି, ଯାହା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି।

- Advertisement -

ଏହି ଯୋଜନାର ଲାଭ ଉଠାଇବା ଲାଗି ବିବାହ ପରେ ଝିଅକୁ ନିଜ ସ୍ବାମୀ ସହିତ ଶାଶୁଘରେ ପାଇଖାନା ସାମ୍ନାରେ ଛିଡ଼ା ହୋଇ ଫଟୋ ଉଠାଇବାକୁ ପଡ଼ିବ। ପରେ ସେହି ଫଟୋକୁ ସରକାରୀ କାର୍ଯ୍ୟାଳୟରେ ଆବଶ୍ୟକ ଫର୍ମ ପୂରଣ କରି ଦାଖଲ କରିବାକୁ ହେବ। ଭୋପାଳରେ ଏହି ଯୋଜନାରେ ସରକାରୀ ଅଧିକାରୀମାନେ ଆବଦେନକାରୀଙ୍କ ଘର ଘର ବୁଲି ତଦାରଖ କରୁଛନ୍ତି। ଭୋପାଳ ମହାନଗର ନିଗମ(ବିଏମସି)ର ଯୋଜନା ପ୍ରଭାରୀ ସି.ବି. ମିଶ୍ରା କୁହନ୍ତି, ଆଗରୁ ବିବାହର ୩୦ ଦିନ ମଧ୍ୟରେ ପାଇଖାନା ନିର୍ମାଣ କରିବାକୁ ସମୟ ଦିଆଯାଉଥିଲା। କିନ୍ତୁ ଏବେ କୌଣସି ସମୟ ଦିଆଯାଉ ନାହିଁ। ବିବାହ ପୂର୍ବରୁ ପାଇଖାନା ନିର୍ମାଣ କରିବାକୁ ହେବ। ଫଳରେ ବିବାହ ପରେ ପରେ ବଧୂବେଶରେ ନବଦମ୍ପତି ଫଟୋ ଉଠାଇ ପାରିବେ।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories