ନୂଆଦିଲ୍ଳୀ : ସରକାର କରୋନା ଭୂତାଣୁ ସଂକ୍ରମଣ ସମ୍ବନ୍ଧୀୟ ପ୍ରତିଟି ଗବେଷଣା ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି। ଶୁକ୍ରବାର ଲୋକସଭାରେ ପ୍ରଶ୍ନକାଳ ସମୟରେ ଏ ସମ୍ବନ୍ଧୀୟ ଏକ ଆଲୋଚନାର ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି, ଯେ କରୋନା ଭୂତାଣୁ ସଂକ୍ରମଣରେ କେଉଁମାନଙ୍କୁ ପରୀକ୍ଷା କରାଯିବ, ସେନେଇ ନିୟମାବଳୀମାନ ପ୍ରସ୍ତୁତ କରାଯାଇଛି। ଭାରତ ପକ୍ଷରୁ ପ୍ରଥମେ ମନ୍ତ୍ରଣାଳୟରେ ବୈଷୟିକ ବିଶେଷଜ୍ଞଙ୍କୁ ନେଇ ଏକ ଆଲୋଚନା ଜାନୁୟାରୀ ୮ ତାରିଖରେ ହୋଇଥିଲା।
କରୋନା ଭୂତାଣୁ ସଂକ୍ରମଣ ସମ୍ବନ୍ଧୀୟ ଗବେଷଣା ଉପରେ ସରକାର ତୀକ୍ଷ୍ଣ ନଜର ରଖିଛନ୍ତି : ହର୍ଷବର୍ଦ୍ଧନ
Popular Categories



