www.samajalive.in
Sunday, December 7, 2025
23.1 C
Bhubaneswar

ରଙ୍ଗେଇଲୁଣ୍ଡା ବିମାନ ବନ୍ଦରରୁ ସପ୍ତାହରେ ଦୁଇଥର ବଦଳରେ ଥରେ ଉଡିବ ବିମାନ

ଗୋପାଳପୁର: ବହୁ ଆଡମ୍ବରରେ ଲଘୁକ୍ରିୟା ରୂପକ ପାଲଟିବାକୁ ଯାଉଛି ରଙ୍ଗେଇଲୁଣ୍ଡା ବିମାନ ବନ୍ଦରରୁ ବିମାନ ଉଡ଼ାଣ ପ୍ରକିୟା। ଏଣିକି କେବଳ ସପ୍ତାହରେ ଥରେ ବୁଧବାର ଦିନ ଭୂବନେଶ୍ବର -ବ୍ରହ୍ମପୁର ବିମାନ ସେବା ଲୋକେ ପାଇବେ ବୋଲି ଇଣ୍ଡିଆ ଓ୍ବାନ ଏୟାର ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପଟେ ପ୍ରତି ରବିବାର ଚାଲୁଥିବା ବିମାନ ଉଡାଣ ସେବା ବନ୍ଦ ନେଇ ଅପରେସନାଲ ଅସୁବିଧା ବୋଲି ସଫେଇ ଦିଆ ଯାଉଥିବା ବେଳେ ବିମାନ ଚଳାଚଳରେ କ୍ଷତି ହେଉଥିବାରୁ ଏହାକୁ ସପ୍ତାହରେ ଦୁଇ ଦିନ ବଦଳରେ ଥରୁଟିଏ ଚଳାଚଳ କରାଯାଉଥିବା ଏକ ବିଶ୍ବସ୍ତ ସୂତ୍ରରୁ ଜଣାପଡିଛି।
ଭୁବନେଶ୍ବରରୁ ବ୍ରହ୍ମପୁର ଓ ବ୍ରହ୍ମପୁରରୁ ଭୂବନେଶ‌୍ବର ଯିବାଆସିବା ନିମନ୍ତେ ଗତ ଏପ୍ରିଲ ୫ ତାରିଖରୁ ବିମାନ ସେବା ଆରମ୍ଭ କରାଯାଇଥିଲା। ଏହା ମଧ୍ୟରେ ଏଥି ନିମନ୍ତେ ଗୋଟିଏ ରୁଟ ପାଇଁ ଜଣ ପିଛା ୧୨୬୦ ଟଙ୍କା ଭଡା ଆଦାୟ କରା ଯାଉଥିଲା ଏବଂ ବିମାନର ଉଡାଣ ସମୟ ପ୍ରାୟ ୧ ଘଣ୍ଟା ରହିବା ସହ ୯ ସିଟ୍ ବିଶିଷ୍ଟ ବିମାନ ଚଳାଚଳର ବ୍ୟବସ୍ଥା କରା ଯାଇଥିଲା। କିନ୍ତୁ ଅନେକ ସମୟରେ ବିମାନରେ ପର୍ଯ୍ୟାପ୍ତ ସଂଖ୍ୟକ ଯାତ୍ରୀ ହେଉନଥିଲା। ତଥାପି ଇଣ୍ଡିଆ ଓ୍ବାନ ଏୟାର ପକ୍ଷରୁ ବିମାନ ଚଳାଚଳ ଜାରି ରହିଥିଲା। ପ୍ରଥମରୁ ବିମାନରେ ଯାତ୍ରା କରିବାକୁ ଅଫଲାଇନ ଅର୍ଥାତ୍ ବିମାନ ବନ୍ଦରକୁ ଆସି ଯାତ୍ରୀଙ୍କୁ ଟିକଟ କାଟିବାକୁ ପଡୁଥିଲା।
କିନ୍ତୁ ଏବେ କିଛି ମାସ ହେଲା ଇଣ୍ଡିଆ ଓ୍ବାନ ଏୟାର ର ସାଇଟରୁ ଅନଲାଇନ ଟିକଟ କରିବାର ସୁବିଧା ପ୍ରଦାନ କରାଯାଇଥିଲା। ବର୍ତ୍ତମାନ ଅନଲାଇନ ଟିକଟ ବିକ୍ରୀ ବନ୍ଦ ରହିଥିବା ସାଇଟରୁ ଦେଖିବାକୁ ମିଳିଛି। ଚଳିତ ମାସ ଆରମ୍ଭରୁ ରବିବାର ଉଡାଣ ବନ୍ଦ ରହିଥିବା ବେଳେ ଏବେ କେବଳ ବୁଧବାର ଉଡାଣ ଜାରି ରହିଥିବା  ଗତ ୧୯ ତାରିଖ ବୁଧବାର ଦିନ ଅପରେସାନାଲ ଅସୁବିଧା ଯୋଗୁଁ ବିମାନ ଚଳାଚଳ ହୋଇନଥିବା ଏବଂ ଆସନ୍ତା ବୁଧବାର ବିମାନ ଚଳାଚଳ କରାଯିବ ବୋଲି ରଙ୍ଗେଇଲୁଣ୍ଡା ବିମାନ ବନ୍ଦରରେ ଇଣ୍ଡିଆ ଓ୍ବାନ ଏୟାର ପକ୍ଷରୁ ଦାୟିତ୍ଵରେ ରହିଥିବା ଅଧିକାରୀ ସୂଚନା ଦେଇଛନ୍ତି।
ବିମାନ ସେବା ବନ୍ଦ ନେଇ ଗତ କିଛି ଦିନ ତଳେ ସମାଜ ପକ୍ଷରୁ ସନ୍ଦେହ ପ୍ରକାଶ କରି ଏକ ତଥ୍ୟ ଭିତ୍ତିକ ରିପୋର୍ଟ ପ୍ରକାଶ କରା ଯାଇଥିଲା।ଏଣୁ ନବୀନ ସରକାର ପକ୍ଷରୁ ଗଞ୍ଜାମ ଲୋକଙ୍କୁ ଭୂଆଁ ବୁଝାଇବାକୁ ତଥା ଭୋଟ ହାତେଇବାକୁ ଏପରି ବିମାନସେବା ଆରମ୍ଭ କରିଥିଲେ ଏବଂ ନିର୍ବାଚନ ରେ ବିଜେବି ହାରିବା ପରେ କ୍ଷତିରେ ଚାଲୁଥିବା ବିମାନ ସେବା ବନ୍ଦ କରୁଥିବା ବୁଦ୍ଧିଜିବୀ ମହଲରେ ଆଲୋଚନା ହେଉଛି।

Hot this week

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

Related Articles

Popular Categories