ଭୁବନେଶ୍ୱର : ଓଡ଼ିଶାରେ ଉତ୍ତରପ୍ରଦେଶ ଭଳି ଗ୍ୟାଙ୍ଗଷ୍ଟର ନିରୋଧି ଆଇନ ଆଣିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଉପବାଚସ୍ପତି ଚିଠି ଲେଖିବା ପ୍ରସଙ୍ଗରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ଏହା ବାବଦରେ ମୁଖ୍ୟମନ୍ତ୍ରୀ ଯାହା ନିଷ୍ପତି ନେବେ ସେହି ଅନୁଯାୟୀ ପଦକ୍ଷେପ ନିଆଯିବ । ତେବେ ଉଦ୍ଦେଶ୍ୟ ଯଦି ଠିକ୍ ଥିବ, ଫଳାଫଳ ମଧ୍ୟ ଠିକ୍ ହେବ । ସରକାରଙ୍କ ଉଦ୍ଦେଶ୍ୟ ଠିକ୍ ଅଛି, ସେଥିପାଇଁ ଗତ ବର୍ଷେ ଭିତରେ ଯେତିକି ଅପରାଧ ହୋଇଛି । ଏଥିରେ ସଂପୃକ୍ତ ଅପରାଧୀ ମାନଙ୍କୁ ୨୪ରୁ ୪୮ ଘଣ୍ଟା ଭିତରେ ଗିରଫ କରାଯାଇଛି । ଗିରଫ କରିବା ପାଇଁ ପୁଲିସକୁ ସଂପୂର୍ଣ୍ଣ ସ୍ଵାଧୀନତା ଦେଇଛନ୍ତି ସରକାର । ଏହି ଶକ୍ତିକୁ ସରକାର ପୂର୍ଣ୍ଣ ବ୍ୟବହାର କରୁଛନ୍ତି । ଯାହାକି ଅତୀତ ସରକାର ସମୟରେ ହେଉନଥିଲା । ତେଣୁ ସରକାରଙ୍କ ଉଦ୍ଦେଶ୍ୟ ସ୍ପଷ୍ଟ । ଆହୁରି କଠୋର ହୋଇ ଅପରାଧ ଦମନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିଷ୍ପତି ନେଲେ, ତାହା ନିଶ୍ଚିତ ଭାବେ ସ୍ବାଗତଯୋଗ୍ୟ ହେବ ।
ବିଜେଡ଼ିର ଅଭିଯୋଗ ଚାଲୁଣି ଛୁଞ୍ଚିକୁ କହିଲା ଭଳି। ବିଜେଡ଼ି ଶାସନ ସମୟରେ ଅପରାଧର ହାର ସର୍ବାଧିକ ଥିଲା । ମହିଳାଙ୍କ ଉପରେ ଅପରାଧର ହାର ସର୍ବଭାରତୀୟ ସ୍ତରରେ ସବୁଠୁ ଅଧିକ ଥିଲା । ଏକଥା ବିଜେଡ଼ି ଭୁଲି ଯାଇଛି କି ? ଗତ ବର୍ଷେ ଭିତରେ ବିଜେପି ସରକାର ସମୟରେ ଅପରାଧ ହାର କମିଛି । ମହିଳା ଅପରାଧ ହାର କମିଛି । ଆଗକୁ ଆହୁରି କଠୋର ହୋଇ ଅପରାଧ ଦମନ କରିବେ ବିଜେପି ସରକାର । ଏହାସହ ନ୍ୟାୟିକ ପ୍ରକ୍ରିୟାରେ ମଧ୍ୟ ଅପରାଧୀଙ୍କୁ କେମିତି କଠୋରରୁ କଠୋର ଦଣ୍ଡ ମିଳିବ । ସେ ଦିଗରେ ମଧ୍ୟ ସରକାର ଚିନ୍ତା କରୁଛନ୍ତି । ଗୋଟିଏ ରାଜନୈତିକ ଦଳ ଭାବେ ଏଭଳି ନକରିବା ଉଚିତ ।
ଓଡ଼ିଶାରେ ଉତ୍ତରପ୍ରଦେଶ ଭଳି ଗ୍ୟାଙ୍ଗଷ୍ଟର ନିରୋଧି ଆଇନ; ଆଇନ ମନ୍ତ୍ରୀ ପୃଥ୍ୱୀରାଜ କହିଲେ..
Popular Categories


