www.samajalive.in
Tuesday, December 9, 2025
19.1 C
Bhubaneswar

ଆଉ ୪୩ଟି ମୋବାଇଲ ଆପ ବ୍ୟାନ କଲେ କେନ୍ଦ୍ର ସରକାର, ଏ ଯାଏଁ ବ୍ୟାନ ହେଲାଣି ୨୨୦ଟି ଆପ

କେନ୍ଦ୍ର ସରକାର ଆଜି ଆଉ ଏକ ପଦକ୍ଷେପ ସ୍ୱରୂପ ୪୩ଟି ମୋବାଇଲ ଆପ ବ୍ୟାନ କରିଛନ୍ତି। ପ୍ରତିବନ୍ଧିତ ହୋଇଥିବା ଆପଗୁଡ଼ିକୁ ଭାରତର ଭୌଗଳିକ ସୀମା ମଧ୍ୟରେ ବସବାସ କରୁଥିବା କୌଣସି ବ୍ୟକ୍ତିବିଶେଷ ଏହି ଆପଗୁଡିକ ବ୍ୟବହାର କରିପାରିବେ ନାହିଁ। ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ସୂଚନା ପ୍ରଯୁକ୍ତିବିଦ୍ୟା ଅଧିନିୟମର ୬୯ଏ ଅନୁଯାୟୀ ଏକ ନିର୍ଦ୍ଦେଶ ବଳରେ ଏହି ୪୩ଟି ମୋବାଇଲ୍ ଆପକୁ ବ୍ଲକ କରିଛନ୍ତି। ସୂଚନା ଅନୁଯାୟୀ, ଏହି ଆପଗୁଡ଼ିକ ଦେଶର ସାର୍ବଭୌମତ୍ୱ, ଅଖଣ୍ଡତା, ପ୍ରତିରକ୍ଷା ଓ ରାଜ୍ୟଗୁଡିକର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିବା ଆଶଙ୍କା ଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି।

ଏହା ପୂର୍ବରୁ ଚଳିତ ବର୍ଷ ଜୁନ ୨୯ରେ ୫୯ଟି ଏବଂ ସେପ୍ଟେମ୍ବର ୨ରେ ୧୧୮ଟି ଆପ୍ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ଆଜିକୁ ମିଶାଇ ଚଳିତ ବର୍ଷ କେନ୍ଦ୍ର ସରକାର ୨୨୦ଟି ଆପ ଉପରେ ପ୍ରତିବନ୍ଧକ ଜାରି କରିଛନ୍ତି। ଏହି ପ୍ରତିବନ୍ଧିତ ତାଲିକାରେ ଥିବା ଆପଗୁଡିକ ହେଉଛି –
୧. ଅଲିସପ୍ଲାୟାର୍ସ
୨. ଅଲିବାବା ୱାର୍କବେଞ୍ଚ
୩. ଅଲିଏକ୍ସପ୍ରେସ
୪. ଅଲିପେ କ୍ୟାସିଅର
୫. ଲାଲାମୁଭ ଇଣ୍ଡିଆ
୬. ଡ୍ରାଇଭ ଉଇଥ ଲାଲାମୁଭ ଇଣ୍ଡିଆ
୭. ସ୍ନାକ ଭିଡିଓ
୮. କାମକାର୍ଡ
୯. କାମକାର୍ଡ – ବିଶିଆର
୧୦. ସୋଲ
୧୧. ଚାଇନିଜ ସୋସିଆଲ
୧୨. ଡେଟ ଇନ ଏସିଆ
୧୩. ଉଇଡେଟ
୧୪. ଫ୍ରି ଡେଟିଂ ଆପ
୧୫. ଆଡୋର
୧୬. ଟ୍ରୁଲିଚାଇନିଜ
୧୭. ଟ୍ରୁଲିଏସିଆନ
୧୮. ଚାଇନାଲଭ
୧୯. ଡେଟମାଇଁଏଜ
୨୦. ଏସିଆନଡେଟ
୨୧. ଫ୍ଲିର୍ଟଉଇଶ
୨୨. ଗାଏଜ ଓନଲି ଡେଟିଂ
୨୩. ଟୁବିତ
୨୪. ଉଇ ୱାର୍କ ଚାଇନା
୨୫. ଫାଷ୍ଟ ଲଭ ଲାଇଭ
୨୬. ରେଲା
୨୭. କ୍ୟାସିଅର ୱାଲେଟ
୨୮. ମ୍ୟାଙ୍ଗୋ ଟିଭି
୨୯. ଏମଜିଟିଭି
୩୦. ଉଇ ଟିଭି
୩୧. ଉଇଟିଭି
୩୨. ଉଇ ଟିଭି ଲାଇଟ
୩୩. ଲକି ଲାଇଭ
୩୪. ତାଓବାଓ ଲାଇଭ
୩୫. ଡୀଂଗ ଟକ
୩୬. ଆଇଡେଣ୍ଟିଟି ଭି
୩୭. ଆଇସୋଲାଣ୍ଡ ୨
୩୮. ବକ୍ସଷ୍ଟାର
୩୯. ହିରୋ ଇଭଲବଡ଼
୪୦. ହାପି ଫିସ
୪୧. ଜେଲିପପ ମ୍ୟାଚ
୪୨. ମୁଞ୍ଚକିନ ମ୍ୟାଚ
୪୩. କକ୍ୱିଷ୍ଟା ଅନଲାଇନ

Hot this week

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories