ଭୁବନେଶ୍ଵର: ଓଡ଼ିଶାରେ ଚିହ୍ନଟ ହୋଇଥିବା ପ୍ରଥମ କରୋନା ଆକ୍ରାନ୍ତ ଯୁବକ ୧୨୯ ଜଣଙ୍କ ସଂସ୍ପର୍ଶରେ ଆସିଥିଲେ ବୋଲି ଜଣାପଡ଼ିଥିଲା। ଯୁବକ ଜଣକ ଦିଲ୍ଲୀରୁ ଭୁବନେଶ୍ଵର ଆସିବା ସମୟରେ ଟ୍ରେନରେ ୭୬ ଜଣଙ୍କ ସମ୍ପର୍କରେ ଆସିଥିଲେ। ଭୁବନେଶ୍ଵରରେ ପହଞ୍ଚିବା ପରେ ନିଜ ସାଙ୍ଗସାଥୀ, ପଡ଼ିଶା ଏବଂ ପରିବାର ଲୋକଙ୍କ ସହିତ ସେ ମିଶିଥିଲେ। ଏଭଳି ୫୩ ଜଣଙ୍କ ସହିତ ସେ ସମ୍ପର୍କରେ ଆସିଥିବା ସରକାର ତଥ୍ୟ ସଂଗ୍ରହ କରିଛନ୍ତି। ସମସ୍ତ ୧୨୯ ଜଣଙ୍କୁ ଚିହ୍ନଟ କରାଯାଇଥିବାବେଳେ ୫୩ ଜଣଙ୍କୁ ନିଜ ଘରେ ଆଇସୋଲେଶନରେ ରହିବାକୁ ପରାମର୍ଶ ଦିଆଯାଇଥିବା ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍ଚୀ କହିଛନ୍ତି।
ବାଗ୍ଚୀ ଆହୁରି କହିଛନ୍ତି, ଏଭଳି ପରିସ୍ଥିତିକୁ ଦୂରେଇ ଦିଆଯାଇ ପାରିଥାନ୍ତା। ଯେଉଁମାନେ ବିଦେଶରୁ କିମ୍ବା କରୋନା ପ୍ରଭାବିତ ରାଜ୍ୟରୁ ଫେରୁଛନ୍ତି ସେମାନେ ଏ ସମ୍ପର୍କରେ ସରକାରଙ୍କୁ ତୁରନ୍ତ ଅବଗତ କରାଇବା ଦରକାର। ଫଳରେ ଏ ଦିଗରେ ପ୍ରତିଷେଧକମୂଳକ ପଦକ୍ଷେପ ନିଆଯାଇ ପାରିବ। ସମସ୍ତଙ୍କ ସହଯୋଗ ମିଳିଲେ ଆମେ ନିଜକୁ ସୁରକ୍ଷିତ ରଖିପାରିବା ବୋଲି ବାଗ୍ଚୀ କହିଥିଲେ।
କରୋନା ଆକ୍ରାନ୍ତଙ୍କ ସହ ସଂସ୍ପର୍ଶରେ ଆସିଥିବା ୧୨୯ ଜଣଙ୍କ ମଧ୍ୟରୁ ୫୩ଙ୍କୁ ଘରେ ଆଇସୋଲେଶନରେ ରହିବାକୁ ପରାମର୍ଶ
Popular Categories



