ଗୋପାଳପୁରରେ ଦିନ ତମାମ କୋହଲିଆ ପାଗକୁ ଝିପିଝିପି ବର୍ଷା

ଗୋପାଳପୁର:  କେନ୍ଦ୍ରୀୟ ବଙ୍ଗୋପସାଗର ଉତ୍ତର-ପଶ୍ଚିମ ଦିଗରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ତୀବ୍ର ରୂପ ନେଇଥିବାରୁ ତାହାରି ପ୍ରଭାବରେ ଆଜି ଦିନ ତମାମ ଗୋପାଳପୁର ସମେତ ଆଖପାଖ ଅଞ୍ଚଳରେ କୋହଲିଆ ପାଗକୁ ଝିପିଝିପି ବର୍ଷା ଲାଗି ରହିଛି। ଜରୁରୀ ନଥିଲେ ଲୋକେ ଘରୁ ପଦାକୁ ବାହାରୁ ନଥିବା ବେଳେ ସମସ୍ତ ଅଞ୍ଚଳ ଶୂନଶାନ  ପରିଲକ୍ଷିତ ହୋଇଛି। ପ୍ରତ୍ୟେକ ରବିବାର ଚଳଚଞ୍ଚଳ ରହୁଥିବା ବେଳାଭୂମି ଆଜି  ବର୍ଷା ଯୋଗୁଁ ପର୍ଯ୍ୟଟକ ନଆସିବାରୁ  କିଛି ସ୍ଥାନୀୟ ଲୋକଙ୍କୁ  ଛାଡ଼ି ଦେଲେ ବେଳାଭୂମି ଖାଁ ଖାଁ ଦେଖାଯାଉଛି। ଏମିତି କି ବେଳାଭୂମି ରେ ଥିବା  ଫାଷ୍ଟଫୁଡ଼ ଓ ଉଠା ଦୋକାନୀ ମାନଙ୍କରେ ବ୍ୟବସାୟ ନଥିବା ଦେଖିବାକୁ ମିଳିଛି।
prayash
ପାଣିପାଗ ବିଭାଗ ପକ୍ଷରୁ ଆଜି ମଧ୍ୟ  ଗଞ୍ଜାମ ଜିଲ୍ଲାକୁ ଓରେଞ୍ଜ ୱାର୍ଣ୍ଣି ଜାରି  କରାଯିବା ସହ ଗୋପାଳପୁର ବନ୍ଦରକୁ ତିନି ନମ୍ବର ବିପଦ ସଙ୍କେତ ଜାରି  କରାଯାଇଛି। ତାହାସହ ପବନର ବେଗ ଘଣ୍ଟା ପ୍ରତି ୩୦ରୁ ୪୦ ଅତ୍ୟଧିକ ୫୦କିମି ରହିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗୋପାଳପୁରରେ ଥିବା ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ   ଆଜି ସକାଳ ୮ଟା ଠାରୁ ସନ୍ଧ୍ୟା ସାଢ଼େ ୫ଟା ପର୍ଯ୍ୟନ୍ତ ୧୬.୨ ମିମି ବର୍ଷା ରେକର୍ଡ ହୋଇଛି।  ତେଣୁ ୧୪ ତାରିଖ ପର୍ଯ୍ୟନ୍ତ  ସମୁଦ୍ର ଅଶାନ୍ତ ରହିବା ସହ ଉଚ୍ଚ ଜୁଆର ଉଠିବା ସମ୍ଭାବନା ରହିଥିବାରୁ ମତ୍ସଜୀବୀ ମାନଙ୍କୁ  ମାଛ ମାରିବା ପାଇଁ ବାରଣ କରାଯାଇଥିବା ପାଣିପାଗ କେନ୍ଦ୍ରରୁ ସୂଚନା ମିଳିଛି। ଅନ୍ୟ ପଟେ ଅନେକ ଲୋକେ ନିଜଘରେ ପୂଜା କରିଥିବା ଗଣେଶ ପ୍ରତିମାକୁ ସମୁଦ୍ର ରେ ବିସର୍ଜନ କରିବା ନିମନ୍ତେ ପହଞ୍ଚିବା ସହ ମୂର୍ତ୍ତି ବିସର୍ଜନ କରିଥିବା ମଧ୍ୟ ଦେଖିବାକୁ ମିଳିଥିଲା
kalyan agarbati

Comments are closed.