www.samajalive.in
Sunday, November 16, 2025
15.1 C
Bhubaneswar

ପ୍ରଶ୍ନପତ୍ର ଫଟୋ ଉଠାଇବା ନେଇ ପରୀକ୍ଷାର୍ଥୀଙ୍କ ନାଁରେ ମାମଲା

ଗୋପାଳପୁର: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ଆଜି ଅନୁଷ୍ଠିତ ହୋଇଥିବା ଏକକ ପ୍ରବେଶିକା ପରୀକ୍ଷାର ୫ମ ଦିନରେ ଜନୈକ ପରୀକ୍ଷାର୍ଥୀ ପରୀକ୍ଷା ହଲ ପରିସରକୁ ମୋବାଇଲ ନେବା ସହ ମୋବାଇଲରେ ପ୍ରଶ୍ନପତ୍ରର ଫଟୋ ଉଠାଇବା ନେଇ ବିଶ୍ବବିଦ୍ୟାଳୟ ପକ୍ଷରୁ ପିଜି କାଉନସିଲ ଅଧ୍ୟକ୍ଷଙ୍କ ପକ୍ଷରୁ ଗୋପାଳପୁର ଥାନାରେ‌ ଲିଖିତ ଅଭିଯୋଗ କରାଯାଇଛି। ଆଜି ପିଜି କମନ ପ୍ରବେଶିକା ପରୀକ୍ଷାର ୫ମ ଦିନରେ ଅର୍ଥନୀତି, ଗୃହ ବିଜ୍ଞାନ, ଜିଓଲୋଜି, ଇତିହାସ, ଏମବିଏ ରୁରାଲ ମେନେଜମେଣ୍ଟର ପରୀକ୍ଷା ଅନୁଷ୍ଠିତ ହୋଇଥିଲା।

ପରୀକ୍ଷା ଚାଲିଥିବା ସମୟରେ ଜୈନିକ ପରୀକ୍ଷାର୍ଥୀ ପରୀକ୍ଷା ହଲକୁ ମୋବାଇଲ ନେବା ସହ ମୋବାଇଲରେ ପ୍ରଶ୍ନପତ୍ରର ଫଟୋ ଉଠାଇବା ଜଣାପଡିବା ପରେ ପରୀକ୍ଷା ହଲରେ କାର୍ଯ୍ୟରତ ଥିବା କର୍ମଚାରୀମାନେ ତୁରନ୍ତ ମୋବାଇଲକୁ ଜବତ କରିବା ସହ ବିଦ୍ୟାର୍ଥୀ ଜଣଙ୍କୁ ପରୀକ୍ଷା ହଲରୁ ବାହାର କରିଦେଇଥିଲେ। ଏହି ଘଟଣା ନେଇ ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର୍ ପ୍ରତାପ କୁମାର ମହାନ୍ତିଙ୍କ ପକ୍ଷରୁ ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଅଭିଯୋଗକୁ ଭିତ୍ତି କରି ଥାନାରେ ୧୩୦/୨୧ ସଂଖ୍ୟାରେ ଏକ ମାମଲା ରୁଜୁ କରାଯାଇଥିବା ଥାନାଧିକାରୀ ମାଧବାନନ୍ଦ ନାୟକ ପ୍ରକାଶ କରିଛନ୍ତି।

Hot this week

ହ୍ୟୁମାନ ସାଗର ସଙ୍କଟାପନ୍ନ, ଏମ୍ସ ଯାଇ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ହ୍ୟୁମାନ ସାଗର ଙ୍କ ସ୍ବାସ୍ଥ୍ୟ ଅବସ୍ଥା ଚିନ୍ତା...

ସ୍ଥାୟୀ ଜମି ପଟ୍ଟା ପ୍ରଦାନ ପାଇଁ ମାହେଶ୍ୱରୀ ସେନାର ଦାବି

ରେଙ୍ଗାଲିକ୍ୟାମ୍ପ ୧୫/୧୧: ଦୀର୍ଘ ୪୦ବର୍ଷ ଧରି ଗୋଡ଼ଭଗା ଛକ ନିକଟ ରାସ୍ତା...

କିଲାକିଆ ସେବାଶ୍ରମରେ ପିତାମାତା ସହଭାଗିତା କାର୍ଯ୍ୟକ୍ରମ

ଜି.ଉଦୟଗିରି,୧୫/୧୧: ଅନୁସୂଚିତ ଜାତି ଓ ଜନଜାତି ଏବଂ ପଛୁଆ ବର୍ଗ କଲ୍ୟାଣ...

ପୀତବାସ ପଣ୍ଡା ହତ୍ୟା ମାମଲା: ବ୍ରହ୍ମପୁର କାରାମଣ୍ଡଳରେ ସରିଲା ଅଭିଯୁକ୍ତଙ୍କ ଟିଆଇ ପରେଡ୍

ସମାଜ ନ୍ୟୁଜ ଡେସ୍କ- ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଶନିବାର...

୧୦ ଡିଗ୍ରୀ ତଳେ କନ୍ଧମାଳର ୨ ସହର

ଭୁବନେଶ୍ବର : ରାଜ୍ୟରେ ଧୀରେ ଧୀରେ ଶୀତ ବଢୁଛି। କନ୍ଧମାଳ ଜିଲାର...

Related Articles

Popular Categories