ଅଟୋ ସହ ଗଂଜେଇ ଜବତ, ଦୁଇ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ହଳଦିଆପଦର ୧୬ନମ୍ବର ଜାତୀୟ ରାଜପଥରେ ଏକ ଅଟୋରେ ଚୋରାରେ ଗଞ୍ଜେଇ ଯାଉଥିବା ବେଳେ ଖବର ପାଇ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ଏକ ଅଟୋ ସହ ୨ ଜଣଙ୍କୁ ଗିରଫ କରାଯାଇଛି। ଏହା ସହ ଅଟୋରୁ ୪ଟି ବସ୍ତାରେ ଥିବା ୧୦୫ କିଲୋ ଗଞ୍ଜେଇ ଜବତ କରାଯାଇଛି। ରାଜ୍ୟ ଅବକାରୀ କମିଶନର ଆଶିଷ ସିଂଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ବିଭାଗ ଇଆଇ ଏବଂ ଇଡି ବିଭାଗ ପକ୍ଷରୁ ଉକ୍ତ ଅଟୋକୁ ଅଟକାଇ ତଦନ୍ତ କରିବା ସମୟରେ ସେଥିରୁ ୧୦୫ ଗଞେଇ ଜବତ କରାଯାଇଥିଲା। ଏହା ସହ ପାତ୍ରପୁର ଥାନା ଅନ୍ତର୍ଗତ ସୁଶାନ୍ତ ବେହେରା ଓ ପାଟପୁର ଥାନା ଅନ୍ତର୍ଗତ ରାଜେନ୍ଦ୍ର କୁମାର ନାୟକଙ୍କୁ ଗିରଫ କରାଯାଇଥିବା ଛତ୍ରପୁର ଅବକାରୀ ସୁପରିଟେଣ୍ଡଣ୍ଟ ରାଜେନ୍ଦ୍ର ଭତ୍ତ୍ରା ସୂଚନା ଦେଇଛନ୍ତି।
Comments are closed.