ଗୋପାଳପୁର: କରାପଲ୍ଲୀ ଛକ ନିକଟରେ ପ୍ରଧାନମନ୍ତ୍ରୀ ଜନଔଷଧି କେନ୍ଦ୍ର କୁ ଆଜି କରାପଲ୍ଲୀ ସରପଞ୍ଚ ଏସ . ମେନକା ରେଡ୍ଡୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଉଦଘାଟନ କରିଛନ୍ତି।ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ଏସ. ଧର୍ମରାଜ ରେଡି, କେ.ମୋହନ ରେଡ୍ଡୀ,ଏନ୍. ମୋହନ ରାଓ, ଓଡିଆ ନାଇଡୁ ସୁବାଷ ଚନ୍ଦ୍ର ସାହୁ, ତେଲୁଗୁ ନାଇଡ଼ୁ ଏସ. ସୀମାଦ୍ରି,ପ୍ରଫୁଲ୍ଲ ଚୌଧୁରୀ,ଏନ୍. ଏଙ୍କେଟେସ୍, ବାମନ ଆଚାରି ପ୍ରମୁଖ ଉପସ୍ଥିତ ଥିଲେ। ଏହି କେନ୍ଦ୍ରରେ ବିଭିନ୍ନ ଔଷଧ ସୁଲଭ ଦରରେ ଜନସାଧାରଣ ପାଇପାରିବେ ବୋଲି କେନ୍ଦ୍ରର ସନ୍ତୋଷ କୁମାର ସାହୁ କହିଛନ୍ତି।
Popular Categories



