www.samajalive.in
Monday, December 8, 2025
14.1 C
Bhubaneswar

କାର୍ଯ୍ୟକାରୀ ହେଲା ଚିନି ରପ୍ତାନୀ ଉପରେ ଲାଗୁ କଟକଣା

ନୂଆଦିଲ୍ଲୀ :   ଚିନି ରପ୍ତାନୀ ଉପରେ ସରକାର ଲାଗୁ କରିଥିବା କଟକଣା ଆଜିଠାରୁ କାର୍ଯ୍ୟକାରୀ ହୋଇଛି । ଭାରତରେ ବିଶ୍ୱର ସର୍ବାଧିକ ଚିନି ଉତ୍ପାଦନ ହୋଇଥାଏ । ଭାରତ ମଧ୍ୟ ବିଶ୍ୱରେ ସବୁଠୁ ଅଧିକ ଚିନି ବ୍ୟବହାର କରିଥାଏ । ଗତ ସପ୍ତାହରେ କେନ୍ଦ୍ର ସରକାର ଚିନି ରପ୍ତାନୀ ଉପରେ କଟକଣା ଲାଗୁ କରିଥିଲେ । ଦେଶରେ ବ୍ୟବହାର ପାଇଁ ପର୍ଯ୍ୟାପ୍ତ ପରିମାଣର ଚିନି ଉପଲବ୍ଧ କରାଇବା ଲକ୍ଷ୍ୟରେ ଏହି କଟକଣା ଲାଗୁ କରାଯାଇଛି ।
ଖାଦ୍ୟ ସଚିବ ସୁଧାଂଶୁ ପାଣ୍ଡେ କହିଛନ୍ତି, ଚଳିତ ବର୍ଷ ଭାରତ ସର୍ବାଧିକ ପରିମାଣର ଚିନି ରପ୍ତାନୀ କରିଛି । ଅକ୍ଟୋବର ଓ ନଭେମ୍ବର ମାସରେ ଦେଶରେ ପର୍ଯ୍ୟାପ୍ତ ପରିମାଣର ଚିନି ଯୋଗାଣକୁ ନିଶ୍ଚିତ କରିବା ଲାଗି ଏଭଳି ପଦକ୍ଷେପ ନିଆଯାଇଛି । ଅକ୍ଟୋବର ଓ ନଭେମ୍ବର ମାସରେ ପାର୍ବଣ ଋତୁ ପଡ଼ୁଥିବାରୁ ସେହି ସମୟରେ ଚିନିର ଚାହିଦା ବୃଦ୍ଧି ପାଇଥାଏ । ସେ କହିଛନ୍ତି, ଆନ୍ତର୍ଜାତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories