ଭୁବନେଶ୍ୱର : ରାଜ୍ୟ ସରକାରୀ କର୍ମଚାରୀଙ୍କୁ ସରକାରଙ୍କ ରଜ ଭେଟି। ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ମଙ୍ଗଳବାର ୪% ବୃଦ୍ଧି କରାଯାଇଛି। ଏନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩୮% ରୁ ୪୨%କୁ ବୃଦ୍ଧି ହୋଇଛି। ବର୍ଦ୍ଧିତ ଭତ୍ତା ୨୦୨୩ ଜାନୁଆରୀ ପହିଲାରୁ ପିଛିଲା ଭାବେ ଲାଗୁ ହେବ। ବର୍ଦ୍ଧିତ ମହଙ୍ଗା ଭତ୍ତା ଜୁନ୍ ମାସ ଦରମାରେ ନଗଦ ଆକାରରେ ମିଳିବ। ପେନ୍ସନ୍ଭୋଗୀଙ୍କ ଟିଆଇରେ ମଧ୍ୟ ୪ ପ୍ରତିଶତ ବୃଦ୍ଧି ହୋଇଛି। ପେନ୍ସନ୍ଭୋଗୀ ମଧ୍ୟ ଜୁନ୍ ମାସ ପେନ୍ସନ୍ରେ ବର୍ଦ୍ଧିତ ଟିଆଇ ପାଇବେ। ୭.୫ ଲକ୍ଷ ସରକାରୀ କର୍ମଚାରୀ ଓ ପେନ୍ସନ୍ଭୋଗୀ ଉପକୃତ ହେବେ।
Popular Categories



